ଏଇ ଭାରତରେ

ଅଧାରୁ ପାଠ ଛାଡ଼ି ନିଶା କବଳରେ ପଡ଼ିଯାଉଥିବା ପିଲାମାନଙ୍କ ଜୀବନରେ ନୂଆ ଆଶା ଭରି ଦେଉଛନ୍ତି ନାଗାଲାଣ୍ଡର ଜେନ୍‌ପୁ ରୋଙ୍ଗ୍‌ମେଇ। ଡିମାପୁର ନିବାସୀ ଜେନ୍‌ପୁ ଏଭଳି ୧,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ପୁଣି ସମାଜର ମୁଖ୍ୟ ଧାରାରେ ସାମିଲ କରିପାରିଛନ୍ତି। ଜେନ୍‌ପୁ ୨୦୧୦ରେ ଆରମ୍ଭ କରିଥିଲେ‘ୟଙ୍ଗସ କ୍ଲବ୍‌’। ପରେ ୨୦୧୩ରେ ଏହାକୁ ପଞ୍ଜୀକରଣ କରିବା ସହ ଏହାର ନାମ ପରିବର୍ତ୍ତନ କରି ରଖିଥିଲେ ‘କ୍ୟାନ୍‌ ୟୁଥ୍‌’। ଏହା ମାଧ୍ୟମରେ ପାଠ ଛାଡ଼ିଥିବା ପିଲାମାନଙ୍କୁ ପୁଣି ସ୍କୁଲ୍‌ ଓ କଲେଜରେ ନାମ ଲେଖାଇବାର ବ୍ୟବସ୍ଥା କରୁଛନ୍ତି। ୩୬ ବର୍ଷୀୟ ଜେନ୍‌ପୁ ଏହି ସଂସ୍ଥା ମାଧ୍ୟମରେ କ୍ରୀଡା ଶିବିର, ରାକ୍ତଦାନ ଶିବିର ତଥା ଧନ୍ଦାମୂଳକ ପ୍ରଶିକ୍ଷଣ କ୍ୟାମ୍ପ ଆଦି ଆୟୋଜନ କରୁଛନ୍ତି। ଅର୍ଥାଭାବରୁ ଆଦୌ ସ୍କୁଲ ଯାଇପାରୁ ନ ଥିବା ପିଲାମାନଙ୍କୁ ବି ସେ ସାହାଯ୍ୟ ଯୋଗାଇ ଦେଉଛନ୍ତିି। ତାଙ୍କ ୟଙ୍ଗ ଟିମ୍‌ରେ ସ୍ନାତକ ଡିଗ୍ରୀଧାରୀ ମହିଳାଙ୍କ ସମେତ ୧୧ ଜଣ ବୋର୍ଡ ମେମ୍ବର ରହିଛନ୍ତି। ଏବେ ଲକ୍‌ଡାଉନ୍‌ରେ ‘କ୍ୟାନ୍‌ ୟୁଥ୍‌’ ଅସହାୟ ଲୋକମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରୁଛି। ୨୦୧୮ରେ ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଥିଲା ଯେ ନାଗାଲାଣ୍ଡରେ ଡ୍ରପ୍‌ଆଉଟ ହାର ଜାତୀୟ ହାରର ୪ଗୁଣ। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାରେ ଜେନ୍‌ପୁଙ୍କ ଭଳି ଯୁବକଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri