କରୋନା ମୁକାବିଲା: ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡ଼ି ପୋଲିସ

ଦାରିଙ୍ଗବାଡ଼ି,୨୧।୩(ଡି.ଏନ୍‌.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଜିଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ୧୪୪ ଧାରାକୁ ବଜାୟ ରଖିବା ସହ ଦୋକାନ ବଜାର ବନ୍ଦ ରଖିବା ପାଇଁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ୱରେ ଏସ୍‌ଆଇ ଅନିଲ କୁମାର ଦେବତା ସଦଳବଳ ସମସ୍ତ ଦୋକାନ ବଜାରକୁ ବନ୍ଦ କରିଛନ୍ତି। ଶନିବାର ସକାଳୁ ଦାରିଙ୍ଗବାଡ଼ି ପୋଲିସ ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, କିରିକୁଟି, ପର୍ତ୍ତମାହା, ଶ୍ରାନିକେତା ପ୍ରମୁଖ ବ୍ୟବସାୟ ସ୍ଥଳରେ ପହଞ୍ଚି ଚା’ ଜଳଖିଆ ସମେତ ଲୁଗା ଦୋକାନ, ଉଠା ଦୋକାନ ଆଦିକୁ ବନ୍ଦ କରିଛନ୍ତି। କେବଳ ରାଶନ, ଓଷଧ ଏବଂ ପନିପରିବା ଦୋକାନକୁ ଖୋଲା ରଖାଯିବା ସହ ଗହଳିକୁ ରୋକାଯାଇଛି। କୌଣସି ଛକ, ବଜାରରେ ଜନଗହଳିକୁ ପୋଲିସ ଏଡ଼ାଇବା ସହ ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେଉଛି। କରୋନା ଭୂତାଣୁ ଯେଭଳି ସଂକ୍ରମଣ ନ ହେବ, ସେନେଇ ପୋଲିସ ପକ୍ଷରୁ ଜୋରଦାର ପ୍ରୟାସ କରାଯିବା ସହ ଆକ୍ସନ ମୁଡ୍‌ରେ ପୋଲିସ କାର୍ଯ୍ୟ କରୁଛି। ସେହିପରି ଦାରିଙ୍ଗବାଡ଼ିଠାରେ ଥିବା ବିଦେଶୀ ମଦ ଦୋକାନକୁ ଶନିବାରଠାରୁ ବନ୍ଦ କରାଯିବ ବୋଲି ଆଇଆଇସି ମାଝୀ ସୂଚନା ଦେଇଛନ୍ତିି। ଯେଉଁ ବ୍ୟବସାୟୀ ନିର୍ଦ୍ଦେଶ ଅବମାନନା କରିବେ, ସେମାନଙ୍କ ବିରୋଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ଦାରିଙ୍ଗବାଡ଼ି ଅଞ୍ଚଳକୁ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କୁ ପୋଲିସ ଯାତ୍ରୀବାହୀ ବସ୍‌ରୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ସ୍ବାସ୍ଥ୍ୟ ପରୀକ୍ଷା କରାଉଛି। ଜିଲାରେ ଯେଭଳିି ଜଣେ ମଧ୍ୟ କରୋନାରେ ସଂକ୍ରମଣ ନ ହେବେ, ସେନେଇ ଜିଲାପାଳ ଡ. ବୃନ୍ଦା ଡି ସମସ୍ତ ଚେଷ୍ଟା ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri