କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟାରେ ଭାଙ୍ଗି ପଡିଥିବା କଳିଙ୍ଗ ଷ୍ଟାଡିୟମ ଇତିମଧ୍ୟରେ ପୁଣିଥରେ ନୂଆରୂପରେ ଛିଡା ହୋଇଯାଇଛି। ଷ୍ଟାଡିୟମରେ ଏବେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ ପୁରୁଷ ପ୍ରତିଯୋଗିତା ଥିବାରୁ ରାଜଧାନୀ ଭୁବନେଶ୍ୱର ହକିର ମାହୋଲ ଦେଖିବାକୁ ମିଳିଛି। ଗୁରୁବାରରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ପହଞ୍ଚତ୍ଗଲେଣି ଭାରତ ସମେତ ଆଠଟି ଦଳ। ସେମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ତପତ୍ର ହୋଇଛି କମିଶନରେଟ୍‌ ପୋଲିସ। କଳିଙ୍ଗ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବୁଧବାର ଯାଞ୍ଚ କରିଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି। ଆଠଟି ଟିମ୍‌ ମ୍ୟାନେଜରଙ୍କ ସହ ପୋଲିସ କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି। ଏହାସହ ହୋଟେଲରୁ ଷ୍ଟାଡିୟମକୁ ଖେଳାଳିମାନେ ଯେଉଁ ରାସ୍ତା ଦେଇ ଯିବେ ଉକ୍ତ ରାସ୍ତାରେ ବୁଧବାର ପୋଲିସ ସୁରକ୍ଷା ବଳ ରିହସଲ୍‌ କରିଛି।
ପୋଲିସ ନଜରରେ କଳିଙ୍ଗ ଷ୍ଟାଡିୟମ ରହିଛି। ଖେଳାଳିଙ୍କ ସୁରକ୍ଷା, ହୋଟେଲ ସୁରକ୍ଷା, ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ଏବଂ ଦେଶ ବାହାରୁ ଆସିଥିବା ଦର୍ଶକଙ୍କ ସ୍ବତନ୍ତ୍ର ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ୧୬ ପ୍ଲ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହାସହ ସୁରକ୍ଷା ଦାୟିତ୍ୱରେ ୭୫ଜଣ ଅଫିସରଙ୍କୁ ନିୟୋଜିତ କରାଯିବା ସହ ସମ୍ପୂର୍ଣ୍ଣ ଷ୍ଟାଡିୟମ ଉପରେ ନଜର ରଖିବା ପାଇଁ ୭୦ଟି ସିସିଟିଭି ଲଗାଯାଇଛି ବୋଲି କମିଶନର ସତ୍ୟଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି। ବୁଧବାର ଷ୍ଟାଡିୟମ ପରିସରରେ କମିଶନର ଖେଳିବାକୁ ଥିବା ରୁଷିଆ, ଉଜବେକିସ୍ଥାନ, ଜାପାନ, ମେକ୍ସିକୋ, ୟୁଏସଏ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କିଭଳି କରାଯାଇଛି ସେ ବିଷୟରେ ସେମାନଙ୍କୁ ଅବଗତ କରାଇବା ସହ ଆଉ କି ପ୍ରକାର ସୁରକ୍ଷା ଆବଶ୍ୟକ ରହିଛି ସେନେଇ ମଧ୍ୟ ମତାମତ ନେଇଛନ୍ତି। ଯଦି ଖେଳାଳିଙ୍କ କୌଣସି ଅସୁବିଧା ହୁଏ ସେମାନେ କେଉଁ ପୋଲିସ ଅଧିକାରୀଙ୍କୁ ଜଣାଇବେ ତାହା ସେମାନଙ୍କୁ କୁହାଯାଇଛି।
କଳିଙ୍ଗ ଷ୍ଟାଡିୟମକୁ ଖେଳାଳିମାନେ ଅଭ୍ୟାସ ମ୍ୟାଚ ଖେଳିବାକୁ ଯାଉଥିବାରୁ ସେମାନଙ୍କୁ ପିଏସ୍‌ଓ ଏବଂ ଏସକଟ୍‌ ଯୋଗାଇ ଦିଆଯାଇଛି। ଗୁରୁବାରରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ବିଶ୍ୱ ହକି ଆୟୋଜନ ସମୟରେ ପୋଲିସର ଅଭିଜ୍ଞତାକୁ ଭିିତ୍ତିକରି ଏଫଆଇଏଚ୍‌ ସିରିଜ୍‌ ଫାଇନାଲକୁ ସୁରୁଖୁରୁରେ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ବୁଧବାରଠାରୁ ଷ୍ଟାଡିୟମ ପରିସରରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri