କନ୍ଧମାଳରେ ବିଜେଡିର ବାଜିମାତ୍‌

ଫୁଲବାଣୀ ଅଫିସ/ଜି.ଉଦୟଗିରି, ୨୪ା୫(ଡି.ଏନ.ଏ.) -ନ୍ଧମାଳ ଜିଲାରେ ବିଜେଡି ବହୁ ଭୋଟ ବ୍ୟବଧାନରେ ୩ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ଅକ୍ତିଆର କରିଛି। ଲୋକ ସଭାରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଭାଜପା ପ୍ରାର୍ଥୀ ମହାମେଘ ବାହାନ ଐରଖାରବେଳ ସ୍ବାଇଁଙ୍କୁ ହରାଇ ବାଜି ମାରିଛନ୍ତି। ସେହିପରି ଫୁଲବାଣୀ ବିଧାନସଭାରେ ବିଜେଡି ପ୍ରାର୍ଥୀ ଅଙ୍ଗଦ କହଁର, ଜି.ଉଦୟଗିରି ବିଧାନସଭାରେ ସାଲୁଗା ପ୍ରଧାନ ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଚକ୍ରମଣୀ କହଁର ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
କନ୍ଧମାଳ ଲୋକସଭାକୁ ବିଜେଡି ଗତ ୨୦୦୪ ସାଧାରଣ ନିର୍ବାଚନ ପରଠାରୁ ନିଜ ଅକ୍ତିଆରରେ ରଖିଛି। ୨୦୦୪ରେ ସୁଗ୍ରୀବ ସିଂ, ୨୦୦୯ରେ ରୁଦ୍ରମାଧବ ରାୟ, ୨୦୧୪ରେ ହେମେନ୍ଦ୍ର ସିଂ ଏବଂ ତାଙ୍କ ମୃତ୍ୟୁପରେ ସ୍ତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପ ନିର୍ବାଚନରେ ବହୁଭୋଟ ବ୍ୟବଧାନରେ ଜିତିଥିଲେ। ସେହି ଧାରାକୁ ବିଜେଡି ଚଳିତ ନିର୍ବାଚନରେ ମଧ୍ୟ ବଜାର ରଖିବାରେ ସକ୍ଷମ ହୋଇଛି। ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଭାଜପାର ଖାରାବେଳ ସ୍ବାଇଁଙ୍କୁ
ହରାଇ ନିର୍ବାଚନ ଜିତିଛନ୍ତି।
ଫୁଲବାଣୀ ବିଧାନସଭା କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ା ୨୦୦୦ ସାଧାରଣ ନିର୍ବାଚନରୁ ବିଜେଡି ଏଠାରେ ଜିତି ଆସୁଥିବା ବେଳେ ପୁଣି ସେହି ଧାରା ବଜାୟ ରଖିଛି। ଚଳିତ ଥର ମଧ୍ୟ ଅଧିକ ଭୋଟ ପରିମାଣରେ ଦଳ ବିଜୟୀ ହୋଇଛି। ଅଙ୍ଗଦ କହଁର ଭାଜପାର ଦେବନାରାୟଣ ପ୍ରଧାନଙ୍କୁ ୨୪ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇଛନ୍ତି।
ଗତ ନିର୍ବାଚନରେ ବିଜେଡି ଜିତିଥିବା ବେଳେ ପୁଣି ଏଥର ମାଜିମାତ କରିଛି ା ପ୍ରାର୍ଥି ଚକ୍ରମଣୀ କହଁର କଂଗ୍ରେସର ସିମନ ମଲ୍ଲିକଙ୍କୁ ୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ପୂର୍ବରୁ ୨ଥର ବିଧାୟକ ହୋଇଥିବା ଭାଜପାର କରେନ୍ଦ୍ର ମାଝିଙ୍କୁ ଏଥର ପୁଣି ପରାଜୟର ସ୍ବାଦ ଚାଖିବାକୁ ପଡିଛି ା
ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି ଏବଂ ଭାଜପା ମଧ୍ୟରେ କଡ୍ଡା ଟକ୍କର ହୋଇଛି ା ହେଲେ ଶେଷରେ ବିଜେଡି ୬ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଏହି ଆସନକୁ ନିଜ ଅକ୍ତିଆରକୁ ନେଇଛି ା ବିଜେଡି ପ୍ରାର୍ଥି ସାଲୁଗା ପ୍ରଧାନ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ହରାଇ ଦ୍ୱିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?