Posted inରାଜ୍ୟ

କମୁଛି ସବୁ ନଦୀ ଜଳସ୍ତର, ଆଜି ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ଟଳିଯାଇଛି। ମହାନଦୀ ସମେତ ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଡେପୁଟି ଏସ୍‌ଆର୍‌ସି ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ପର୍ଯ୍ୟାୟକ୍ରମେ ହୀରାକୁଦର ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଅନ୍ୟପକ୍ଷରେ ବିଭିନ୍ନ ଆଡୁ ବର୍ଷାପାଣି ମହାନଦୀକୁ ପ୍ରବେଶ କରିଥିଲା। ଫଳରେ ମହାନଦୀ ସମେତ ଅନ୍ୟ କେତେକ ନଦୀରେ ବନ୍ୟା ଆସିଥିଲା। ବର୍ତ୍ତମାନ ହୀରାକୁଦରେ ୫ ଗେଟ୍‌ ଖୋଲା ରହିଛି। ସ୍ଥିତିକୁ ଲକ୍ଷ୍ୟ କରି ସେସବୁକୁ ମଧ୍ୟ ବନ୍ଦ କରାଯିବ ବୋଲି ମହାପାତ୍ର କହିଛନ୍ତି।

ମିଳିଥିବା ସୂଚନାନୁସାରେ, ବନ୍ୟା ପାଣିରେ ବୁଡିଥିବା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲାର କେତେକ ତଳିଆ ଅଞ୍ଚଳରୁ ପାଣି ଖସିବାରେ ଲାଗିଛି। ପୁରୀରେ ୪୦, ଖୋର୍ଦ୍ଧାରେ ୪୮, କଟକରେ ୫୫୦ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ଅଧିକ ପ୍ରଭାବିତ ବଲାଙ୍ଗୀର ଜିଲାର ୫୬ କ୍ୟାମ୍ପରେ ୧୯ହଜାର ଲୋକ, ସୁବର୍ଣ୍ଣପୁର ଜିଲାର ୨୪ କ୍ୟାମ୍ପରେ ୩ ହଜାର ୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆସନ୍ତା ସାତ ଦିନ ଭିତରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ହେଲେ ମଧ୍ୟ ତାହା ଏତେ ବିପଦଜନକ ହେବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରବିବାର କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ରବିବାର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଝଡ଼ତୋଫାନ ହେବା ସହ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଗୁମର ଖୋଲିଲେ ଆର୍ଯ୍ୟବୀର ସେହ୍ବାଗ: ଯନ୍ତ୍ରଣାରେ ଛଟପଟ ହେଉଥିଲେ….

ନୂଆଦିଲ୍ଲୀ,୧୭।୧୧: କ୍ରିକେଟ ପଡ଼ିଆରେ ଲଢ଼େଇ କେବଳ ବ୍ୟାଟ ଓ ବଲ୍‌ରେ ହୁଏ ନାହିଁ, ବେଳେବେଳେ ମନୋବଳ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ମଧ୍ୟ ବଡ଼ ଭୂମିକା ନିଭାଇଥାଏ।…

ସୁନା, ରୁପା ମୂଲ୍ୟରେ ଲଗାତର ହ୍ରାସ

ନୂଆଦିଲ୍ଲୀ,୧୭ା୧୧: ଗତ କିଛିଦିନ ଧରି ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇ ଆସିଥିଲା ବେଳେ ସୋମବାର ଉଭୟ ଧାତୁ ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଗତ…

ନ୍ୟୁଜିଲାଣ୍ଡକୁ ୪୪୦ ଭୋଲ୍ଟର ଝଟ୍‌କା: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଦ୍‌ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୭।୧୧: ଭାରତ ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ଲାଗିଛି। ନଭେମ୍ବର ୧୫ରେ ଖେଳାଯାଇଥିବା ପଞ୍ଚମ ଦିନିକିଆ ମ୍ୟାଚ୍‌ରେ ଆହତ ହୋଇଥିବା…

ଜୀବନ୍ତ ଫେରି ନ ପାରେ: ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ,୧୭ା୧୧(ପି.ଟି.): ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶର ପ୍ରଧାନ ବିଚାରପତି ଏବଂ ଅନ୍ୟ ମୁଖ୍ୟ ବିଚାରପତିମାନଙ୍କୁ ଏକ ଖୋଲା ଚିଠି ଲେଖି ତାଙ୍କ…

ମା’ଙ୍କ ପୁସ୍ତକ ଉନ୍ମୋଚନ ବେଳେ ରାହୁଲ ଭାବବିହ୍ବଳ

ନୂଆଦିଲ୍ଲୀ,୧୭ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଲିଖିତ ଜୀବନୀ ପୁସ୍ତକ ‘ବିଲଙ୍ଗିଙ୍ଗ୍‌: ଏ ଜର୍ନି ଅଫ୍‌ ଲଭ୍‌’ର ଆନୁଷ୍ଠାନିକ ଉନ୍ମୋଚନ ସୋମବାର ନୂଆଦିଲ୍ଲୀରେ ହୋଇଛି। ଏହି କାର୍ଯ୍ୟକ୍ରମରେ…

ଆଜି ଭୀଷଣ ବାତ୍ୟା: ୨୦ରେ ସ୍ଥଳଭାଗ ଛୁଇଁବ, ଏହି ଦିନଠାରୁ ବଢିବ ବର୍ଷା

ଭୁବନେଶ୍ୱର, ୧୭ା୧୧(ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସହ ୧୭ ତାରିଖ ସା ସୁଦ୍ଧା…

ଏଆଇ ଯୋଗାଣ ଶୃଙ୍ଖଳ ସୁରକ୍ଷା ଘୋଷଣାନାମାରେ ଭାରତର ସ୍ବାକ୍ଷର

ଓ୍ବାଶିଂଟନ,୧୭ା୧୧(ପି.ଟି.): ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚାଇନା ସହ ବଢ଼ୁଥିବା ପ୍ରତିଦ୍ୱନ୍ଦ୍ୱିତାକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମ୍ବନ୍ଧୀୟ ସାମଗ୍ରୀ ଓ ବ୍ୟବସ୍ଥାର ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ…

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି: ମାତ୍ର ୯୦ଟି ଅଭିଯୋଗରେ ସୀମିତ, ପ୍ରଚାର ଅଭାବ ନା ସମାଧାନ ଉପରୁ ତୁଟିଲାଣି ଭରସା

ଥୁଆମୂଳ ରାମପୁର, ୧୬।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ତଥା ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ବୈଠକ ସଭା ଗୃହ ଠାରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?