କରୋନା କରିଛି ଅଚଳାବସ୍ଥା

ନୂଆଦିଲ୍ଲୀ,୨୩ା୩: କରୋନା ଭାଇରସ୍‌ ସଂକ୍ରମଣ ଭୟାବହ ରୂପ ଧାରଣ କରିଛି। ଏହାକୁ ରୋକିବା ଲାଗି ଅନ୍ୟ ରାଜ୍ୟଗୁଡ଼ିକ ଭଳି ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହାସହ ସିଆର୍‌ପିସିର ୧୪୪ ଧାରା ଜାରି କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଏକ ଖବରଦାତା ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।
ଦିଲ୍ଲୀରେ କରୋନା ଯୋଗୁ ଜଣେ ମହିଳାଙ୍କ ଜୀବନ ଯାଇଥିବାବେଳେ ରବିବାର ସଂକ୍ରମିତଙ୍କ ସଂଖ୍ୟା ୨୭ରେ ପହଞ୍ଚତ୍ଛି। ଏଥିଯୋଗୁ ୧୪୪ ଧାରା ଜାରି କରାଯାଇଛି। ଫଳରେ କୌଣସି ସ୍ଥାନରେ ୪ କିମ୍ବା ତଦୂର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ରହିପାରିବେ ନାହିଁ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଦିଲ୍ଲୀ ପୋଲିସ କମିଶନର ଏସ୍‌.ଏନ୍‌. ଶ୍ରୀବାସ୍ତବ ଜାରି କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଓ ଉପରାଜ୍ୟପାଳ ଅନିଲ ବୈଜାଲ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଦିଲ୍ଲୀ ସମସ୍ତ ସୀମାକୁ ସିଲ୍‌ କରାଯାଇଛି। କେବଳ ଜରୁରୀ ସାମଗ୍ରୀ ପାଇଁ ସାମୟିକ ଭାବେ ଏହାକୁ ଖୋଲାଯିବ। ବିମାନ, ବସ୍‌, ଟ୍ରେନ୍‌ ଓ ମେଟ୍ରୋ ରେଳକୁ ବାତିଲ କରାଯାଇଛି। ସୋମବାର ସକାଳ ୬ଟାରୁ ଏହି କଟକଣା ୩୧ ତାରିଖ ଯାଏ ଜାରି ରହିବ। ଏହି ଅବଧି ମଧ୍ୟରେ କୌଣସି ପ୍ରକାର ବିକ୍ଷୋଭ, ଶୋଭାଯାତ୍ରା ବା ପ୍ରତିବାଦ ସଭା ଆୟୋଜନ କରାଯାଇ ପାରିବ ନାହିଁ। ସେହିପରି ଅନ୍ୟ ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, ଧାର୍ମିକ, ଶୈକ୍ଷିକ, କ୍ରୀଡ଼ା ଇଭେଣ୍ଟ ସହ ଆଲୋଚନାଚକ୍ର ଓ ସମ୍ମିଳନୀ ଉପରେ ମଧ୍ୟ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ସାପ୍ତାହିକ ବଜାର (ପରିବା, ଫଳ ଓ ଜରୁରୀ ସାମଗ୍ରୀ ବ୍ୟତୀତ), କନସର୍ଟ, ପ୍ରଦର୍ଶନୀ ଇତ୍ୟାଦି ଉପରେ ମଧ୍ୟ ରୋକ ଲଗାଯାଇଛି। କୌଣସି ବ୍ୟକ୍ତି କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହେଲେ ତାଙ୍କୁ ତୁରନ୍ତ ପ୍ରିଭେନ୍‌ଶନରେ ରଖାଯିବ କିମ୍ବା ତାଙ୍କ ଘରେ କ୍ୱାରାଣ୍ଟାଇନ୍‌ରେ ରଖି ଚିକିତ୍ସା କରାଯିବ। ସରକାରଙ୍କ କଟକଣାକୁ ଉଲ୍ଲଂଘନ କଲେ ଆଇପିସି ଦଫା ୧୮୮ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ଜଳ, ପରିମଳ, ଅଗ୍ନିଶମ, ମେଡିକାଲ, ରାତ୍ରି ଆଶ୍ରୟସ୍ଥଳୀ, ଖାଦ୍ୟ ଓ ଯୋଗାଣ କ୍ଷେତ୍ରରେ ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ। ତେବେ ୧୧ ଜିଲା ମଧ୍ୟରୁ ୭ଟିରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବ ବୋଲି ଜଣାପଡ଼ିଛି। ସେଗୁଡ଼ିକ ହେଲା କେନ୍ଦ୍ରୀୟ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ ଓ ପଶ୍ଚିମ ଦିଲ୍ଲୀ।

ମୃତ୍ୟୁସଂଖ୍ୟା ୧୪,୪୩୬

ପ୍ୟାରିସ୍‌: ସାରା ବିଶ୍ୱରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୪,୪୩୬ରେ ପହଞ୍ଚତ୍ଛି। ମୋଟ ୩,୩୨,୧୩୪ ଜଣ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ୯୬,୯୫୮ ଜଣ ଭଲ ହୋଇଗଲେଣି। ୟୁରୋପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଛି। ଏହି ମହାଦେଶରେ ସର୍ବାଧିକ ୧,୫୨,୧୧୭ କରୋନା ରୋଗୀ ଥିବାବେଳେ ୭,୮୦୨ ଜଣଙ୍କ ଜୀବନ ଯାଇଛି। କେବଳ ଇଟାଲୀରେ ୫୯ ହଜାରରୁ ଅଧିକ କରୋନାରେ ସଂକ୍ରମିତ ହୋଇଛନ୍ତି। ଏସିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬,୬୬୯ ଥିବାବେଳେ ମୃତ୍ୟୁସଂଖ୍ୟା ୩୪୭୯ ରହିଛି।
ଚାଇନାରେ ସଂକ୍ରମିତଙ୍କ ସଂଖ୍ୟା ୮୧,୦୫୪ ରହିଥିବାବେଳେ ୩,୨୬୧ ଜଣଙ୍କ ମୃତ୍ୟୁ ଘଟିଛି। ଇଟାଲୀରେ ୫୯,୧୩୮ ସଂକ୍ରମିତ ଓ ୫,୪୭୬ ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ୨୮,୬୦୩ କରୋନା ରୋଗୀ ଥିବାବେଳେ ୧,୭୫୬ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୩୨,୮୦୧ ଓ ୩୯୧ ଜଣଙ୍କ ମୃତ୍ୟୁ ହେଲାଣି। ଜର୍ମାନୀରେ ସଂକ୍ରମିତ ୨୪,୭୧୪ ଓ ୯୨ ଜଣଙ୍କ ଜୀବନ ଗଲାଣି। ଇରାନରେ ୨୧,୬୩୮, ଫ୍ରାନ୍ସରେ ୧୪,୪୫୯, ଦକ୍ଷିଣ କୋରିଆରେ ୮୮୯୭, ସ୍ବିଜରଲାଣ୍ଡରେ ୭୨୩୦ ଓ ବ୍ରିଟେନରେ ୫୬୮୩ ଜଣ ସଂକ୍ରମିତ ହୋଇଛନ୍ତି। ଏହି ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୬୮୫, ୫୬୨, ୧୦୪, ୮୫ ଏବଂ ୨୮୧ ରହିଛି।

ସାର୍କ ଓ୍ବେବ୍‌ସାଇଟରେ କରୋନା ତଥ୍ୟ
ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କରୋନା ମହାମାରୀ ସମ୍ପର୍କିତ ସୂଚନା ବିନିମୟ ଲାଗି ରବିବାର ଏକ ଓ୍ବେବ୍‌ସାଇଟ ଆରମ୍ଭ କରାଯାଇଛି। ସାର୍କ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଣ୍ଟର ଏହାକୁ ଲଞ୍ଚ୍‌ କରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ ନେତାମାନଙ୍କ ସହ ଭିଡିଓ କନ୍‌ଫରେନ୍ସରେ ଏଥିପାଇଁ ପ୍ରସ୍ତାବ ଦେଇଥିଲେ। ଓ୍ବେବ୍‌ସାଇଟରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର କରୋନା ସ୍ଥିତି ସମ୍ପର୍କିତ ସବିଶେଷ ତଥ୍ୟ ପ୍ରକାଶ ପାଇବ। ବର୍ତ୍ତମାନ ସୁଦ୍ଧା ୮ ସାର୍କ ସଦସ୍ୟ ରାଷ୍ଟ୍ରରେ କରୋନା ରୋଗୀ ସଂଖ୍ୟା ୯୬୦ ରହିଛି। ପାକିସ୍ତାନରେ ସର୍ବାଧିକ ୪୯୫ ହୋଇଥିବାବେଳେ ଭାରତରେ ୩୨୪, ଶ୍ରୀଲଙ୍କାରେ ୭୭, ଆଫଗାନିସ୍ତାନରେ ୨୪, ବାଂଲାଦେଶରେ ୨୪, ମାଳଦ୍ୱୀପରେ ୧୩, ଭୁଟାନରେ ୨ ଏବଂ ନେପାଳରେ ଜଣେ କରୋନା ସଂକ୍ରମିତ ଥିବା ଜଣାପଡିଛି।
ଭାରତରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପାକିସ୍ତାନରେ ୩ ଓ ବାଂଲାଦେଶରେ ୨ ଜଣ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…

WPL Auction: ମୁମ୍ବାଇ ଇଣ୍ଡିଆନ୍ସ କାଙ୍ଗାଳ, ନିଲାମ ପୂର୍ବରୁ ଜାଣନ୍ତୁ, କେଉଁ ଦଳ ପାଖରେ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ,୨୭।୧୦: WPL 2027 ନିଲାମ ଅକ୍ଟୋବର ୨୮ରେ କୋଚିରେ ଅନୁଷ୍ଠିତ ହେବ। ପଞ୍ଚମ ସିଜିନ ପୂର୍ବରୁ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଏବଂ…

କମ ବ୍ୟାକ କରିବେ ପନ୍ତ-ବୁମରାହ; ଜାଣନ୍ତୁ କେବେ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟର ଦୁଇଜଣ ପ୍ରମୁଖ ତାରକାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ଚାଲିଥିବା ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ…

ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ…

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?