‘କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ’

ଭୁବନେଶ୍ୱର,୭।୧୨(ବ୍ୟୁରୋ): କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ। ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ଦୟାନଦୀ କୂଳରେ ଥିବା ଶିଳାଲେଖରେ କଳିଙ୍ଗ ଯୁଦ୍ଧ ହୋଇଥିବା ନେଇ କିଛି ଉଲ୍ଲେଖ ନାହିଁ। ଶ୍ରୀଲଙ୍କା ଇତିହାସରେ ଅଶୋକଙ୍କ ଧର୍ମ ପ୍ରଚାର ସମ୍ପର୍କରେ ଉଲ୍ଲେଖ ରହିଥିଲେ ମଧ୍ୟ କଳିଙ୍ଗ ଯୁଦ୍ଧର ବର୍ଣ୍ଣନା ନାହିଁ। ଯଦିଓ କଳିଙ୍ଗ ଯୁଦ୍ଧ ହୋଇଥିବାର ଲିଖିତ ପ୍ରମାଣ ଅନ୍ୟ ଏକ ଶିଳାଲେଖରେ ରହିଛି, ତାହା ଅଶୋକ ନିଜର ଶାନ୍ତିଧର୍ମ ପ୍ରଚାର ଉଦ୍ଦେଶ୍ୟରେ କରି ଥାଇପାରନ୍ତି ବୋଲି ଶ୍ରୀଲଙ୍କାର ଖ୍ୟାତନାମା ସାହିତି୍ୟକ ତଥା ‘ଅଶୋକ’ ପୁସ୍ତକର ରଚୟିତା ଦୟା ଦିସାନାୟକେ କହିଛନ୍ତି।
ଅଶୋକଙ୍କ ସମ୍ପର୍କରେ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଗବେଷଣା କରି ‘ହୁ ଇଜ୍‌ ଅଶୋକ’ ପୁସ୍ତକ ରଚନା କରିଥିବା ଦିସାନାୟକେ ଶୁକ୍ରବାର ସ୍ଥାନୀୟ ଅକ୍ସଫୋର୍ଡ ବୁକ୍‌ଷ୍ଟୋର୍‌ରେ ଆୟୋଜିତ ମାସିକ କେଏଲ୍‌ଏଫ୍‌ ପାଠ୍ୟଚକ୍ରରେ ଯୋଗଦେଇ କହିଥିଲେ, ଶାନ୍ତିପ୍ରିୟ ଅଶୋକ ନିଜ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ କଳିଙ୍ଗ ଯୁଦ୍ଧର କାହାଣୀରେ ତାଙ୍କ ହୃଦୟ ପରିବର୍ତ୍ତିତ ହୋଇଥିବା କଥା ବର୍ଣ୍ଣନା କରିଥାଇପାରନ୍ତି। ଲୋକଙ୍କୁ ଶାନ୍ତିର ପଥ ଆପଣେଇବାକୁ ପ୍ରେରିତ କରିବା ସକାଶେ ସେ କଳିଙ୍ଗ ଯୁଦ୍ଧର ପରିକଳ୍ପନା କରିଥିବା ମନେହୁଏ। ଜଣେ ବିଜୟ ଲାଭ କରିଥିବା ସ୍ଥଳେ ନିଜ ବିଜୟ ଗାଥା ନ ଲେଖି ଶାନ୍ତିର ବାର୍ତ୍ତା ପ୍ରଦାନ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଅଶୋକ ଯେଉଁ ଧର୍ମ ପାଳନ କଥା କହିଥିଲେ, ତାହା ସବୁ ରାଷ୍ଟ୍ରରେ ପାଳନୀୟ ଏବଂ ବିଶ୍ବ ଭ୍ରାତୃତ୍ୱବାଦକୁ ଆଗକୁ ନେବାରେ ଏହା ସାହାଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେ ପୁଣି କହିଛନ୍ତି, ଭାରତରେ ଅନେକ ଶିଳାଲେଖ ଓ ଐତିହାସିକ କୀର୍ତ୍ତିର ଆବିଷ୍କାର ଓ ଏହାର ଗବେଷଣା ବ୍ରିଟିଶ ତଥା ୟୁରୋପୀୟମାନେ କରିଥିଲେ। ଶିଳାଲେଖର ବିଶ୍ଳେଷଣ ମଧ୍ୟ ସେମାନେ କରିଛନ୍ତି। ଏଣୁ ଭାରତର ପ୍ରକୃତ ଇତିହାସ ବିଷୟରେ ଜାଣିବା ପାଇଁ ଭାରତୀୟ ଇତିହାସକାର, ଭାଷାବିତ୍‌, ପୁରାତନତତ୍ତ୍ବବିଦ୍‌ ଓ ନୃତତ୍ତ୍ବବିଦ୍‌ ପୁନର୍ବାର ଏହିସବୁ ଶିଳାଲେଖର ଖନନ ଓ ବିଶ୍ଳେଷଣ କରିବାକୁ ଦିସାନାୟକେ ପରାମର୍ଶ ଦେଇଛନ୍ତି। ଆର୍ଥିକ ଲାଭ ପାଇଁ ଲେଖିବା ଫଳରେ ସୃଜନଶକ୍ତି ବାଧିତ ହୋଇଥାଏ। ଏଣୁ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ ବିନା ପାରିଶ୍ରମିକର ଆଶା ରଖି ରଚନା କରିବା ଆବଶ୍ୟକ। ଫଳରେ କାଳିଦାସ, ବାଲ୍ମୀକିଙ୍କ ପରି କାଳଜୟୀ କୃତି ସୃଷ୍ଟି ହୋଇପାରିବ ବୋଲି ସେ ଯୁବ ଲେଖକଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

ମାଜିଷ୍ଟ୍ରେଟଙ୍କ ଆଦେଶ ପରେ ହାଜର ହୋଇନଥିଲେ ଦୁଇ ଭାଇ, ଗଲେ ଜେଲ୍

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମର ଟୁକୁନା ବିଶ୍ଵାଳ ଓ ମଙ୍ଗୁଳୁ ବିଶ୍ଵାଳ ଦୁଇ ଭାଇଙ୍କୁ ବୁଧବାର ପାଟପୁର ପୋଲିସ ୱାରେଣ୍ଟ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri