କାଦୁଅ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ମାଲକାନଗିର,୮।୭ (ଡି.ଏନ୍‌.ଏ): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଗ୍ରାମକୁ ପକ୍କା ରାସ୍ତା ଏବଂ ଗ୍ରାମ ଭିତରେ ସିମେଣ୍ଟ କଙ୍କ୍ରିଟ୍‌ ରାସ୍ତା ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ମାଲକାନଗିରି ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କୁ ମିଳୁନାହିଁ। ଜିଲାର ୭ଟି ଗ୍ରାମର ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି। ମାଲକାନଗିରି ଜିଲା ପୌର ପରିଷଦ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏମ.ଭି-୧୧୧, ତାଳଗୁଡା, ପରଜାଗୁଡା, କେନ୍ଦୁଗୁଡା, ରିଜାରିଗୁଡା, ଭିମାରାଙ୍ଗେଣି ଓ ମୁଶା ଗ୍ରାମବାସୀ ରାସ୍ତା ଯୋଗୁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାର ପ୍ରତିବାଦରେ ରବିବାର ଗ୍ରାମବାସୀ କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି।
ଖବରରୁ ଜଣାପଡିଛି ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାଠାରୁ ମାତ୍ର ୨ କିଲୋମିଟର ଏମ.ଭି-୧୧୧ ଗ୍ରାମର ନଦୀବନ୍ଧ ରାସ୍ତା ଶୋଚନୀୟ ହୋଇପଡିଛି। ଏହି ରାସ୍ତାରେ ଗ୍ରାମାବାସୀଙ୍କ ସହ ସତୀଗୁଡା କନ୍ୟାଶ୍ରମର ଛାତ୍ରୀ ଏବଂ ଅବିଭାବକମାନେ ଯାତାୟାତ କରନ୍ତି । ମୁଖ୍ୟ ରାସ୍ତାଠାରୁ ୪ କିଲୋମିଟର ଦୂରରେ ଥିବା ସତୀଗୁଡା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକମାନେ ସତୀଗୁଡା ନଦୀ ବନ୍ଧ ଦେଇ ଯାତାୟାତ କରନ୍ତି। ଫଳରେ ନଦୀବନ୍ଧର ପିଚୁ ନଷ୍ଟ ହୋଇ ଅନେକ ସ୍ଥାନରେ ଗାତ ହୋଇଯାଇଥିବାରୁ ସେହି ରାସ୍ତାରେ ଆଉ ଯାତାୟାତ କରିବା ସମ୍ଭବ ହେଉନାହିଁ। ସତୀଗୁଡା ଜଳଭଣ୍ଡାରର ବଳକା ଜଳ ନିଷ୍କାସନ ଏମ.ଭି -୧୧୧ ଓ ତାଳଗୁଡ଼ା ମଝିରେ ହେଉଥିବାରୁ ୨୦୦୯ରେ ଗ୍ରାମୀଣ ଉନ୍ନୟନ ବିକାଶ ସଂସ୍ଥା ୯ ଲକ୍ଷ ଟଙ୍କା ବ୍ୟୟରେ ଜଳ ନିଷ୍କାସନ ନାଳ ଉପରେ ଏକ ବ୍ରିଜ୍‌ ତିଆରି ହୋଇଥିଲା। ବର୍ଷା ଦିନେ ବ୍ରିଜ୍‌ ରାସ୍ତା ସହ ଉପରୋକ୍ତ ଗ୍ରାମଗୁଡିକୁ ଯିବା ଲାଗି ରହିଥିବା ରାସ୍ତା କାଦୁଅ ହୋଇଯାଇଥାଏ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଲୋକେ ମାଲକାନଗିରି ସହରକୁ ଯାତାୟାତ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ରାସ୍ତା ନିର୍ମାଣ ପାଇଁ ପୂର୍ବତନ ଏମପି, ବିଧାୟକ, ଜିଲାପାଳ ଏବଂ ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସିନ୍ଧ୍ରିମାଳର ପୂର୍ବତନ ସରପଞ୍ଚ ଘାସିରାମ ନାୟକ କହିଛନ୍ତି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନ ନେବାରୁ ଏହାର ପ୍ରତିବାଦରେ ରବିବାର ଗ୍ରାମବାସୀ ସେହି ରାସ୍ତାର ବ୍ରିଜ୍‌ ଉପରେ ଥିବା କାଦୁଅରେ ଧାନ ରୋଇ ନିଜ ପ୍ରତିବାଦ ଜଣାଇଛନ୍ତି। ଜିଲା ପ୍ରଶାସନ ତୁରନ୍ତ ରାସ୍ତା ନିର୍ମାଣ ନେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ୭ଟିଯାକ ଗ୍ରାମର ଗ୍ରାମବାସୀ ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବେ ବୋଲି ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

ଦାଦା-ପୁତୁରା, ଅଜା-ନାତି ଲଢ଼େଇ

ଗୁଣପୁର,୫ା୪ (ପ୍ରଦୀପ କୁମାର ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। ବିଜେଡି ପକ୍ଷରୁ ରଘୁନାଥ...

କଂଗ୍ରେସ ତାଲିକାରୁ ଗମାଙ୍ଗ ପରିବାର ବାଦ୍‌

ଗୁଣପୁର,୩ା୪ (ପ୍ରଦୀପ କୁମାର ପାଢ଼ୀ):କଂଗ୍ରେସ ଏବଂ ଭାଜପା ପକ୍ଷରୁ ରାୟଗଡା ଜିଲା ଗୁଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ୩ ପ୍ରମୁଖ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri