Posted inଫୁରସତ

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ୟୁରୋପରେ କାଓ ଥେରାପି ବହୁ ଲୋକପ୍ରିୟ ବୋଲି ପୂର୍ବରୁ ଜାଣିଛନ୍ତି। କିନ୍ତୁ ବର୍ତ୍ତମାନ ଆମେରିକାରେ ମଧ୍ୟ ଏପରି ଦେଖିବାକୁ ମିଳିଛି। କାଓ ଥେରାପି କରିବାକୁ ହେଲେ ଜଣେ ମହିଳାଙ୍କୁ ଗୋଟିଏ ଘଣ୍ଟା ପାଇଁ ୭୫ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୫ ହଜାର ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏପରି କଲେ ମାନସିକ ଅବସାଦ ଦୂର ହୋଇଥାଏ। ନ୍ୟୁୟର୍କର ୩୩ ଏକର ପରିମିତି ଜାଗାରେ ନିର୍ମିତ ମାଉଣ୍ଟେନ୍‌ ହାଉସ ଫାର୍ମରେ ଏବେ ଏହି ସୁବିଧା ଉପଲବ୍ଧ ହେଉଛି। ଉକ୍ତ ଫାର୍ମରେ ୯ ବର୍ଷ ତଳେ ଘୋଡ଼ାଙ୍କ ସହିତ ଓ୍ବେଲ୍‌ନେସ୍‌ ସେସନ ଚାଲିଥିଲା। ବର୍ତ୍ତମାନ କାଓ ଥେରାପି ଚାଲିଛି। ସୁଇଜରଲ୍ୟାଣ୍ଡ ଏବଂ ନେଦରଲାଣ୍ଡରେ ଦୁଃଖ ଦୂର ପାଇଁ କାଓ ଥେରାପି ସେସନ ଚାଲିଛି। ଫାର୍ମର ମାଲିକ ସୁଜନ ମୁଲର୍ସ କୁହନ୍ତି, ମହିଳାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଫାର୍ମକୁ ଆଉ ଦୁଇଟି ଗାଈ ନେଦରଲାଣ୍ଡରୁ ମଗାଯାଇଛି। ଗାଈର ଶାନ୍ତ ବ୍ୟବହାର ମହିଳାଙ୍କୁ ରିଲାକ୍ସ କରିଥାଏ। ଗୋଟିଏ ଶାନ୍ତ ଗାଈ ସହ କିଛି ସମୟ କାଟିଲେ ସମସ୍ତ ଦୁଃଖ ଦୂର ହୋଇଥାଏ। ଗାଈଙ୍କୁ ଗେହ୍ଲା କଲେ ବା ଆଉଁସିଲେ ମହିଳାଙ୍କୁ ଖୁବ୍‌ ଭଲ ଲାଗିଥାଏ। ସୁଜନ କୁହନ୍ତି, ତାଙ୍କ ଫାର୍ମରେ କାଓ ଥେରାପି ପାଇଁ ଦୁଇଟି ସେସନ ଚାଲିଛି। ଏଥିପାଇଁ ବହୁ ମହିଳା ତାଙ୍କ ଫାର୍ମକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri