Posted inଖେଳ

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଏହି ଯୋଡ଼ି ଚମତ୍କାର ପ୍ରଦର୍ଶନ କରସ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ଏସିଆନ ଗେମ୍ସ ୨୦୨୬ରେ ଭାରତର ଦ୍ୱିତୀୟ ସ୍ବର୍ଣ୍ଣ ପଦକ। ଏହା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା।

୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟର ଫାଇନାଲ୍‌ରେ କମଲଜିତ ଓ ସୁରୁଚି ଆରମ୍ଭରୁ ନିଜର ଦବଦବା ବଜାୟ ରଖିଥିଲେ। ପ୍ରତିଯୋଗିତାର ପ୍ରାୟ ସମସ୍ତ ପର୍ଯ୍ୟାୟରେ ଏହି ଭାରତୀୟ ଯୋଡ଼ି ଶୀର୍ଷ ସ୍ଥାନରେ ରହିବାରେ ସଫଳ ହୋଇଥିଲେ।

ଶେଷରେ କମଲଜିତ ଓ ସୁରୁଚି ୪୮୪.୬ ପଏଣ୍ଟ ସହ ଫାଇନାଲ ଶେଷ କରି ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ଦୁଇ ଶୁଟରଙ୍କ ଏହି ପ୍ରଦର୍ଶନ ଭାରତୀୟ ଶିବିରରେ ଖୁସିର ମାହୋଲ ସୃଷ୍ଟି କରିଛି। ସ୍ବର୍ଣ୍ଣ ପଦକ ଜିତିବା ସହିତ କମଲଜିତ ଓ ସୁରୁଚି ଏକ ବଡ଼ ରେକର୍ଡ ନିକଟରେ ମଧ୍ୟ ପହଞ୍ଚିଥିଲେ। ମାତ୍ର ୩.୮ ପଏଣ୍ଟ ପାଇଁ ଏହି ଭାରତୀୟ ଯୋଡ଼ି ବିଶ୍ୱ ରେକର୍ଡ ଭାଙ୍ଗିବାରୁ ବଞ୍ଚିତ ହୋଇଛନ୍ତି। ତେବେ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ଅଳ୍ପ ଦୂରରେ ରହିଥିଲେ ମଧ୍ୟ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଭାରତୀୟ ଦଳର ପଦକ ଅଭିଯାନକୁ ଆହୁରି ମଜଭୁତ କରିଛନ୍ତି କମଲଜିତ ଓ ସୁରୁଚି।

ଏହି ସ୍ବର୍ଣ୍ଣ ସହ ଏସିଆନ ଗେମ୍ସ ୨୦୨୬ରେ ଭାରତର ପଦକ ଆଶା ଆହୁରି ବଢ଼ିଛି। ଆଗାମୀ ଦିନରେ ମଧ୍ୟ ଶୁଟିଂ ସମେତ ବିଭିନ୍ନ ଇଭେଣ୍ଟରୁ ଭାରତୀୟ ଖେଳାଳିଙ୍କଠାରୁ ଅଧିକ ପଦକ ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ

ଅହମ୍ମଦାବାଦ,୨୫।୯: ଗୁଜରାଟର ଗାନ୍ଧୀନଗରସ୍ଥିତ ଏକ ସେସନ୍ସ କୋର୍ଟ ଗୁରୁବାର ଜର୍ନାଲିଷ୍ଟ ରବି ନାୟାରଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଦାନୀ ଏଣ୍ଟରପ୍ରାଇଜେସ ଦ୍ୱାରା ଦାଖଲ ଏକ ଆପରାଧିକ…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?