କାମାକ୍ଷାନଗର କୃଷି ଜିଲାରେ କର୍ମଚାରୀ ମରୁଡ଼ି : ବିନା ମୁରବିରେ ଚାଲିଛି

କାମାକ୍ଷାନଗର, ୯।୬ – ଶୁଭିଲାଣି ମୌସୁମୀର ପଦଧ୍ୱନି। ଅଖିମୁଠି ଅନୁକୂଳ କରି ବର୍ଷାକୁ ଅନାଇ ରହିଛନ୍ତି ଚାଷୀ। ଏଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଚାଷୀଙ୍କ ମଧ୍ୟରେ ବଢ଼ାଇଛି ଉତ୍ସାହ। ହେଲେ କାମାକ୍ଷାନଗର କୃଷି ଜିଲା ଏବେ ମୁରବି ଖୋଜୁଛି। କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘଦିନ ହେଲା ଖାଲିପଡ଼ିଛି କୃଷି ଜିଲା ଅଧିକାରୀ ପଦବୀ। ୩୦ରୁ ଊର୍ଦ୍ଧ୍ୱ ପଦବୀରେ କେହି ନାହାନ୍ତି। ଚାଷୀଙ୍କୁ ଠିକ୍‌ ସମୟରେ ଉଚିତ ପରାମର୍ଶ ମିଳୁ ନ ଥିବାରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
କଥାରେ ଅଛି ‘ଚାଷ ତରତର, ବଣିଜ ମଠ।’ ଏହାକୁ ହୃଦ୍‌ବୋଧ କରିଛନ୍ତି କାମାକ୍ଷାନଗର କୃଷି ଜିଲାର ଚାଷୀକୂଳ। ଅକ୍ଷୟତୃତୀୟାରୁ ବିହନ ବୁଣି ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି ସେମାନେ। ଇତିମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁଥିବାବେଳେ ରଜ ପରେ ଓଡ଼ିଶାରେ ପହଞ୍ଚତ୍ବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ବିହନ ବୁଣିବା, ସାର, ପୋକ ଦମନ, କୀଟନାଶକ ପ୍ରୟୋଗ ଭଳି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବାକୁ କୃଷି ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି।
କୃଷି ଜିଲାର ମୁଖ୍ୟ କାର୍ଯ୍ୟାଳୟରେ ୫ ସହକାରୀ କୃଷି ଅଧିକାରୀଙ୍କ ସ୍ଥାନରେ ୩ଜଣରେ କାମ ଚାଲିଛି। ସେମାନଙ୍କ ମଧ୍ୟରୁ ଜଣେ କୃଷି ଜିଲା ଅଧିକାରୀ ଦାୟିତ୍ୱରେ ଅଛନ୍ତି। ଦୀର୍ଘଦିନ ହେଲା ଜିଲା କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ବ୍ଲକ କୃଷି ବିଭାଗରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। କାମାକ୍ଷାନଗର, ଭୁବନରେ ୨ ଜଣ ଲେଖାଏଁ ସରକାରୀ କୃଷି ଅଧିକାରୀ ଅବସ୍ଥାପିତ ଅଛନ୍ତି। ପରଜଙ୍ଗରେ ଜଣେ ଥିବାବେଳେ କଙ୍କଡ଼ାହାଡ଼ରେ କେହି ନାହାନ୍ତି। ଆବଶ୍ୟକସ୍ଥଳେ କାମାକ୍ଷାନଗର, ଭୁବନ ଏବଂ ମୁଖ୍ୟ ଦପ୍ତରରୁ ସହକାରୀ କୃଷି ଅଧିକାରୀମାନେ ଯାଇ ପରଜଙ୍ଗ, କଙ୍କଡ଼ାହାଡ଼ରେ କାର୍ଯ୍ୟ ତୁଲାଇଥାନ୍ତି। ସେହିପରି କୃଷି ଜିଲାରେ ୫୩ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମଧ୍ୟରୁ ୨୭ ପଦବୀ ଖାଲିପଡ଼ିଛି। କାମାକ୍ଷାନଗର ବ୍ଲକରେ ୧୩ଜଣଙ୍କ ପରିବର୍ତ୍ତେ ୬ଜଣରେ କାମ କରାଯାଉଛି। ସେହିପରି ଭୁବନରେ ୧୩ରୁ ୭, କଙ୍କଡ଼ାହାଡ଼ରେ ୧୩ରୁ ୬ ଏବଂ ପରଜଙ୍ଗରେ ୧୪ରୁ ୭ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଜଣେ କର୍ମଚାରୀଙ୍କୁ ୨ରୁ ୩ଟି ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିବାରୁ ଆବଶ୍ୟକ ସମୟରେ ସେମାନେ ଚାଷୀଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି। ଏପରି କି, ଚାଷୀମାନେ କର୍ମଚାରୀଙ୍କୁ ମଧ୍ୟ ଚିହ୍ନିପାରୁନାହାନ୍ତି।
ଏ ନେଇ ଜିଲା କୃଷି ଅଧିକାରୀ ଦାୟିତ୍ୱରେ ଥିବା ଦେବୀ ପ୍ରସାଦ ସାହୁ କୁହନ୍ତି, ଓଡ଼ିଶାର ଚାଷ ହେଉଛି ମୁଖ୍ୟ ସମ୍ବଳ। କାମାକ୍ଷାନଗର ଭଳି ବୃହତ୍‌ ଉପଖଣ୍ଡକୁ କୃଷି ଜିଲାର ମାନ୍ୟତା ମିଳିଥିବାବେଳେ କର୍ମଚାରୀ ମରୁଡ଼ି ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଉପରସ୍ତରରେ ନୂଆ ନିଯୁକ୍ତି ହେଉ ନ ଥିବାରୁ କର୍ମଚାରୀଙ୍କ ସଙ୍କଟ ଦେଖାଦେଉଛି। ତୃଣମୂଳସ୍ତରରେ ଯୋଜନା କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇପଡୁଛି। ଉପରସ୍ତରରେ ଆନ୍ତରିକତା ଦେଖା ନ ଗଲେ କୃଷିକ୍ଷେତ୍ରର ଉନ୍ନତି ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri