Posted inଫୁରସତ

କରୋନା ଭୟ: ସ୍ବତନ୍ତ୍ର ଜେଟ୍‌, ବଙ୍କର ବୁକ୍‌ କରୁଛନ୍ତି ଧନୀ ଶ୍ରେଣୀର ଲୋକେ

ନ୍ୟୁୟର୍କ,୧୩ା୩: କରୋନା ଭାଇରସ୍‌ ମହାମାରୀ ୧୨୦ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱବାସୀଙ୍କ ଉପରେ ପଡ଼ିଛି। ଏହି ସଂକଟଜନକ ସ୍ଥିତିରେ ଆମେରିକା, ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ ପରି ଦେଶର ଧନୀ ଶ୍ରେଣୀର ଲୋକେ ନିଜକୁ କରୋନା ଭାଇରସ୍‌ରୁ ବଞ୍ଚାଇବା ପାଇଁ ବ୍ୟକ୍ତିଗତ ଜେଟ୍‌, ବଙ୍କର ଏବଂ ଅଣ୍ଡରଗ୍ରାଉଣ୍ଡ ଗୃହ ବୁକ୍‌ କରୁଛନ୍ତି। ଏଥିସହ ବ୍ୟକ୍ତିଗତ ଭାବେ ଡାକ୍ତର ଏବଂ ନର୍ସଙ୍କୁ ମଧ୍ୟ ନିଯୁକ୍ତି ଦେଉଛନ୍ତି। ଯାହାକି ପରିବାର ସଦସ୍ୟଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିପାରିବ। ଏଥିପାଇଁ ବିଶ୍ୱର ନାମୀଦାମୀ ଡାକ୍ତରଙ୍କ ସହ ଯୋଗାଯୋଗ ମଧ୍ୟ ଜାରି ରଖିଛନ୍ତି।
ଆମେରିକାର ବେସରକାରୀ ଜେଟ୍‌ ବୁକିଂ ସେବା ପ୍ରାଇଭେଟ୍‌ ଫ୍ଲାଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଡାମ ଟ୍ବିଡେଲ କୁହନ୍ତି, କରୋନା ଭାଇରସ୍‌ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକର କୋଟିପତିମାନେ ଜରୁରିକାଳୀନ ପରିସ୍ଥିତିରେ ଘରୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଘରୋଇ ଜେଟ୍‌ ବୁକ୍‌ କରୁଛନ୍ତି। କାରଣ ଏପରି କଲେ କରୋନା ଭାଇରସ୍‌ ପରୀକ୍ଷା ଅନ୍ୟ ଦେଶରୁ କରାଯାଇପାରିବ କିମ୍ବା ସେମାନଙ୍କ ନମୁନା ପରୀକ୍ଷା ପାଇଁ ଅନ୍ୟ ଦେଶକୁ ସହଜରେ ପଠାଯାଇପାରିବ। ଧନିକମାନେ କୋଭିଡ୍‌ -୧୯ ଟିକାକରଣ ପାଇଁ କହୁଛନ୍ତି। ଏହି ଟିକା ମିଳିବା ଏତେ ସହଜ ନୁହେଁ। ପ୍ରାୟ ୧ ବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri