କରୋନା କରିଛି ଅଚଳାବସ୍ଥା

ନୂଆଦିଲ୍ଲୀ,୨୩ା୩: କରୋନା ଭାଇରସ୍‌ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି। ଏହାକୁ ରୋକିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହାସହ ସିଆର୍‌ପିସିର ୧୪୪ ଧାରା ଜାରି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ଖବରଦାତା ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।
ଦିଲ୍ଲୀରେ କରୋନା ଯୋଗୁ ଜଣେ ମହିଳାଙ୍କ ଜୀବନ ଯାଇଥିବାବେଳେ ରବିବାର ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚତ୍ଛି। ଏଥିଯୋଗୁ ୧୪୪ ଧାରା ଜାରି କରାଯାଇଛି। ଫଳରେ କୌଣସି ସ୍ଥାନରେ ୪ କିମ୍ବା ତଦୂର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ରହିପାରିବେ ନାହିଁ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍‌. ଶ୍ରୀବାସ୍ତବ ଜାରି କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଓ ଉପରାଜ୍ୟପାଳ ଅନିଲ ବୈଜାଲ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦିଲ୍ଲୀ ସମସ୍ତ ସୀମାକୁ ସିଲ୍‌ କରାଯାଇଛି। କେବଳ ଜରୁରୀ ସାମଗ୍ରୀ ପାଇଁ ସାମୟିକ ଭାବେ ଏହାକୁ ଖୋଲାଯିବ। ବିମାନ, ବସ୍‌, ଟ୍ରେନ୍‌ ଓ ମେଟ୍ରୋ ରେଳକୁ ବାତିଲ କରାଯାଇଛି। ସୋମବାର ସକାଳ ୬ଟାରୁ ଏହି କଟକଣା ୩୧ ତାରିଖ ଯାଏ ଜାରି ରହିବ। ଏହି ଅବଧି ମଧ୍ୟରେ କୌଣସି ପ୍ରକାର ବିକ୍ଷୋଭ, ଶୋଭାଯାତ୍ରା ବା ପ୍ରତିବାଦ ସଭା ଆୟୋଜନ କରାଯାଇ ପାରିବ ନାହିଁ। ସେହିପରି ଅନ୍ୟ ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, ଧାର୍ମିକ, ଶୈକ୍ଷିକ, କ୍ରୀଡ଼ା ଇଭେଣ୍ଟ ସହ ଆଲୋଚନାଚକ୍ର ଓ ସମ୍ମିଳନୀ ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ସାପ୍ତାହିକ ବଜାର (ପରିବା, ଫଳ ଓ ଜରୁରୀ ସାମଗ୍ରୀ ବ୍ୟତୀତ), କନସର୍ଟ, ପ୍ରଦର୍ଶନୀ ଇତ୍ୟାଦି ଉପରେ ମଧ୍ୟ ରୋକ ଲଗାଯାଇଛି। କୌଣସି ବ୍ୟକ୍ତି କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହେଲେ ତାଙ୍କୁ ତୁରନ୍ତ ପ୍ରିଭେନ୍‌ଶନରେ ରଖାଯିବ କିମ୍ବା ତାଙ୍କ ଘରେ କ୍ୱାରାଣ୍ଟାଇନ୍‌ରେ ରଖି ଚିକିତ୍ସା କରାଯିବ। ସରକାରଙ୍କ କଟକଣାକୁ ଉଲ୍ଲଂଘନ କଲେ ଆଇପିସି ଦଫା ୧୮୮ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ଜଳ, ପରିମଳ, ଅଗ୍ନିଶମ, ମେଡିକାଲ, ରାତ୍ରି ଆଶ୍ରୟସ୍ଥଳୀ, ଖାଦ୍ୟ ଓ ଯୋଗାଣ କ୍ଷେତ୍ରରେ ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ। ତେବେ ୧୧ ଜିଲା ମଧ୍ୟରୁ ୭ଟିରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ ବୋଲି ଜଣାପଡ଼ିଛି। ସେଗୁଡ଼ିକ ହେଲା କେନ୍ଦ୍ରୀୟ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଓ ପଶ୍ଚିମ ଦିଲ୍ଲୀ।

ମୃତ୍ୟୁସଂଖ୍ୟା ୧୪,୪୩୬

ପ୍ୟାରିସ୍‌: ସାରା ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୪,୪୩୬ରେ ପହଞ୍ଚତ୍ଛି। ମୋଟ ୩,୩୨,୧୩୪ ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ୯୬,୯୫୮ ଜଣ ଭଲ ହୋଇଗଲେଣି। ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଛି। ଏହି ମହାଦେଶରେ ସର୍ବାଧିକ ୧,୫୨,୧୧୭ କରୋନା ରୋଗୀ ଥିବାବେଳେ ୭,୮୦୨ ଜଣଙ୍କ ଜୀବନ ଯାଇଛି। କେବଳ ଇଟାଲୀରେ ୫୯ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏସିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬,୬୬୯ ଥିବାବେଳେ ମୃତ୍ୟୁସଂଖ୍ୟା ୩୪୭୯ ରହିଛି।
ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧,୦୫୪ ରହିଥିବାବେଳେ ୩,୨୬୧ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀରେ ୫୯,୧୩୮ ସଂକ୍ରମିତ ଓ ୫,୪୭୬ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ୨୮,୬୦୩ କରୋନା ରୋଗୀ ଥିବାବେଳେ ୧,୭୫୬ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୨,୮୦୧ ଓ ୩୯୧ ଜଣଙ୍କ ମୃତ୍ୟୁ ହେଲାଣି। ଜର୍ମାନୀରେ ସଂକ୍ରମିତ ୨୪,୭୧୪ ଓ ୯୨ ଜଣଙ୍କ ଜୀବନ ଗଲାଣି। ଇରାନରେ ୨୧,୬୩୮, ଫ୍ରାନ୍ସରେ ୧୪,୪୫୯, ଦକ୍ଷିଣ କୋରିଆରେ ୮୮୯୭, ସ୍ବିଜରଲାଣ୍ଡରେ ୭୨୩୦ ଓ ବ୍ରିଟେନରେ ୫୬୮୩ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୬୮୫, ୫୬୨, ୧୦୪, ୮୫ ଏବଂ ୨୮୧ ରହିଛି।

ସାର୍କ ଓ୍ବେବ୍‌ସାଇଟରେ କରୋନା ତଥ୍ୟ
ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କରୋନା ମହାମାରୀ ସମ୍ପର୍କିତ ସୂଚନା ବିନିମୟ ଲାଗି ରବିବାର ଏକ ଓ୍ବେବ୍‌ସାଇଟ ଆରମ୍ଭ କରାଯାଇଛି। ସାର୍କ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଣ୍ଟର ଏହାକୁ ଲଞ୍ଚ୍‌ କରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ନେତାମାନଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ଓ୍ବେବ୍‌ସାଇଟରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର କରୋନା ସ୍ଥିତି ସମ୍ପର୍କିତ ସବିଶେଷ ତଥ୍ୟ ପ୍ରକାଶ ପାଇବ। ବର୍ତ୍ତମାନ ସୁଦ୍ଧା ୮ ସାର୍କ ସଦସ୍ୟ ରାଷ୍ଟ୍ରରେ କରୋନା ରୋଗୀ ସଂଖ୍ୟା ୯୬୦ ରହିଛି। ପାକିସ୍ତାନରେ ସର୍ବାଧିକ ୪୯୫ ହୋଇଥିବାବେଳେ ଭାରତରେ ୩୨୪, ଶ୍ରୀଲଙ୍କାରେ ୭୭, ଆଫଗାନିସ୍ତାନରେ ୨୪, ବାଂଲାଦେଶରେ ୨୪, ମାଳଦ୍ୱୀପରେ ୧୩, ଭୁଟାନରେ ୨ ଏବଂ ନେପାଳରେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡିଛି।
ଭାରତରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପାକିସ୍ତାନରେ ୩ ଓ ବାଂଲାଦେଶରେ ୨ ଜଣ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri