କରୋନା ସଂକ୍ରମଣରେ ଏଠି ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ଇନୋଇ,୩୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ଭଳି ବିକାଶଶୀଳ ଦେଶରେ ବି ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହଶହ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ଚାଇନା ସୀମାକୁ ଲାଗି ରହିଥିବା ଏମିତି ଏକ ଦେଶ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ। କରୋନା କବଳରୁ ନିଜକୁ ବଞ୍ଚାଇ ରଖିଥିବା ଦେଶ ଭିଏତନାମର ପ୍ରଶଂସା ଏବେ ସାରା ବିଶ୍ୱ କରୁଛି। ଏଠାକାର ଜନସଂଖ୍ୟା ପାଖାପାଖି ୯.୭ କୋଟି ହୋଇଥିବା ବେଳେ ଏବେ ସେଠାରେ କରୋନା ସଂକ୍ରମଣରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ। ଗତ ଶୁକ୍ରବାର ପର୍ଯ୍ୟନ୍ତ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୭୯ ଜଣ ସୁସ୍ଥ ହୋଇ ସାରିଥିବା କୁହାଯାଉଛି। ଏଠାକାର ସ୍ବାସ୍ଥ୍ୟସେବା ଏତେ ଉନ୍ନତ ମଧ୍ୟ ନୁହେଁ। ପ୍ରତି ୧୦ ହଜାର ଲୋକଙ୍କ ପାଇଁ ସେଠାରେ ମାତ୍ର ୮ଜଣ ଡାକ୍ତର କାମ କରନ୍ତି। ତେବେ ଏମାନେ କେମିତି କରୋନା ଭଳି ମହାମାରୀକୁ ଏଡାଇ ଯାଇ ପାରିଲେ ତାହା ଏବେ ସବୁଆଡେ ଚର୍ଚ୍ଚା ହେଉଛି। ତେବେ କରୋନା ଭାଇରସକୁ ନେଇ ପ୍ରଥମରୁ ହିଁ ଭିଏତନାମରେ ସଚେତନତା ସୃଷ୍ଟି କରାଯାଇଥିଲା। ସରକାର ଚାଇନାକୁ ଲାଗି ରହିଥିବା ସୀମା ଓ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଯାତ୍ରା କରିବାରେ ପ୍ରତିବନ୍ଧକ ଲାଗାଇଦେଲେ। ଏହାସହ ଏକକାଳୀନ ୩ ସପ୍ତାହର ଲକ୍‌ଡାଉନ ଘୋଷଣା କଲେ। ଏହାପରେ ସ୍ଥିତିର ସମିକ୍ଷା କରି ଲକ୍‌ଡାଉନ ନିୟମରେ କୋହଳ କରାଗଲା। ଆଉ ଏହାପରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ସଂକ୍ରମଣର କୌଣସି ଘଟଣା ଦେଖିବାକୁ ମିଳି ନ ଥିଲା। ପ୍ରଥମକରି ଚାଇନାରେ କରୋନା ସଂକ୍ରମଣ ଦେଖାଯିବା ପରେ ଭିଏତନାମ ଚାଇନା ସୀମାକୁ ସିଲ୍‌ କରି ଦେଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଆଡଭାଇଜରୀ ଆସିବା ପୂର୍ବରୁ ଭିଏତନାମ ସରକାର ଦେଶରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରି ଦେଇଥିଲେ। ଏମିତିକି ବିଦେଶରୁ ଆସୁଥିବା ବିମାନଯାତ୍ରୀଙ୍କର ଥର୍ମାଲ ସ୍କ୍ରିନଂ ବାଧ୍ୟତାମୂଳକ ସହ ଯେଉଁମାନଙ୍କ ଶରୀରର ତାପମାତ୍ରା ଅଧିକ ରହୁଥିଲା ସେମାନଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରଖାଯାଉଥିଲା। ଜାନୁୟାରୀ ଶେଷ ବେଳକୁ ଚାଇନାକୁ ଯିବା ଆସିବା କରୁଥିବା ସମସ୍ତ ବିମାନକୁ ବନ୍ଦ କରି ଦିଆଯାଇଥିଲା। ସେହିପରି ମାର୍ଚ୍ଚ ମାସରେ ବିଦେଶୀଙ୍କୁ ପ୍ରବେଶ ଅନୁମତି ଦେଇ ନ ଥିଲେ ଭିଏତନାମ ସରକାର। କଣ୍ଟାକ୍‌ ଟ୍ରେସିଂ ଓ ସାମାଜିକ ଦ୍ୱରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏସବୁ ପରେ ଏବେ ଭିଏତନାମରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଉଛି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?