କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠ୍‌ବସ୍‌ କରାଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ପୂରା ଘଟଣା ପଦାକୁ ଆସିଥିଲା। ଏହି ଘଟଣାକୁ ରାଜନୈତିକ ମହଲରେ ନିନ୍ଦା କରାଯାଇଛି। ଜଣେ ବିଧାୟକ ହୋଇ କିଭଳି ଆଇନ୍‌କୁ ହାତକୁ ନେଲେ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଉକ୍ତ ଘଟଣା ପାଇଁ ବିଧାୟକ ମେହେର କ୍ଷମା ମାଗିଥିଲେ ମଧ୍ୟ ତାଙ୍କୁ ଛାଡ଼ିବାକୁ ନାରାଜ ବିରୋଧୀ। ସେମାନେ ବିଧାୟକ ମେହେରଙ୍କ ଗିରଫ ଦାବି କରିଛନ୍ତି। ସେହିପରି ଯନ୍ତ୍ରୀ ଶବରଙ୍କ ସ୍ତ୍ରୀ ପ୍ରବୀଣା ରାଜହଂସଙ୍କ ଅଭିଯୋଗ କ୍ରମେ ପାଟଣାଗଡ଼ ପୋଲିସ ବିଧାୟକ ମେହେରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫, ୫୦୦, ୩୪, ୩(୧)(ଆର), ୩(୧)(ଏସ) ଭଳି ୧୦ଟି ଦଫାରେ ଏକ ମାମଲା (ନଂ.୧୧୩/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ବେଲପଡା ଥାନା ଅଞ୍ଚଳରୁ ଶବରଙ୍କୁ ଉଦ୍ଧାର କରି ଶୁକ୍ରବାର ସକାଳେ ତାଙ୍କ ଘରେ ଛାଡ଼ିଛି। ସେହିପରି ଜାତୀୟ ମାନବାଧିକାର କମିଶନରଙ୍କ ନିକଟରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଛି। ଫଳରେ ମେହେରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି।
ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ସୁଜିତ ସାହୁ ପିଟିଶନ୍‌ ଦାଖଲ କରିଛନ୍ତି। ଆଗାମୀ ଦିନରେ ଏହାର ବିଚାର ହେବ ବୋଲି ଜଣାପଡ଼ିିଛି। ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରିବା ସହ ଘଟଣାର ନିରପେକ୍ଷ ନ୍ୟାୟିକ ତଦନ୍ତ କରିବା ଏବଂ ୪ସପ୍ତାହ ମଧ୍ୟରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେବାକୁ ଅଭିଯୋଗକାରୀ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି। ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ବସ୍‌ କରିବା ଦ୍ୱାରା ତାଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ତେଣୁ ତାଙ୍କୁ ପବ୍ଲିକ୍‌ ହ୍ୟୁମିଲେଶନ୍‌ ଏବଂ ଆଟ୍ରୋସିଟି ଆକ୍ଟ ଅନୁଯାୟୀ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପିଟିଶନ୍‌କାରୀ ସାହୁ କମିଶନରଙ୍କୁ ନିବେଦନ କରିଛନ୍ତି।
ଉଦ୍ଧାର ପରେ ଯନ୍ତ୍ରୀ ଶବର ପୋଲିସ ଏବଂ ଗଣମାଧ୍ୟମ ଆଗରେ ସବୁ କଥା ବଖାଣିଛନ୍ତି। ସେ କହିଛନ୍ତି ଯେ, ସେହିଦିନ ବିଧାୟକଙ୍କ ଉପସ୍ଥିତିରେ ନିର୍ବାହୀଯନ୍ତ୍ରୀ ତାଙ୍କୁ ଚାପୁଡ଼ା ମାରିଥିଲେ। ବିଧାୟକ ଜୋରଜବରଦସ୍ତି ୫ମିନିଟରେ ଶହେ ଥର ଉଠ୍‌ବସ୍‌ ଲାଗି କହିଥିଲେ। ଉଠବସ୍‌ ନ ହେଲେ ଲୋକେ ପିଟିବେ ବୋଲି କହିଥିଲେ। ବାଧ୍ୟ ହୋଇ ଉଠବସ୍‌ ହୋଇଥିଲି। ଲଜ୍ଜାଜନକ ପରିସ୍ଥିତି ଥିବାରୁ ମୁଁ ସେଦିନ ଚୁପ୍‌ ରହିଥିଲି। ପରେ ବିଧାୟକ ମେହେରଙ୍କ ଦୁଇଜଣ ସମର୍ଥକ ତାଙ୍କୁ ନେଇ ତିଖାଲୀ ପ୍ରୋଜେକ୍ଟ ଅଞ୍ଚଳରେ ରଖିଥିଲେ। ଅନ୍ୟପକ୍ଷେ କନିଷ୍ଠ ଯନ୍ତ୍ରୀଙ୍କୁ ବେଲପଡା ଥାନା ଅଞ୍ଚଳରୁ ଉଦ୍ଧାର କରିଥିବା ପୋଲିସ କହିଛି ା ଏହି ଘଟଣାକୁ ନେଇ ଓଡ଼ିଶା ଡିପ୍ଳୋମା ଇଞ୍ଜିନିୟର ସେବା ସଂଘ ସଭାପତି ସୁଦର୍ଶନ ନାୟକ ଓ ଅନ୍ୟମାନେ କନିଷ୍ଠ ଯନ୍ତ୍ରୀ ଶବରଙ୍କୁ ଭେଟି ଆଲୋଚନା କରିଥିବା ସୂଚନା ମିଳିଛି ା ସୂଚନାଯୋଗ୍ୟ, ଗତ ୫ତାରିଖରେ ବେଲପଡ଼ା ବ୍ଲକ୍‌ର ଗମ୍ଭାରୀ ଗଁା ରାସ୍ତା କାମ ତଦାରଖ କରିଥିଲେ ବିଧାୟକ ମେହେର। କାମ ନିମ୍ନମାନର ହୋଇଥିବା ଅଭିଯୋଗ କରି ସେ କନିଷ୍ଠ ଯନ୍ତ୍ରୀ ଶବରଙ୍କୁ ଉଠବସ୍‌ କରାଇଥିଲେ। ଶବର ନେହୁରା ହୋଇଥିଲେ ମଧ୍ୟ ବିଧାୟକ ତାଙ୍କୁ ଛାଡ଼ି ନ ଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଏବେ ଦେଖିବାକୁ ବାକି ରହିଲା ଶାସକ ଦଳର ବିଧାୟକ ମେହେରଙ୍କୁ ପୋଲିସ ଗିରଫ କରୁଛି ନା ଘଣ୍ଟ ଘୋଡ଼ାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri