Posted inଖେଳ

କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟର ସମ୍ମୁଖୀନ ହୋଇପାରନ୍ତି ମେରୀକମ୍‌

ନୂଆଦିଲ୍ଲୀ,୧୬।୮: ଚଳିତବର୍ଷ ବିଭିନ୍ନ ଖେଳ ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ଚୟନ କମିଟି କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି। ଏହି କମିଟିରେ ସ୍ଥାନ ପାଇଛନ୍ତି ଏକମାତ୍ର ସକ୍ରିୟ ଆଥ୍‌ଲେଟ ଏମ୍‌.ସି. ମେରୀକମ୍‌। ଏହି ମହିଳା ଚାମ୍ପିୟନ ବକ୍ସରଙ୍କୁ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଖେଳରତ୍ନ, ଅର୍ଜୁନ, ଧ୍ୟାନଚାନ୍ଦ ଓ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ଆସିଥିବା ସୁପାରିସକୁ ଚୂଡ଼ାନ୍ତ କରିବା ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ୧୨ ଜଣିଆ କମିଟି ଗଠନ ହୋଇଥିଲା। ଏଥିରେ ମେରୀକମଙ୍କ ବ୍ୟତୀତ ପୂର୍ବତନ ଫୁଟ୍‌ବଲ ଅଧିନାୟକ ବାଇଚୁଙ୍ଗ ଭୂତିଆ, ପୂର୍ବତନ ମହିଳା କ୍ରିକେଟର ଅଞ୍ଜୁମ ଚୋପ୍ରା, ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ଓ ଟେବୁଲ ଟେନିସ କୋଚ୍‌ କମଲେଶ ମେହେଟ୍ଟା ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ତେବେ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ଯୋଜନା (ଟପ୍ସ)ରେ ସାମିଲ ଥିବା ମେରୀକମ୍‌ଙ୍କୁ ମନ୍ତ୍ରଣାଳୟ କମିଟିର ସଦସ୍ୟ ଭାବେ ଚୟନ କରାଯାଇଥିଲା। ଏବେ ୬ ଥର ବକ୍ସିଂ ଚାମ୍ପିୟନଙ୍କ ବ୍ୟକ୍ତିଗତ କୋଚ୍‌ ଛୋଟେ ଲାଲ ଯାଦବ ଦ୍ରୋଣାଚାର୍ଯ୍ୟ ସମ୍ମାନ ଲାଗି ପ୍ରାଥମିକ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିଯୋଗୁ ମେରୀକମ୍‌ ସମ୍ଭବତଃ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ମାମଲାର ସମ୍ମୁଖୀନ ହୋଇପାରନ୍ତି। ମିଳିଥିବା ସୂଚନା ମୁତାବକ ମେରୀକମ୍‌ଙ୍କ ଅନୁରୋଧ କ୍ରମେ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ପକ୍ଷରୁ କୋଚ୍‌ ଛୋଟେଲାଲଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ କରାଯାଇଥିଲା। ନିୟମ ଅନୁସାରେ ମେରୀକମ୍‌ଙ୍କ ନାମ କମିଟିର ସଦସ୍ୟଙ୍କ ମଧ୍ୟରେ ରହିବା ଉଚିତ ନୁହେଁ। କମିଟି ବୈଠକରେ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟର ଜଣେ ଅଫିସିଆଲ କହିଛନ୍ତି। ବିଏଫ୍‌ଆଇ ପକ୍ଷରୁ ବିଶ୍ୱ ଚାମ୍ପିୟନଶିପ ପଦକଧାରୀ ଗୌରବ ବିଧୁରି ଓ ଏସିଆନ ଗେମ୍ସ ଚାମ୍ପିୟନ ଅମିତ ପାଙ୍ଘାଲଙ୍କ ନାମ ଅର୍ଜୁନ ପାଇଁ ପଠାଯାଇଛି। ସେହିଭଳି ଦ୍ରୋଣାଚାର୍ଯ୍ୟ ଲାଗି ଏଲାଇଟ୍‌ କୋଚ୍‌ ସନ୍ଧ୍ୟା ଗୁରୁଙ୍ଗ ଓ ଶିବ ସିଂହଙ୍କ ନାମ ସୁପାରିସ କରାଯାଇଛି। ମନ୍ତ୍ରଣାଳୟର ଅଫିସିଆଲମାନେ ଆଶା କରୁଛନ୍ତି ଯେ, ବକ୍ସର ଓ ବକ୍ସିଂ କୋଚ୍‌ଙ୍କ ସମ୍ପର୍କରେ ଆଲୋଚନା ହେବାବେଳେ ମେରୀକମ୍‌ ବିରତ ରହିବେ। ତେବେ କମିଟିର ସଦସ୍ୟମାନେ ନିଜକୁ ବିରତ ରଖିବା ପରିବର୍ତ୍ତେ ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ କରିବାର ବହୁ ଦୃଷ୍ଟାନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri