କରୋନା ଟାଣିଛି ଲକ୍ଷ୍ମଣରେଖା

ରାୟପୁର/ମହାସମୁଦ/ସୁକ୍‌ମା: କରୋନା ସଂକ୍ରମଣ ରୋକିବାକୁ ଛତିଶଗଡ଼ ରାଜ୍ୟର ୩ ଗ୍ରାମର ବାସିନ୍ଦା ଟାଣିଛନ୍ତି ଲକ୍ଷ୍ମଣ ରେଖା। ୩୧ ମାର୍ଚ୍ଚ ଯାଏ ଗ୍ରାମ ଭିତରକୁ ବାହାରର କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ ଲାଗିଛି କଟକଣା। କେବଳ ଏତିକି ନୁହେଁ, ବାହାର ରାଜ୍ୟରେ କାମ କରି ଫେରିଥିବା ୧୩ଜଣ ଯୁବକଙ୍କୁ ଗ୍ରାମଠାରୁ ଦେଢ଼ କିମି ଦୂରରେ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।
ଛତିଶଗଡ଼ର ମହାସମୁଦ ଜିଲର ବାବନକେରା, କମାରଡେରା, ଜୋରାତରାଇ ଅଞ୍ଚଳବାସୀ କରୋନା ସଂକ୍ରମଣରୁ ରକ୍ଷା ଲାଗି ଗ୍ରାମ ବାହାରେ ବ୍ୟାନର ଟାଙ୍ଗିଛନ୍ତି। ଏଥିରେ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଗ୍ରାମରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଦର୍ଶାଯାଇଛି। ସେହିପରି ଅଞ୍ଚଳରେ କେହି ଭିଡ଼ କିମ୍ବା ଗହଳି କରିପାରିବେ ନାହିଁ ବୋଲି ମଧ୍ୟ ଉକ୍ତ ବ୍ୟାନରରେ ଖେଳାଯାଇଛି। ବାବନକେରା ସରପଞ୍ଚ ଡୋଗେଶ ଟଣ୍ଡନ କୁହନ୍ତି, ଯାଞ୍ଚ କରିବାକୁ ଗ୍ରାମ ସୀମାନ୍ତରେ ଦୁଇଜଣଙ୍କୁ ମୁତୟନ କରାଯାଇଛି। କୌଣସି ଅଜଣା ବ୍ୟକ୍ତି ଗ୍ରାମକୁ ଆସିଲେ ପ୍ରଥମେ ସେମାନେ ପଚରାଉଚୁରା କରିବେ। ସନ୍ତୋଷଜନକ ଉତ୍ତର ଦେବା ପରେ ହିଁ ସେମାନଙ୍କୁ ଗଁାରେ ପଶିବାକୁ ଅନୁମତି ଦିଆଯାଉଛି।
ସେହିପରି ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିବା ସୁକ୍‌ମା ଜିଲା ଛିନ୍ଦଗଡ଼ ବ୍ଲକ ପାକେଲା ଗ୍ରାମର ୧୩ ଯୁବକଙ୍କୁ ଗ୍ରାମରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ପ୍ରାଥମିକ ରିପୋର୍ଟରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ସେମାନଙ୍କ ସମ୍ପର୍କୀୟମାନେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଗ୍ରାମଠାରୁ ଦେଢ଼ କିମି ଦୂରରେ ରଖିଛନ୍ତି। ସେମାନଙ୍କ ଖାଇବା ପିଇବା ବନ୍ଦୋବସ୍ତ କରାଯାଇଛି। ଜରୁରୀ ରାଶନ ସାମଗ୍ରୀ ଯୋଗାଇ ଦିଆଯାଇଛି।
ଛତିଶଗଡ଼ର ରାଜଧାନୀ ରାୟପୁରର ହଜାର ହଜାର ପରିବାର ନିଜ ଘର ସାମ୍ନାରେ ଆଗନ୍ତୁକଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରିଛନ୍ତି। କେତେକ ଘରେ ଲେମ୍ବୁରେ ‘ଗୋ କରୋନା ଗୋ’ ଲେଖାଯାଇଥିବା ଦେଖିବାକୁ ମିଳିଛି। ହେଲେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେଜଣ ଏହାକୁ ସ୍ବାଗତ କରିଥିବାବେଳେ ଅନ୍ୟ କେତେଜଣ ୟୁଜର ଏହାରକୁ କଟାକ୍ଷ କରିଛନ୍ତି। ସେ ଯାହା ହେଉ ନା କାହିଁକି ଏପରି କାର୍ଯ୍ୟରୁ ଲୋକମାନେ କରୋନା ପ୍ରତି ସଚେତନ ହେଉଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିଲା ପ୍ରହ୍ଲାଦ ଜୋଷୀଙ୍କ ପ୍ରଥମ ପ୍ରତିକ୍ରିୟା – ‘ଏହି ଦାୟିତ୍ୱ…’

ନୂଆଦିଲ୍ଲୀ,୨୬।୭: ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିବା ପରେ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

ବିଲରେ ଧାନ ରୋଇବାବେଳେ ହେଲା ବଜ୍ରପାତ, ଏକାଠି ଟଳିପଡ଼ିଲେ ବାପ-ପୁଅ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୨୬ା୭(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଲିପଡ଼ା ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ରବିବାର ବିଲକୁ ଧାନ ରୋଇବାକୁ ଯାଇଥିବାବେଳେ ବଜ୍ରପାତ ହେବାରୁ ବାପ-ପୁଅଙ୍କ…

ପ୍ରବଳ ବର୍ଷାରେ ବୁଡ଼ିଗଲା କନ୍ଦରପୁର ଲେବଲ କ୍ରସିଂ ରାସ୍ତା, ଯାନବାହନ ଚଳାଚଳ ବନ୍ଦ

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): କଟକ-ନୂଆଗାଁ ଜାତୀୟ ରାଜପଥ ନଂ ୫୫ର କନ୍ଦରପୁର ଲେବଲ କ୍ରସିଂ ନିକଟ ଅସ୍ଥାୟୀ ରାସ୍ତାଟି ଶନିବାର ରାତିର ଅବିଶ୍ରାନ୍ତ ବର୍ଷାରେ ବୁଡିଯାଇଛି।…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

CJP ବିରୋଧ ପ୍ରଦର୍ଶନରେ ଯୋଗଦେଲେ ମନ୍ତ୍ରୀଙ୍କ ଝିଅ; ମୁଖ୍ୟମନ୍ତ୍ରୀ କହିଲେ, ‘ତାଙ୍କୁ ଟ୍ରୋଲ କରନାହିଁ’

ଗୁଆହାଟି,୨୬।୭: NEET ପେପର୍‌ ଲିକ ବିରୋଧରେ ପ୍ରତିବାଦରେ ଆସାମ ମନ୍ତ୍ରୀ କେଶବ ମହାନ୍ତଙ୍କ ଝିଅ ଅଂଶଗ୍ରହଣ କରୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ୟୁକ୍ରେନରେ ପୁଣି ଭାରତୀୟ ଜାହାଜ ଉପରେ ଆକ୍ରମଣ; ୨ କ୍ରୁ ସଦସ୍ୟ ନିଖୋଜ

କ୍ୱିଭ,୨୬।୭: ୟୁକ୍ରେନର ଓଡେସା ବନ୍ଦରରେ ରବିବାର (ଜୁଲାଇ ୨୬) ଦିନ ଚାରି ଜଣ ଭାରତୀୟ ନାଗରିକଙ୍କୁ ନେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ହୋଇଥିଲା।…

ହରିହର ଯୋର ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୪ଟି ଗେଟ୍‌ ଦେଇ ପାଣି ଛଡ଼ାଗଲା

ଅମରପାଲି, ୨୬/୭ (ପୀତାମ୍ବର ସାହୁ): ଗତକାଲି ରାତିସାରା ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତରେ ଅବସ୍ଥିତ ହରିହର ଯୋର ମଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri