କଲିକତାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାଆନ୍ଦୋଳନକୁ ଓହ୍ଲାଇଲେ ବ୍ରହ୍ମପୁରର ଡାକ୍ତର

ବ୍ରହ୍ମପୁର ଅଫିସ୍‌,୧୫ା୬-କଲିକତାସ୍ଥିତ ନୀଲରତନ ସିରକାର ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଜଣେ ୭୫ବର୍ଷୀୟ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ୨ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପଶ୍ଚିମବଙ୍ଗ ସରକାର ଚୁପ୍‌ ରହିବା ସହ ଆକ୍ରମଣକାରୀଙ୍କୁ ଗିରଫ କରୁ ନ ଥିବା ଅଭିଯୋଗ ଆଣି ଦେଶବ୍ୟାପୀ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ଶୁକ୍ରବାର ବ୍ରହ୍ମପୁରରେ ମଧ୍ୟ ଏହି ଘଟଣାକୁ ନେଇ ଡାକ୍ତରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ବିଭିନ୍ନ ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ମେଡ଼ିକାଲ୍‌ ସର୍ଭିସ୍‌ ଆସୋସିଏଶନ୍‌ (ଓମ୍‌ସା) ତରଫରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଓମ୍‌ସାର ରାଜ୍ୟ ସଭାପତି ଡା. ନିରାକର ଭଟ୍ଟଙ୍କ ନେତୃତ୍ୱରେ ବ୍ରହ୍ମପୁର ସିଟି ହସ୍ପିଟାଲ୍‌ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ତୁରନ୍ତ ଡାକ୍ତରଙ୍କ ସହ ଆଲୋଚନା କରି ଘଟଣାକୁ ସମାଧାନ କରିବାକୁ ଦାବି କରାଯାଇଛି । ଯେଉଁମାନେ ଜୁନିୟର୍‌ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଲୋଗାନ୍‌ ଦିଆଯାଇଥିଲା। ଦେଶରେ ଡାକ୍ତରମାନେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ସେମାନେ ଭୟରେ କାମ କରୁଛନ୍ତି। ଜୀବନ ପ୍ରତି ବିପଦ ଦେଖାଦେଉଛି। ତେଣୁ ତୁରନ୍ତ କେନ୍ଦ୍ର ସରକାର ଡାକ୍ତରଙ୍କ ସୁରକ୍ଷା ପାଇଁ ବିଲ୍‌ ଆଣନ୍ତୁ ବୋଲି ଓମ୍‌ସାର ସଭାପତି ଡା. ଭଟ୍ଟ ଦାବି କରିଛନ୍ତି । ଓଡ଼ିଶା ସରକାର ତୁରନ୍ତ ଏନେଇ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାନ୍ତୁ ବୋଲି ସେ କହିଛନ୍ତି ।
ଏହି ଅବସରରେ ଡାକ୍ତରମାନେ କଳାବ୍ୟାଜ୍‌ ପିନ୍ଧିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ, ସିଟି ହସ୍ପିଟାଲ୍‌ ସୁପରିଟେଣ୍ଡେଣ୍ଟ ପି.କୁର୍ମେୟା, ଡା. ଶଙ୍କର୍ଷଣ ପାତ୍ର, ଡା. ପ୍ରମୋଦ ପଟ୍ଟନାୟକ, ଡା. ଭବାନୀଶଙ୍କର ମିଶ୍ର, ଡା. ଗୋପାଳ ପଟ୍ଟନାୟକ, ଡା. ଶରତ ସାମଲ, ଡା. ଅଶୋକ କୁମାର ମଲ୍ଳିକ, ଡା. ସୁଶାନ୍ତ ବେହେରା, ଡା. କୃଷ୍ଣମୋହନ ରଥ, ଡା. ରାଜେନ୍ଦ୍ର ସାହୁ, ଡା. ରଞ୍ଜିତ କୁମାର ପାତ୍ର, ଡା. ଶୁଭକାନ୍ତ ଦାସ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଓମ୍‌ସାର ରାଜ୍ୟ ସଭାପତି ଡା. ଭଟ୍ଟ ପ୍ରକାଶ କରିଛନ୍ତି ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୟୁଜି, ପିଜି, ହାଉସ୍‌ ସର୍ଜନ ଏବଂ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଏହି ବିକ୍ଷୋଭରେ ସାମିଲ ଥିଲେ। ଅନ୍ୟପଟେ ଇଣ୍ଡିଆନ୍‌ ମେଡ଼ିକାଲ୍‌ ଆସୋସିଏଶନ (ଆଇଏମ୍‌ଏ)ର ବ୍ରହ୍ମପୁର ଶାଖା ପକ୍ଷରୁ ମଧ୍ୟ ଡାକ୍ତରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି ।
ଏକ ସ୍ମାରକପତ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପାଖକୁ ଆସୋସିଏଶନ୍‌ ତରଫରୁ ପଠାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି, ସୁରକ୍ଷିତ ବାତାବରଣରେ କାମ କରିବାର ଅଧିକାର ସମସ୍ତ ବୃତ୍ତିର ଲୋକଙ୍କର ରହିଛି। ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ଡାକ୍ତର, କର୍ମଚାରୀ ଏବଂ ଅଧିକାରୀଙ୍କୁ ଆକ୍ରମଣ ନିନ୍ଦନୀୟ। ଦେଶରେ ଜନସଂଖ୍ୟା ସହ ରୋଗୀଙ୍କ ସଂଖ୍ୟା ବଢ଼ୁଛି । କିନ୍ତୁ ଡାକ୍ତରଙ୍କ ସଂଖ୍ୟା ବଢ଼ୁନି। ତଥାପି ଡାକ୍ତରମାନେ ଯଥାସମ୍ଭବ ସେବା ଯୋଗାଇବାକୁ ଚେଷ୍ଟା କରୁଛନ୍ତି। ଡାକ୍ତରଙ୍କ ପ୍ରତି ବଢ଼ୁଥିବା ହିଂସାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ହେବା ଆବଶ୍ୟକ । ଲୋକମାନଙ୍କୁ ସଚେତନ କରିବା ଜରୁରୀ । ଏଣୁ ତୁରନ୍ତ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ୍‌ର ଆବଶ୍ୟକତା ରହିଛି । ଆକ୍ରମଣକାରୀଙ୍କୁ ସର୍ବନିମ୍ନ ସାତବର୍ଷ ଜେଲ୍‌ ଦଣ୍ଡ ଦିଆଯାଉ ।
ମେଡ଼ିକାଲ୍‌ଗୁଡ଼ିକ ସ୍ବତନ୍ତ୍ର ସୁରକ୍ଷିତ ଜୋନ୍‌ ଭାବେ ଘୋଷଣା କରାଯାଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ । କେନ୍ଦ୍ର ସରକାର ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ସଭାପତି ଡା. ସୁରେଶ ଚନ୍ଦ୍ର ମିଶ୍ର, ସମ୍ପାଦକ ଡା. କମଳାକାନ୍ତ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତଥା କୋଷାଧ୍ୟକ୍ଷ ଡା. ଦେବାଶିଷ ପାଢ଼ୀ ପ୍ରମୁଖ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?