କପ୍ତିପଦାରେ ଗଣ ମହୋତ୍ସବ ‘ବିରାଟ’ ଉଦଘାଟିତ: ’ମହୋସତ୍ବ ମାଧ୍ୟମରେ ସବୁ ବିଭେଦର ବିଲୟ ଘଟେ’

କପ୍ତିପଦା,୧୯ା୬(ଡ଼ି.ଏନ୍‌.ଏ)- ମହୋତ୍ସବ ମାଧ୍ୟମରେ ଜାତିବାଦ, ଆତଙ୍କବାଦ, ସନ୍ତ୍ରାସବାଦ ଭଳି ସବୁ ବିଭେଦର ବିଲୟ ଘଟେ । ସମଗ୍ର ବିଶ୍ୱରେ ଭାରତ ହିଁ ଅନନ୍ୟ ତାର ବିଶ୍ୱ ଭାତୃତ୍ୱର ମହାଚେତନା ପାଇଁ । ଯୋଗ ହିଁ ଏହି ମହାଚେତନାର ମୂଳଧର ବୋଲି ସୋମବାର ମୟୂରଭଞ୍ଜ ଜିଲା କପ୍ତିପଦାର ଗଣମହୋତ୍ସବ ‘ବିରାଟ’କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ।
ଗଣ ମହୋତ୍ସବ କମିଟିର କାର୍ଯ୍ୟକାରୀ ସଭାପତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ସତ୍ୟଶିବ ଦାସ, ବିଶିଷ୍ଟ ଅତିଥିଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ, ଅନ୍ୟତମ ସମ୍ମାନନୀୟ ଅତିଥିଭାବେ କପ୍ତିପଦା ପଞ୍ଚାୟତ ସମିତିର ଅଧ୍ୟକ୍ଷା ସୁଶୀଳା ବାନରା ମଞ୍ଚାସୀନ ଥିଲେ। ବରିଷ୍ଠ ଶିକ୍ଷାବିତ୍‌ ପ୍ରଫୁଲ୍ଲ ଚନ୍ଦ୍ର ମହାଳିକ ମଞ୍ଚ ପରିଚାଳନା କରିଥିଲେ । ସଂପାଦକୀୟ ବିବରଣୀ ପାଠ କରିଥିଲେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ମିଶ୍ର। ଏହି ଅବସରରେ ଜୟଚନ୍ଦ୍ର ବେହେରାଙ୍କ ସମ୍ପାଦନାରେ ଗଣମହୋତ୍ସବର ସ୍ମରଣିକା ‘କପୋତ’କୁ ମଞ୍ଚାସୀନ ଅତିଥି ଉନ୍ମୋଚନ କରିଥିଲେ । ବିଭିନ୍ନକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃଷି ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗିରୀଶ ଚନ୍ଦ୍ର ସେନାପତି, ସାରସ୍ବତ ସାଧକ ବସନ୍ତ କୁମାର ରାଉଳ, ଯୁବ ଶିକ୍ଷାବିତ୍‌ ନିରଞ୍ଜନ ସାହୁ, ଶିକ୍ଷା ସଂଗଠକ ଭଗବାନ୍‌ ପଣ୍ଡା, ହୋ ଭାଷା ବିକାଶ କ୍ଷେତ୍ରରେ ତୁରାମ ସିଂ, ସମାଜ ସଂସ୍କାରକ ବ୍ରଜସୁନ୍ଦର ମାଝୀ ଏବଂ କପ୍ତିପଦା ବ୍ଳକ୍‌ର ମ୍ୟାଟ୍ରିକ୍‌ ଟପ୍ପର ସୁବ୍ରତ ବେହେରାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।
କପ୍ତିପଦା ମାଟିରେ ପାଦଦେବା ପରେ ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀର ତାଳେତାଳେ ଉତ୍ସବସ୍ଥଳୀ ନିକଟକୁ ପାଛୋଟି ନିଆଯାଇଥିଲା । ଗଣ ମହୋତ୍ସବ କମିଟି ପକ୍ଷରୁ ହରିଶ୍ଚନ୍ଦ୍ର ସାଏ ଓ ବନମାଳୀ ଦାଶ, ବ୍ଲକ୍‌ ଉପାଧ୍ୟକ୍ଷ ନୀଳମାଧବ ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଶତ୍ରୁଘ୍ନ ମହାନ୍ତି, ଗଣଶିକ୍ଷା ବିଭାଗ ତରଫରୁ ବିଇଓ ଶଶୀଧର ସିଂ, ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ସବିତା ପ୍ରହରାଜ, ଆଶା ସଂଗଠନ ପକ୍ଷରୁ ଉର୍ମିଳା ଦାଶ, ଆଦିବାସୀ ସାଂସ୍କୃତିକ ନୃତ୍ୟ ପକ୍ଷରୁ ଜଗଦୀଶ ମୁର୍ମୁ ଫୁଲତୋଡ଼ା ଦେଇ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
ମ୍‌ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ, ଏସ୍‌.ପି. ଅବିନାଶ କୁମାର, ଉପଜିଲାପାଳ ଭଗବାନ ବେହେରା, ବିଡ଼ିଓ ରବୀନ୍ଦ୍ର ମଲ୍ଲିକ୍‌, ତହସିଲଦାର ପ୍ରଦୀପ ବେହେରା ଓ ବିଭିନ୍ନ ବିଭାଗର ଅଧିକାରୀ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଓଡ଼ିଶା ସଂସ୍କୃତି ବିଭାଗ ଓ ସ୍ଥାନୀୟ କଳାକାରଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଭରତ ଚନ୍ଦ୍ର ବରାଳ, ରାଜକିଶୋର ବେହେରା, ସତ୍ୟନାରାୟଣ ମିଶ୍ର, ଅମୀୟ ରଞ୍ଜନ ଦାସ, ଜଗନ୍ନାଥ ଖଣ୍ଡା, କାର୍ତ୍ତିକ ଚନ୍ଦ୍ର ମିଶ୍ର, ଗୋଲକ ଚନ୍ଦ୍ର ବେଜ, ସୁଶାନ୍ତ ମିଶ୍ର, ପ୍ରଦୀପ ଦାସ, ମନୋରଞ୍ଜନ ଦାସ, ଆଶୀଷ କୁମାର ମଲ୍ଳିକ୍‌, ସୂର୍ଯ୍ୟରାଜ ବେହେରା, ପ୍ରମୋଦ ଦାଶ, ନିରଞ୍ଜନ ମହାନ୍ତି, ଚିତ୍ତରଞ୍ଜନ ମିଶ୍ର ଏବଂ ଗଣ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri