କରୋନା ଭାଇରସ୍‌ ପ୍ରତିଷେଧକ ଟିକା

”କରୋନା ଭାଇରସ୍‌ର ସଫଳ ମୁକାବିଲା କରିବା ନିମନ୍ତେ ପ୍ରତିଷେଧକ ଟିକା ହିଁ ଏକ ମାତ୍ର ଫଳପ୍ରଦ ବ୍ୟବସ୍ଥା । ଏହି ଭାଇରସ୍‌ର ଆବିର୍ଭାବର ମାତ୍ର ଅଳ୍ପ କେଇ ମାସ ଅତିବାହିତ ହୋଇଥିଲେ ସୁଦ୍ଧା ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ପ୍ରତିଷେଧକ ଟିକା ବିକାଶ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଚଳାଇ ଆସୁଛନ୍ତି।ମାତ୍ର ପ୍ରତିଷେଧକ ଟିକାର ବିକାଶ ଏକ ସମୟସାପେକ୍ଷ ପ୍ରକ୍ରିୟା ହୋଇଥିବାରୁ
ଏଥିପାଇଁ ହୁଏତ ଆମକୁ ଆଉ କିଛି ଦିନ
ଅପେକ୍ଷା କରିବାକୁ ପଡ଼ିବ।“

କରୋନା ଭାଇରସ୍‌ର ସଫଳ ମୁକାବିଲା କରିବା ନିମନ୍ତେ ପ୍ରତିଷେଧକ ଟିକା ହିଁ ଏକ ମାତ୍ର ଫଳପ୍ରଦ ବ୍ୟବସ୍ଥା। ଏହି ଭାଇରସ୍‌ର ଆବିର୍ଭାବର ମାତ୍ର ଅଳ୍ପ କେଇ ମାସ ଅତିବାହିତ ହୋଇଥିଲେ ସୁଦ୍ଧା ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ପ୍ରତିଷେଧକ ଟିକା ବିକାଶ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ ଚଳାଇ ଆସୁଛନ୍ତି। ମାତ୍ର ପ୍ରତିଷେଧକ ଟିକାର ବିକାଶ ଏକ ସମୟସାପେକ୍ଷ ପ୍ରକ୍ରିୟା ହୋଇଥିବାରୁ ଏଥିପାଇଁ ହୁଏତ ଆମକୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ଅଧିକାଂଶ ଟିକା କରୋନା ଭାଇରସ୍‌ର ବାହାର ପୃଷ୍ଠରେ ଥିବା ସ୍ପାଇକ୍‌ ପ୍ରୋଟିନ୍‌ (Spike Protien)କୁ ଟର୍ଗେଟ୍‌ କରିଥାନ୍ତି। ଭାଇରସ୍‌ ଏହି ଅଙ୍ଗକୁ ବ୍ୟବହାର କରି ମନୁଷ୍ୟ ଜୀବକୋଷ ସହିତ ସହଜରେ ସଂଯୁକ୍ତ ହୋଇଥାଏ। ବିକାଶ ପଥରେ ଥିବା ବିଭିନ୍ନ ଟିକା ଭାଇରସ୍‌ର ଏହି ଅଙ୍ଗକୁ ଅକାମୀ କରିଦେଇ ମନୁଷ୍ୟ ଶରୀରରେ ସଂକ୍ରମଣର ଆଶଙ୍କାକୁ ହ୍ରାସ କରେ। ବୈଜ୍ଞାନିକମାନଙ୍କ ମତ ଯେ ଏହି ସ୍ପାଇକ୍‌ ପ୍ରୋଟିନ୍‌ ମନୁଷ୍ୟ ଶରୀରରେ ଏଭଳି କିଛି ଆଣ୍ଟିବଡି (Antibody) ସଷ୍ଟିକରେ, ଯାହା ଭାଇରସ୍‌ର ପରବର୍ତ୍ତୀ ସଂକ୍ରମଣକୁ ପ୍ରତିହତ କରେ। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)ର ତାଲିକା ଅନୁଯାୟୀ ବିଶ୍ବ ସାରା ପ୍ରାୟ ୧୦୦ଟି ସରକାରୀ ଓ ବେସରକାରୀ କମ୍ପାନୀ ପ୍ରତିଷେଧକ ଟିକାର ବିକାଶରେ ଚେଷ୍ଟା ଚଳାଇ ଥିବାବେଳେ ପ୍ରସ୍ତୁତି ପଥରେ ଥିବା ଏଭଳି କିଛି ପ୍ରମୁଖ ଟିକା ସମ୍ପର୍କରେ ନିମ୍ନରେ ଆଲୋକପାତ କରାଗଲା ।
ଚାଇନା ଟିକା Ad୫-nCoV
ଚାଇନାର ଏକ ବାୟୋଟେକ୍‌ କମ୍ପାନୀ କାନସିନୋ ବାୟୋଲଜିକ୍ସ (CanSino Biologics) ଦ୍ବାରା ବିକଶିତ ଏହି ଟିକା ପ୍ରଥମେ ମନୁଷ୍ୟ କ୍ଷେତ୍ରରେ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚତ୍ଥିଲା । ଏହା ବର୍ତ୍ତମାନ କ୍ଲିନିକାଲ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ଅଛି। ଏହି ଟିକା ଆଡେନୋ ଭାଇରସ୍‌ ନାମକ ଏକ ନିଷ୍କ୍ରିୟ ଭାଇରସ୍‌ ଜରିଆରେ ମନୁଷ୍ୟ ଜୀବକୋଷ ମଧ୍ୟକୁ ଭାଇରସ୍‌ର ବାହାର ପୃଷ୍ଠରେ ଥିବା ସ୍ପାଇକ୍‌ ପ୍ରୋଟିନର ଡି.ଏନ୍‌.ଏ.କୁ ସ୍ଥାନାନ୍ତରିତ କରିଥାଏ, ଯାହା ପରବର୍ତ୍ତୀ ସମୟରେ ଜୀବକୋଷ ମଧ୍ୟରେ ଏହି ସ୍ପାଇକ୍‌ ପ୍ରୋଟିନର ଗଠନ କରିଥାଏ। ଏହି ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସମାପ୍ତ ପାଇଁ ପ୍ରାୟ ୬ ମାସ ସମୟ ଲାଗିବ ଏବଂ ଆସନ୍ତା ବର୍ଷ ଏହି ଟିକା ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଏ।
ବ୍ରିଟିଶ ଟିକା : ChAdOx୧
ବ୍ରିଟେନର ଅକ୍ସଫୋର୍ଡ୍‌ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଏହି ଟିକା ଏବେ କ୍ଲିନିକାଲ୍‌ ପରୀକ୍ଷଣର ମିଳିତ ୨ୟ ଓ ୩ୟ ପର୍ଯ୍ୟାୟରେ ଅଛି । ଏହି ଟିକାର ସଫଳତା ନେଇ ବୈଜ୍ଞାନିକମାନେ ଏତେ ଆଶାବାଦୀ ଅଛନ୍ତି ଯେ ସେମାନେ ଏହି ଟିକାର ସମୂହ ଉତ୍ପାଦନ ନିମନ୍ତେ ଅର୍ଡର ଦେଇ ସାରିଲେଣି ଏବଂ ଆଗାମୀ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହାର ୧୦ ଲକ୍ଷ ନମୁନା ପ୍ରସ୍ତୁତ କରାଯିବ ବୋଲି ଜଣାଯାଏ।
ChAdOx୧ର କାର୍ଯ୍ୟପ୍ରଣାଳୀ ମୂଳତଃ ଚାଇନା ଟିକା Ad୫-nCoV ସହିତ ସମାନ। ଏହି ଟିକା ଏକ ନିଷ୍କ୍ରିୟ ଭାଇରସ୍‌ ଜରିଆରେ ମନୁଷ୍ୟ ଜୀବକୋଷ ମଧ୍ୟକୁ କରୋନା ଭାଇରସ୍‌ର ବାହାର ପୃଷ୍ଠରେ ଥିବା ସ୍ପାଇକ୍‌ ପ୍ରୋଟିନର ଡି.ଏନ୍‌.ଏ.କୁ ସ୍ଥାନାନ୍ତରିତ କରିଥାଏ, ଯାହା ଜୀବକୋଷ ମଧ୍ୟରେ ଏହି ସ୍ପାଇକ୍‌ ପ୍ରୋଟିନର ଗଠନ କରିଥାଏ। ଏହା ଆମ ଶରୀରର ପ୍ରତିରୋଧକ ବ୍ୟବସ୍ଥାକୁ ସକ୍ରିୟ କରି ଏପରି କିଛି ଅଣୁ ପ୍ରସ୍ତୁତ କରେ, ଯାହା କରୋନା ଭାଇରସ୍‌ର ସ୍ପାଇକ୍‌ ପ୍ରୋଟିନ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅକାମୀ କରିଦିଏ। ଫଳରେ କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିହୁଏ। ଯଦିଓ ଏହି ଟିକାର ସମସ୍ତ କ୍ଲିନିକାଲ ପରୀକ୍ଷଣ ଆସନ୍ତା ବର୍ଷ ମଇ ମାସ ସୁଦ୍ଧା ସମାପ୍ତ ହେବ ବୋଲି ଆଶା କରାଯାଏ, ତଥାପି ବୈଜ୍ଞାନିକମାନେ ପ୍ରାରମ୍ଭିକ ପରୀକ୍ଷଣର ଫଳାଫଳକୁ ଭିତ୍ତି କରି ସ୍ବଳ୍ପ ଦିନ ମଧ୍ୟରେ ବଜାରକୁ ଏହି ଟିକାର ଜରୁରୀ ଯୋଗାଣ କରିପାରିବେ ବୋଲି ଭରସା ଦେଇଛନ୍ତି।
ଆମେରିକୀୟ ଟିକା : INO-୪୮୦୦
ଏକ ଆମେରିକୀୟ ସଂସ୍ଥା ଇନୋଭିଓ ଫାର୍ମାସ୍ୟୁଟିକାଲ୍ସ (Inovio Pharmaceuticals) ଦ୍ବାରା ବିକଶିତ ଏହି ଟିକା ଏବେ କ୍ଲିନିକାଲ୍‌ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଅଛି। ଏହା ଏକ ନୂତନ ଟିକାକରଣ ପଦ୍ଧତି ଉପରେ ପର୍ଯ୍ୟବସିତ, ଯାହାଦ୍ବାରା ଶରୀର କିଛି କରୋନା ଭାଇରସ୍‌ର ଖଣ୍ଡ ନିଜେ ପ୍ରସ୍ତୁତ କରିଥାଏ। ଏହି ପଦ୍ଧତିରେ ଶରୀର ମଧ୍ୟକୁ ଡି.ଏନ୍‌.ଏ.ର କିଛି ଖଣ୍ଡ ପ୍ରବେଶ କରାଯାଇଥାଏ; ଯେଉଁଥିରେ କରୋନା ଭାଇରସ୍‌ର ସ୍ପାଇକ୍‌ ପ୍ରୋଟିନର ଜିନୀୟ ସଂକେତ ସଞ୍ଚତ୍ତ ଥାଏ। ବିଶ୍ବାସ କରାଯାଏ ଯେ, ଶରୀର ଏହି ଜିନୀୟ ସଂକେତକୁ ଅବଧାରଣା ପୂର୍ବକ ନିଜେ ଏହି ସ୍ପାଇକ୍‌ ପ୍ରୋଟିନ୍‌ ସଂଶ୍ଳେଷିତ କରି କରୋନା ବିପକ୍ଷରେ ରୋଗ ପ୍ରତିରୋଧକତା ସୃଷ୍ଟି କରିବ। କମ୍ପାନୀର ଯୋଜନା ମୁତାବକ ଆସନ୍ତା ବର୍ଷ ପ୍ରଥମାର୍ଦ୍ଧ ବେଳକୁ ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସମାପ୍ତ ହେବ।
ନିଷ୍କ୍ରିୟ ପାରମ୍ପରିକ ଚାଇନା ଟିକା
ଇତି ମଧ୍ୟରେ ଚାଇନାର ଏକ ସରକାରୀ ଫାର୍ମାସ୍ୟୁଟିକାଲ୍‌ ସଂସ୍ଥା ମତ କିମ୍ବା ନିଷ୍କ୍ରିୟ କରୋନା ଭାଇରସ୍‌ର ନମୁନାକୁ ନେଇ ପାରମ୍ପରିକ ପଦ୍ଧତିରେ ଏକ ଟିକା ବିକଶିତ କରିଛି। ଏହା ଗତ ଏପ୍ରିଲ ମାସରେ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ପଦ୍ଧତି ଅନୁସାରେ ପ୍ରୟୋଗଶାଳାର କିଛି ନିଷ୍କ୍ରିୟ କରୋନା ଭାଇରସ୍‌ର ନମୁନାକୁ ଶରୀର ମଧ୍ୟରେ ପ୍ରବେଶ କରାଯାଏ । ଶରୀରର ପ୍ରତିରୋଧକ ବ୍ୟବସ୍ଥା ଏହି ନମୁନାକୁ ଚିହ୍ନିପାରି ଏପରି କିଛି ଆଣ୍ଟିବଡି ପ୍ରସ୍ତୁତ କରିଥାଏ, ଯାହା ପରବର୍ତ୍ତୀ ସମୟରେ ପ୍ରକୃତ କରୋନା ସଂକ୍ରମଣ ହେଲେ ଭାଇରସ୍‌କୁ ମାରିଦିଏ । ଏବେ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ଥିବା ଏହି ଟିକା ଅତି ଶୀଘ୍ର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିବ ଏବଂ ପ୍ରକୃତ ଟିକା ବଜାରରେ ଉପଲବ୍ଧ ହେବା ନିମନ୍ତେ ବର୍ଷେ ସମୟ ଲାଗିଯିବ ବୋଲି ଆକଳନ କରାଯାଏ।

ନିକୁଞ୍ଜ ବିହାରୀ ସାହୁ

– ଏଜୁକେଶନ୍‌ ଅଫିସର,
ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri