କନ୍ଧମାଳରେ ଖୋଲିବ ‘କିସ୍‌’ର ଶାଖା:‘କିସ୍‌’ ଓ ‘ଏମ୍‌ଡିଏଚ୍‌’ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):କନ୍ଧମାଳ ଜିଲା ଫୁଲବାଣୀ ସହରରେ ଖୁବ୍‌ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି। ଭାରତର ଲୋକପ୍ରିୟ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‌ଡିଏଚ୍‌ ଓ କିସ୍‌ ସହଯୋଗରେ ଏହି ନୂତନ ଶାଖା ଖୋଲାଯିବ। ଗୁରୁବାର ଏନେଇ ନୂଆଦିଲ୍ଲୀରେ କିସ୍‌ ଓ ଏମ୍‌ଡିଏଚ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଥିବାବେଳେ ଏମ୍‌ଡିଏଚ୍‌ ମସଲା ପକ୍ଷରୁ ଏହାର ଅଧ୍ୟକ୍ଷ ପଦ୍ମଭୂଷଣ ମହାଶୟ ଧର୍ମପାଳ ଗୁଲାଟୀ ଏଥିରେ ସ୍ବାକ୍ଷର କରିଥିଲେ। ବୁଝାମଣା ଅନୁସାରେ, କନ୍ଧମାଳ-କିସ୍‌ ପାଇଁ ଏମ୍‌ଡିଏଚ୍‌ ପକ୍ଷରୁ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଅଚ୍ୟୁତ ସାମନ୍ତ ଏନେଇ ପୂର୍ବରୁ ଗୁଲାଟୀଙ୍କୁ ଅନୁରୋଧ କରିଥିଲେ। ସାମନ୍ତଙ୍କ ଅନୁରୋଧ କ୍ରମେ ଗୁଲାଟୀ ଏଥିରେ ସମ୍ମତି ପ୍ରକାଶ କରିବା ପରେ ଗୁରୁବାର ନୂଆଦିଲ୍ଲୀସ୍ଥିତ ଏମ୍‌ଡିଏଚ୍‌ କାର୍ଯ୍ୟାଳୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।
ଏହି ଅବସରରେ ଅଚ୍ୟୁତ ଗୁଲାଟୀଙ୍କୁ କୃତଜ୍ଞତା ଜଣାଇବା ସହ କହିଛନ୍ତି, କନ୍ଧମାଳ-କିସ୍‌ରେ ଜିଲାର ୩ରୁ ୪ହଜାର ଗରିବ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବ୍ୟବସ୍ଥା କରାଯିବ। ଏନେଇ ଜମି କ୍ରୟ ସରିଛି। ଏକବର୍ଷ ମଧ୍ୟରେ ଗୃହ ନିର୍ମାଣ ସରିବା ପରେ ଛାତ୍ରୀଛାତ୍ରଙ୍କୁ ନିଆଯିବ। ଏହାସହ ଏମ୍‌ଡିଏଚ୍‌ ପକ୍ଷରୁ ଏଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍‌ ମଧ୍ୟ ଖୋଲାଯିବ। ଜିଲାରେ ଶିକ୍ଷା ଓ ସ୍ବାସ୍ଥ୍ୟର କିପରି ବିକାଶ ହୋଇପାରିବ ସେ ଦିଗରେ ବ୍ୟକ୍ତିଗତ ଭାବେ ମୁଁ ମଧ୍ୟ ଚେଷ୍ଟା କରୁଛି ବୋଲି ସାମନ୍ତ କହିଛନ୍ତି। ସାମନ୍ତଙ୍କ ଅନୁରୋଧରେ ସନ୍ତୋଷ ବ୍ୟକ୍ତ କରି କନ୍ଧମାଳର ୩ଟି ସ୍ଥାନରେ ଏମ୍‌ଡିଏଚ୍‌ ମସଲାର ୩ଗୋଟି ୟୁନିଟ୍‌ ଖୋଲିବା ସହ ସ୍କୁଲ ଓ ଡାକ୍ତରଖାନା ପ୍ରତିଷ୍ଠା ନେଇ ଗୁଲାଟୀ ସମ୍ମତି ଜଣାଇଥିଲେ। ଏହାବ୍ୟତୀତ ଦାରିଙ୍ଗବାଡ଼ିରେ ୧୦୦ କୋଠରି ବିଶିଷ୍ଟ ଏକ ହୋଟେଲ ତଥା ରିସର୍ଟ ଖୋଲିବା ପାଇଁ ଏମ୍‌ଡିଏଚ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା କନ୍ଧମାଳ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଘଟିପାରିବ ବୋଲି ସାମନ୍ତ କହିଛନ୍ତି। ଏନେଇ ଏମ୍‌ଡିଏଚ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଛି। ଏହି ଅବସରରେ ଗୁଲାଟୀ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଦେଶରେ ବିଶେଷକରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଯେତେ ଅଧିକରୁ ଅଧିକ କାର୍ଯ୍ୟ କରାଯାଇପାରେ ତାହା କରାଯିବା ଉଚିତ। ଏହା ପୂର୍ବରୁ ସେ ଭାରତର ବିଭିନ୍ନ ସ୍ଥାନରେ ସ୍କୁଲ ପ୍ରତିଷ୍ଠା କରି ଶିକ୍ଷାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି। ଓଡ଼ିଶାରେ କିସ୍‌ ସହ ମିଶି ଶିକ୍ଷାର ବିକାଶ କରିବାର ସୁଯୋଗ ମିଳିଥିବାରୁ ଏହା ଆଉ ଏକ ଅଧ୍ୟାୟ ଯୋଡ଼ି ହେଲା ବୋଲି ଗୁଲାଟୀ କହିଛନ୍ତି। ଏମ୍‌ଡିଏଚ୍‌ କମ୍ପାନୀର ଆର୍ଥିକ ପରାମର୍ଶଦାତା ବିନୋଦ କୁମାର ବିନ୍ଦଲ ଓ ଗୁଲାଟୀଙ୍କ କନ୍ୟା ମଧ୍ୟ ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri