କମେଣ୍ଟମରାକୁ ନେଇ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ବନ୍ତ,୧୮।୬(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଥାନା ଅଧୀନ ପୁରୁଷଣ୍ଢ ଗ୍ରାମର ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ପରିସ୍ଥିତି ଅଣାୟତ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସ୍ଥାନୀୟ ଲକ୍ଷ୍ମୀବଜାର ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପକ୍ଷଙ୍କ ଅଭିଯୋଗ କ୍ରମେ ଏ ନେଇ ଆଗରପଡା ଥାନାରେ ୩ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ପଇଁନ୍ତରା ବ୍ୟବସ୍ଥା କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।
ପୋଲିସ ସୂଚନା ଅନୁଯାୟୀ ରଜ ଶେଷ ସନ୍ଧ୍ୟାରେ ରାମଗଡପଦା ରଜମହୋସତ୍ବ ପଡିଆରେ କମେଣ୍ଟ ମରାକୁ ନେଇ ବଣିଆ ସାହି ଓ କୋଦମଛକି ସାହିର ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ପୋଲିସ ହସ୍ତକ୍ଷେପ କରି ଉଭୟ ପକ୍ଷଙ୍କୁ ସେଠାରୁ ବିଦା କରିଦେଇଥିଲା। ପର ଦିନ ସେମବାର ପୂର୍ବାହ୍ନ ୧୧ଟା ବେଳେ ପୁଣି ଥରେ ଉଭୟ ଗୋଷ୍ଠୀ କୁପାରୀଛକ ନିକଟରେ ମୁହାଁମୁହିଁ ହୋଇଥିଲେ। ସେଠାରେ ମାରପିଟ ଘଟି ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଗଣ୍ଡଗୋଳପରେ ଲକ୍ଷ୍ମୀବଜାର ଛକକୁ ବ୍ୟାପିଥିଲା। ସେଠାରେ ଦୁଇଗୋଷ୍ଠୀ ମଧ୍ୟରେ ପୁଣି ଥରେ ମାରପିଟ ଘଟିବାରୁ କିଛି ସମୟ ପାଇଁ ବଜାର ପରିସର ରଣକ୍ଷେତ୍ର ପାଲଟିଥିଲା। ପୋଲିସ ପହଞ୍ଚି ଗଣ୍ଡଗୋଳକୁ ନିୟନ୍ତ୍ରଣ କରିଥିଲା। ସତର୍କତା ବ୍ୟବସ୍ଥା ସ୍ବରୂପ ସେଠାରେ ଫୋର୍ସ ମୁତୟନ କରାଯାଇଥିଲା। ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ ଓ ଆଗରପଡା ଥାନାଧିକାରୀ ରମେଶ ସିଂ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ। କୁପାରୀ ଛକ ମାରପିଟ ଘଟଣା ନେଇ ପୋଲିସ ଏକ ମାମଲା ( ନଂ.୭୬/୧୯) ଏବଂ ଲକ୍ଷ୍ମୀବଜାର ଛକ ମାରପିଟ ନେଇ ଆଉ ଦୁଇଟି ମାମଲା (ନଂ.୭୭/୧୯, ୭୮/୧୯) ରୁଜୁ କରିଥିବା ଥାନାଧିକାରୀ କହିଛନ୍ତି। ଖବର ଲେଖା ହେବା ଯାଏ କାହାକୁ ଗିରଫ କରାଯାଇ ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri