କାମାକ୍ଷାନଗର କୃଷି ଜିଲାରେ କର୍ମଚାରୀ ମରୁଡ଼ି : ବିନା ମୁରବିରେ ଚାଲିଛି

କାମାକ୍ଷାନଗର, ୯।୬ – ଶୁଭିଲାଣି ମୌସୁମୀର ପଦଧ୍ୱନି। ଅଖିମୁଠି ଅନୁକୂଳ କରି ବର୍ଷାକୁ ଅନାଇ ରହିଛନ୍ତି ଚାଷୀ। ଏଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଚାଷୀଙ୍କ ମଧ୍ୟରେ ବଢ଼ାଇଛି ଉତ୍ସାହ। ହେଲେ କାମାକ୍ଷାନଗର କୃଷି ଜିଲା ଏବେ ମୁରବି ଖୋଜୁଛି। କୃଷି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦୀର୍ଘଦିନ ହେଲା ଖାଲିପଡ଼ିଛି କୃଷି ଜିଲା ଅଧିକାରୀ ପଦବୀ। ୩୦ରୁ ଊର୍ଦ୍ଧ୍ୱ ପଦବୀରେ କେହି ନାହାନ୍ତି। ଚାଷୀଙ୍କୁ ଠିକ୍‌ ସମୟରେ ଉଚିତ ପରାମର୍ଶ ମିଳୁ ନ ଥିବାରୁ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।
କଥାରେ ଅଛି ‘ଚାଷ ତରତର, ବଣିଜ ମଠ।’ ଏହାକୁ ହୃଦ୍‌ବୋଧ କରିଛନ୍ତି କାମାକ୍ଷାନଗର କୃଷି ଜିଲାର ଚାଷୀକୂଳ। ଅକ୍ଷୟତୃତୀୟାରୁ ବିହନ ବୁଣି ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି ସେମାନେ। ଇତିମଧ୍ୟରେ ମୌସୁମୀ ବାୟୁ କେରଳ ଛୁଇଁଥିବାବେଳେ ରଜ ପରେ ଓଡ଼ିଶାରେ ପହଞ୍ଚତ୍ବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ହେଲେ ବିହନ ବୁଣିବା, ସାର, ପୋକ ଦମନ, କୀଟନାଶକ ପ୍ରୟୋଗ ଭଳି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବାକୁ କୃଷି ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି।
କୃଷି ଜିଲାର ମୁଖ୍ୟ କାର୍ଯ୍ୟାଳୟରେ ୫ ସହକାରୀ କୃଷି ଅଧିକାରୀଙ୍କ ସ୍ଥାନରେ ୩ଜଣରେ କାମ ଚାଲିଛି। ସେମାନଙ୍କ ମଧ୍ୟରୁ ଜଣେ କୃଷି ଜିଲା ଅଧିକାରୀ ଦାୟିତ୍ୱରେ ଅଛନ୍ତି। ଦୀର୍ଘଦିନ ହେଲା ଜିଲା କୃଷି ଅଧିକାରୀ ପଦବୀ ଖାଲିପଡ଼ିଛି। ବ୍ଲକ କୃଷି ବିଭାଗରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। କାମାକ୍ଷାନଗର, ଭୁବନରେ ୨ ଜଣ ଲେଖାଏଁ ସରକାରୀ କୃଷି ଅଧିକାରୀ ଅବସ୍ଥାପିତ ଅଛନ୍ତି। ପରଜଙ୍ଗରେ ଜଣେ ଥିବାବେଳେ କଙ୍କଡ଼ାହାଡ଼ରେ କେହି ନାହାନ୍ତି। ଆବଶ୍ୟକସ୍ଥଳେ କାମାକ୍ଷାନଗର, ଭୁବନ ଏବଂ ମୁଖ୍ୟ ଦପ୍ତରରୁ ସହକାରୀ କୃଷି ଅଧିକାରୀମାନେ ଯାଇ ପରଜଙ୍ଗ, କଙ୍କଡ଼ାହାଡ଼ରେ କାର୍ଯ୍ୟ ତୁଲାଇଥାନ୍ତି। ସେହିପରି କୃଷି ଜିଲାରେ ୫୩ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମଧ୍ୟରୁ ୨୭ ପଦବୀ ଖାଲିପଡ଼ିଛି। କାମାକ୍ଷାନଗର ବ୍ଲକରେ ୧୩ଜଣଙ୍କ ପରିବର୍ତ୍ତେ ୬ଜଣରେ କାମ କରାଯାଉଛି। ସେହିପରି ଭୁବନରେ ୧୩ରୁ ୭, କଙ୍କଡ଼ାହାଡ଼ରେ ୧୩ରୁ ୬ ଏବଂ ପରଜଙ୍ଗରେ ୧୪ରୁ ୭ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଜଣେ କର୍ମଚାରୀଙ୍କୁ ୨ରୁ ୩ଟି ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିବାରୁ ଆବଶ୍ୟକ ସମୟରେ ସେମାନେ ଚାଷୀଙ୍କ ସହ ଯୋଗାଯୋଗ କରିପାରୁନାହାନ୍ତି। ଏପରି କି, ଚାଷୀମାନେ କର୍ମଚାରୀଙ୍କୁ ମଧ୍ୟ ଚିହ୍ନିପାରୁନାହାନ୍ତି।
ଏ ନେଇ ଜିଲା କୃଷି ଅଧିକାରୀ ଦାୟିତ୍ୱରେ ଥିବା ଦେବୀ ପ୍ରସାଦ ସାହୁ କୁହନ୍ତି, ଓଡ଼ିଶାର ଚାଷ ହେଉଛି ମୁଖ୍ୟ ସମ୍ବଳ। କାମାକ୍ଷାନଗର ଭଳି ବୃହତ୍‌ ଉପଖଣ୍ଡକୁ କୃଷି ଜିଲାର ମାନ୍ୟତା ମିଳିଥିବାବେଳେ କର୍ମଚାରୀ ମରୁଡ଼ି ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଉପରସ୍ତରରେ ନୂଆ ନିଯୁକ୍ତି ହେଉ ନ ଥିବାରୁ କର୍ମଚାରୀଙ୍କ ସଙ୍କଟ ଦେଖାଦେଉଛି। ତୃଣମୂଳସ୍ତରରେ ଯୋଜନା କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇପଡୁଛି। ଉପରସ୍ତରରେ ଆନ୍ତରିକତା ଦେଖା ନ ଗଲେ କୃଷିକ୍ଷେତ୍ରର ଉନ୍ନତି ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri