କରୋନା ଓ ଶିଶୁ ଯତ୍ନ

ପୃଥିବୀର କ୍ଷୁଦ୍ରାତିକ୍ଷୁଦ୍ର ଜୀବ କରୋନା ଭୂତାଣୁ। ହେଲେ ଏହା ସମସ୍ତ ମଣିଷ ସମାଜକୁ ଏକ ପ୍ରକାରର ଅସହାୟ ଅବସ୍ଥାରେ ରଖିଛି। ସମଗ୍ର ପୃଥିବୀର ୨୩୫ଟି ଦେଶର ଜନତା ଏବେ ଅଜଣା ଆତଙ୍କରେ ଆତଙ୍କିତ। କେଉଁଠି ଅକ୍ସିଜେନ୍‌ ଅଭାବ ତ କେଉଁଠି ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ବେଡ୍‌। କାହାରିକୁ ଦୟା ଦେଖାଉନାହିଁ କରୋନା ରୂପୀ ରାକ୍ଷସ। ଆବାଳ ବୃଦ୍ଧବନିତା କରୋନାର କ୍ରୂର ପଞ୍ଝାତଳେ ନିଷ୍ପେଷିତ ହେଉଛନ୍ତି। ଏହି ସମୟରେ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଲାଗି ସେମାନଙ୍କର ବିଶେଷ ଭାବେ ଯତ୍ନ ନେବା ସହ ଅଭିଭାବକମାନେ କେତେକ ଦିଗ ପ୍ରତି ସଚେତନ ହେବା ଗୁରୁତ୍ୱପୂର୍ଣ୍ଣ।
ଆମ ଦେଶର ସମସ୍ତ ଜନସଂଖ୍ୟାର ପ୍ରାୟ ୩୦ ଭାଗ ହେଉଛନ୍ତି ଶିଶୁ। ଆଉ ଏହି ସମସ୍ତ ଶିଶୁଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ ୧୦-୨୦ ଭାଗ ଶିଶୁଙ୍କଠାରେ କରୋନା ସଂକ୍ରମଣ ହେଉଥିବାର ଦେଖିବାକୁ ମିଳୁଛି। ତେବେ ଅତ୍ୟନ୍ତ ଦୁଃଖର ବିଷୟ ଯେ, ତନ୍ମଧ୍ୟରୁ ୧-୩% ଶିଶୁ ସାଙ୍ଘାତିକ କରୋନା ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
ଶିଶୁଙ୍କଠାରେ କରୋନା: ଶିଶୁମାନଙ୍କ ଠାରେ କରୋନା ସଂକ୍ରମଣକୁ ମୁଖ୍ୟତଃ ୪ ଭାଗରେ ବିଭକ୍ତ କରାଯାଇଛି। ଯଥା:
୧- ଅଳ୍ପ ପରିମାଣରେ ସଂକ୍ରମଣ: ଏହା ଆସିମ୍ପ୍ଟୋମାଟିକ୍‌ ବା ଏଥିରେ ଶିଶୁଠାରେ ରୋଗର କୌଣସି ଲକ୍ଷଣ ଦେଖାଯାଇ ନ ଥାଏ। ହେଲେ ଘରେ କେହି କରୋନା ଆକ୍ରାନ୍ତ ଥିଲେ ଟେଷ୍ଟ ସମୟରେ ଶିଶୁ ସଂକ୍ରମିତ ବୋଲି ଜଣାପଡିଥାଏ। ଏ କ୍ଷେତ୍ରରେ ଔଷଧ ଆବଶ୍ୟକ ହୁଏ ନାହିଁ। କେବଳ ରୋଗର ହ୍ରାସ ଓ ବୃଦ୍ଧିକୁ ଆକଳନ କରାଯାଏ ଏବଂ ଏହାକୁ ଅଧିକ ନ ବଢିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଏ।
୨- ମଧ୍ୟମ ଧରଣର ସଂକ୍ରମଣ: ଏଥିରେ ଶିଶୁଙ୍କଠାରେ ନାକରୁ ପାଣି ବୋହିବା, ତଣ୍ଟି ଦରଜ ହେବା, କାଶ ଭଳି ଲକ୍ଷଣ ଦେଖାଯାଉଥିଲେ ହେଁ ଶିଶୁ ଅଣନିଃଶ୍ୱାସୀ ହୋଇ ନ ଥାଏ। ଏମିତିରେ ଶିଶୁକୁ କୋଠରିରେ ଏକାନ୍ତ ବା ହୋମ ଆଇସୋଲେଶନ୍‌ରେ ରଖାଯାଏ। ଲକ୍ଷଣ ଅନୁସାରେ ଜ୍ୱର ବଢିଲେ ପାରାସିଟାମଲ୍‌ ଔଷଧ ଦିଆଯିବା ସହ ଗରମ ପାଣିରେ କୁଳି କରିବା ଏବଂ ସାଲାଇନ୍‌ ନାଜାଲ୍‌ ଡ୍ରପ୍‌ ପକାଯାଇଥାଏ। ଏଥିରେ ଶିଶୁକୁ ସାଧାରଣ ଖାଦ୍ୟ ଓ ପାନୀୟ ଦିଆଯାଇଥାଏ। ରୋଗ ନ ବଢିବା ଲାଗି ଏକ ଚାର୍ଟ ପ୍ରସ୍ତୁତ କରି ପ୍ରତି ୩-୪ ଘଣ୍ଟା ବ୍ୟବଧାନରେ ଶିଶୁର ଶରୀରର ଉତ୍ତାପ, ନିଃଶ୍ୱାସର ଗତି, ପରିସ୍ରା ପରିମାଣ, ଅକ୍ସିଜେନ୍‌ ସାଚୁରେଶନ ଆଦି ବିଭିନ୍ନ ସ୍ବାସ୍ଥ୍ୟ ବିବରଣୀ ଲେଖି ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରିବା ଆବଶ୍ୟକ। ଏଥିରେ କୋଭିଡ୍‌ ଆଣ୍ଟିଜେନ୍‌ ଏବଂ ଆର୍‌ଟିପିସିଆର୍‌ ଦୁଇଟି ଟେଷ୍ଟ ବ୍ୟତୀତ ଅନ୍ୟ ଟେଷ୍ଟ ଆବଶ୍ୟକ ହୋଇ ନ ଥାଏ।
୩-ସାଂଘାତିକ ସଂକ୍ରମଣ: ଏହି ଷ୍ଟେଜ୍‌ରେ ଶିଶୁକୁ ଅଣନିଃଶ୍ୱାସୀ ଲାଗେ। ଯଦି ପ୍ରତି ମିନିଟ୍‌ରେ ନିଃଶ୍ୱାସର ଗତି ଜନ୍ମରୁ ୨ମାସ ଶିଶୁର ୬୦ରୁ ଅଧିକ, ୨ମାସରୁ ଏକ ବର୍ଷ ଶିଶୁର ୫୦ରୁ ଅଧିକ, ୧ରୁ ୫ ବର୍ଷ ଶିଶୁର ୪୦ରୁ ଅଧିକ, ୫ରୁ ଅଧିକ ଶିଶୁଙ୍କର ୩୦ରୁ ଅଧିକ ରୁହେ ଏବଂ ଅକ୍ସିଜେନ୍‌ ସାଚୁରେଶନ୍‌ ୯୪%ରୁ କମ୍‌ ରୁହେ ତେବେ ଶିଶୁକୁ କୋଭିଡ୍‌ ହସ୍ପିଟାଲ୍‌ରେ ରଖି ଚିକିତ୍ସା କରାଇବା ଆବଶ୍ୟକ।
୪- ଅତି ସଂଘାତିକ ସଂକ୍ରମଣ: ଏ କ୍ଷେତ୍ରରେ ଶିଶୁଠାରେ ସାଂଘାତିକ ସଂକ୍ରମଣର ସମସ୍ତ ଲକ୍ଷଣ ସହିତ ଅକ୍ସିଜେନ୍‌ ୯୦% କମ୍‌ ରୁହେ। ଫଳରେ ଶିଶୁକୁ ନିଃଶ୍ୱାସ ନେବାରେ ଖୁବ୍‌ କଷ୍ଟ ହୁଏ। ଏହା ବ୍ୟତୀତ କିଡ୍‌ନୀ, ଲିଭର, ହାର୍ଟ ଆଦି ଅଙ୍ଗର କାର୍ଯ୍ୟ ଶକ୍ତି ହ୍ରାସ ପାଇଥାଏ। ଏହାକୁ MIS-C ବା ମଲ୍ଟି ଇନ୍‌ଫ୍ଲାମେଟୋରି ସିଣ୍ଡ୍ରୋମ କୁହାଯାଏ। ଏକ୍ଷେତ୍ରରେ ଶିଶୁକୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବାକୁ ହୋଇଥାଏ।
ପୂର୍ବରୁ ହୃଦ୍‌ରୋଗ, ନେଫ୍ରୋଟିକ୍‌ ସିଣ୍ଡ୍ରୋମ୍‌, ଡାଇବେଟିସ୍‌, କ୍ୟାନ୍ସର ଆଦି ସମସ୍ୟା ଥିବା ଶିଶୁମାନଙ୍କୁ କରୋନା ସଂକ୍ରମଣ ହେବା ମାତ୍ରେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରାଇବା ଦରକାର।
ମା’ଙ୍କ ପାଇଁ ନିୟମ: ଘରେ କରୋନା ରୋଗୀ ଥିଲେ ମାଆଙ୍କୁ ସେମାନଙ୍କଠାରୁ ଅତିକମ୍‌ରେ ୨ ମିଟର ଦୂରତା ରକ୍ଷା କରିବା ସହ ସର୍ବଦା ମାସ୍କ ପିନ୍ଧିବା ଆବଶ୍ୟକ। ନଚେତ୍‌ ମା’ ଠାରୁ ଶିଶୁକୁ ସଂକ୍ରମଣ ହେବାର ଆଶଙ୍କା ବେଶି। ସେହିପରି ଯଦି ଜଣେ ମା’ ସଂକ୍ରମିତ ହୁଅନ୍ତି ତେବେ ସମସ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ହେଲେ ସ୍ତନ୍ୟପାନ କରାଉଥିବା ମା’ ନିଜେ ମାସ୍କ ପିନ୍ଧି ଭଲ ଭାବେ ହାତ ଧୋଇ ଶିଶୁକୁ ସ୍ତନ୍ୟପାନ କରାଇପାରିବେ। କାରଣ ମାତୃଗର୍ଭ ଏବଂ ସ୍ତନରେ ଏଯାଏଁ କରୋନା ଭୂତାଣୁ ଠାବ କରାଯାଇ ନାହିଁ।
ଜାଣି ରଖନ୍ତୁ:
– ଦୁଇ ବର୍ଷରୁ କମ୍‌ ଶିଶୁଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ଏହାଠାରୁ ବଡ ପିଲାଙ୍କୁ ପାଟି ଏବଂ ନାକ ଭଲ ଭାବେ ଘୋଡି ହେଉଥିବା ମାସ୍କ ପିନ୍ଧାନ୍ତୁ। ମାସ୍କକୁ ୮ଘଣ୍ଟାରେ ଥରେ ବଦଳାନ୍ତୁ। କଟନ ମାସ୍କ ପିନ୍ଧୁଥିଲେ ପ୍ରତିଥର ବ୍ୟବହାର ପରେ ଡିଟରଜେଣ୍ଟ ପାଉଡରରେ ଧୋଇ ଶୁଖାନ୍ତୁ।
– ଶିଶୁଙ୍କୁ ଭଲ ଭାବେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନ୍‌ କିମ୍ବା ଲିକ୍ୱିଡ୍‌ ହ୍ୟାଣ୍ଡଓ୍ବାଶ୍‌ରେ ହାତ ଧୋଇବା ଶିଖାନ୍ତୁ।
– ପିଲାଙ୍କୁ ଦୋକାନ ବଜାର, ପାର୍ଟି ଫଙ୍କସନ୍‌ ଭଳି ଜନଗହଳି ସ୍ଥାନକୁ ଆଦୌ ନିଅନ୍ତୁ ନାହିଁ। ଅଧିକ ପିଲା ଏକାଠି ହୋଇ ଖେଳିବାକୁ ମନା କରନ୍ତୁ। ପାଖ ପଡୋଶୀ ସଂକ୍ରମିତ ହୋଇଥିଲେ ପିଲାଙ୍କୁ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଅନ୍ତୁ।
ମନେରଖନ୍ତୁ: ବର୍ତ୍ତମାନ ସୁଦ୍ଧା ପିଲାଙ୍କ ଲାଗି କରୋନା ଭ୍ୟାକ୍ସିନ୍‌ ଉପଲବ୍ଧ ହୋଇନାହିଁ। ତେଣୁ ଅଭିଭାବକମାନେ ଏହାକୁ ନେଇ ଚିନ୍ତିତ। ଏମିତିରେ ବିଭିନ୍ନ ସୋସିଆଲ୍‌ ମିଡିଆରେ କରୋନା ନ ହେବା ଲାଗି ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ କେତେକ ଔଷଧ, କାଢା, ଘରୋଇ ନାଜାଲ୍‌ ଡ୍ରପ୍‌ ଭାବେ ଲେମ୍ବୁ ରସ, ତୁଳସୀ ରସ କୌଣସି ତେଲ ଆଦି ଚିକିତ୍ସା ଉପାୟ ପୋଷ୍ଟ ହେଉଛି; ଯାହାକୁ ଅନେକେ ଆପଣାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଏଭଳି କୌଣସି ଚିକିତ୍ସା ପଦ୍ଧତି ପିଲାଙ୍କଠାରେ ପ୍ରୟୋଗ କରିବା ଆଦୌ ନିରାପଦ ନୁହେଁ। କେବଳ ଏତିକି ନୁହେଁ ଅନ୍ୟଠୁ ଶୁଣି ଭିଟାମିନ୍‌ ସି, ଡି, ମଲ୍ଟିଭିଟାମିନ୍‌, ଜିଙ୍କ୍‌ ଆଦି ମଧ୍ୟ ପିଲାଙ୍କୁ ମନଇଛା ନ ଦେଇ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଆବଶ୍ୟକ ମାତ୍ରାରେ ଖୁଆଇପାରିବେ।
-ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ

ଶିଶୁରୋଗ ବିଶେଷଜ୍ଞ, ଲିଙ୍ଗରାଜ ବିହାର, ଭୁବନେଶ୍ୱର
narped9yahoo.com


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri