ଯାତ୍ରା ଅଲରାଉଣ୍ଡର ଦୀପ୍ତିଦିବ୍ୟ ଓରଫ୍‌ ମାନା

”ଜିନା ତେରି ଗଲି ମେଁ। ମରନା ତେରି ଗଲି ମେଁ। କଅଁଳ ଘାସ ଦେଖିଲେ ଛେଳି ଛୁଆଟା ଖାଲି ମେଁ ମେଁ। ଆଚ୍ଛା ତୋ ବୟଫ୍ରେଣ୍ଡ!“ ଏମିତି ଏକ ମାନିଆ ଡାଏଲଗ୍‌ ରହିଛି ଚଳିତବର୍ଷର ଏକ ବହୁ ଚର୍ଚ୍ଚିତ ନାଟକ ସି.ଆଇ.ଡି. ଦୟାରେ। ଆଉ ଏଭଳି ଡାଏଲଗ୍‌ କହି ଦର୍ଶକଙ୍କୁ ସ୍ତମ୍ଭୀଭୂତ କରିଦଉଥିବା କଳାକାର ଜଣକ ହେଉଛନ୍ତି ଦୀପ୍ତିଦିବ୍ୟ। ଦୀପ୍ତିଦିବ୍ୟ ତାଙ୍କର ପିତୃମାତୃଦତ୍ତ ନାମ। ହେଲେ ଯାତ୍ରାରେ ସେ ମାନା ଭାବରେ ପରିଚିତ। ମାନା ଜଣେ ଅଲରାଉଣ୍ଡର ଆର୍ଟିଷ୍ଟ। ସେ ହିରୋ କରିପାରନ୍ତି। ଆଣ୍ଟିହିରୋ ସାଜିପାରନ୍ତି। ଖଳନାୟକ ଭୂମିକାରେ ଅଭିନୟ କରିପାରନ୍ତି। ପୁଣି ଚରିତ୍ର ଭୂମିକା ବି ତୁଲେଇ ପାରନ୍ତି। ଘର ଜଗତ୍‌ସିଂହପୁର ଜିଲାର ରାଢ଼ଙ୍ଗ। ତାଙ୍କର ଆଉ ଏକ ପରିଚୟ ସେ ହେଉଛନ୍ତି ଯାତ୍ରା ଜଗତର ଅଭିଜ୍ଞ ଚରିତ୍ର ଅଭିନେତା ଅଶୋକ ରାଉତଙ୍କ ପୁତୁରା। ପିଲାବେଳେ ତ ଯାତ୍ରା ପ୍ରତି ରୁଚିଥିଲା। ଥରେ ସେ ଡ୍ରାମାରେ ପ୍ରକ୍ସି ଭୂମିକା କରୁଥିଲେ। ସେଇଠି ତାଙ୍କୁ ଦେଖିଥିଲେ ଅଶ୍ରୁମୋଚନ। ସେ ତାଙ୍କୁ ନେଇ ଆସିଲେ ରବୀନ୍ଦ୍ରମଣ୍ଡପ। ଆଉ ରବୀନ୍ଦ୍ରମଣ୍ଡପରୁ ପେସାଦାର ଯାତ୍ରା। ୧୯୯୮ ମସିହାରେ ସେ ପ୍ରଥମେ ଆସିଲେ ତୁଳସୀ ଗଣନାଟ୍ୟକୁ। ତାଙ୍କୁ ମିଳିଲା ପାର୍ଶ୍ୱନାୟକର ଭୂମିକା। ତୁଳସୀରୁ ଆସିଲେ ସାହାଣୀ ଅପେରା। ଏହି ସାହାଣୀ ଅପେରାରେ ହିଁ ତାଙ୍କ ପ୍ରତିଭା ଲୋକଲୋଚନକୁ ଆସିଲା ବୋଲି କହନ୍ତି ଦୀପ୍ତିଦିବ୍ୟ ଓରଫ୍‌ ମାନା। ସାହାଣୀ ଅପେରାର ପୃଷ୍ଠପୋଷକ ଫକୀର ମୋହନ ସାହାଣୀ ତାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନିଲେ। ତାଙ୍କୁ ଆକ୍ଟିଂ ସହିତ ଆଙ୍କରିଂର ସୁଯୋଗ ଦେଲେ। ପୁଣି ମେଲୋଡ଼ିରେ ଗୀତ ଗାଇବାକୁ ମଧ୍ୟ ପ୍ରୋତ୍ସାହିତ କଲେ। ସେଇଠି ତାଙ୍କୁ ମିଳିଲା ନାୟକ ପୁଣି ଆଣ୍ଟିହିରୋର ଭୂମିକା। ଏହା ପରେପରେ ସେ ସାତଶଙ୍ଖ, ପାର୍ବତୀ, ବିଶ୍ୱ ରଙ୍ଗମହଲ, କଳିଙ୍ଗ ଆଦିରେ ଅଭିନୟ କରି ସମ୍ପ୍ରତି ଯାତ୍ରା ସ୍ବପ୍ନମହଲରେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ସାହାଣୀ ମାଷ୍ଟ୍ରଙ୍କ ଭଙ୍ଗାସିଲଟ, ଦ୍ୱିତୀୟ ପୁରୁଷ, ପାଣି କୋଇଲିର ରାଣୀ ମାଉସୀ, କୁନି ନୂଆବଉ ଟିକି ଦିଅର, ସଉତୁଣୀ, ମଙ୍ଗୁଳି ଛକର ଲଙ୍ଗଳା ଲୋକ, କହିଦେଲେ ତୁ ମରିଯିବି ମୁଁ, ସୁନା ପଞ୍ଜୁରି ମାଟିର ଶାରୀ, ଆପଣମାନେ ଖୁସି ତ, ସି.ଆଇ.ଡି. ଦୟା ଏବଂ ଆହୁରି ଅନେକ। ସେ ଆଜି ଯଦି ଯାତ୍ରାକୁ ଆସି ତିଷ୍ଠିପାରିଛନ୍ତି ତା’ପଛରେ ରହିଛି ତାଙ୍କ ପରିବାରର ଅକୁଣ୍ଠ ସମର୍ଥନ। ବାପା ପ୍ରଫୁଲ୍ଲ କୁମାର ରାଉତ ଏବଂ ମା’ ଚପଳା ମହାନ୍ତିଙ୍କ ଆଶୀର୍ବାଦ ତଥା ପୋଲିସ ଚାକିରିରେ କାର୍ଯ୍ୟରତ ତାଙ୍କର ସାନ ଭାଇ ମୁକ୍ତିଦିବ୍ୟ (କୁନା)ର ଭଲ ପାଇବା ତାଙ୍କୁ ଏ ଦିଗରେ ଆଗକୁ ବାଟ କଢ଼େଇ ନଉଛି ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

କୋମଲ ରାଣୀଙ୍କ ସହ ଲାଲବାଗଚା ଦର୍ଶନ: ମୁହଁ ଖୋଲିଲେ ଗୋବିନ୍ଦା, ମୋ ଛବି ଖରାପ…

ମୁମ୍ବାଇ,୨୫।୯: ୯୦ ଦଶକର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣିଥରେ ବଲିଉଡ୍‌ରେ କମବ୍ୟାକ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାରି ଭିତରେ ତାଙ୍କ ଆଗାମୀ ଫିଲ୍ମ ‘ରୂପା’ର କୋ-ଷ୍ଟାର…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

‘ପାକିସ୍ତାନ ଜିନ୍ଦାବାଦ’ ଜପ କଲେ ଆୟୁଷ୍ମାନ ଖୁରାନା; ଟ୍ରୋଲ ହେବା ପରେ କହିଲେ…

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବଲିଉଡର ସେହି ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ହାସ୍ୟରସ ଓ ଆକ୍ସନଠାରୁ ଆରମ୍ଭ କରି ସାମାଜିକ ବାର୍ତ୍ତାବହ ଚଳଚ୍ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ଶୈଳୀର…

ରିଚ ଲିଷ୍ଟ ୨୦୨୬: ନେଟୱର୍ଥ କମିବା ପରେ ତଥାପି ଦେଶର ସବୁଠୁ ଧନୀ ଅଭିନେତା ହେଲେ ଶାହରୁଖ; ଜାଣନ୍ତୁ କେଉଁ ସ୍ଥାନରେ ସଲମାନ-ଅମିତାଭ

ମୁମ୍ବାଇ,୨୪।୯: ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୬ ପ୍ରକାଶ ପାଇଛି। ଗତବର୍ଷ ଭଳି ଏଥର ମଧ୍ୟ ବଲିଉଡର ସବୁଠାରୁ ଧନୀ ଅଭିନେତା ଭାବେ ଶାହରୁଖ ଖାନ ଶୀର୍ଷ…

ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ

ମୁମ୍ବାଇ ୨୪ା୯:୨୦୨୭ ଓସ୍କାର ଦୌଡ଼ରେ ଦ୍ୱିତୀୟ ଭାରତୀୟ ଚଳଚ୍ଚିତ୍ର ଭାବେ ସ୍ଥାନ ପାଇ ଇତିହାସ ରଚିଛି ନାଗାଲାଣ୍ଡର କୋନ୍ୟାକ ଭାଷାର ଫିଲ୍ମ ‘ଅଙ୍ଘ’। ଭାରତ ପକ୍ଷରୁ ମରାଠୀ…

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

‘ଏକ ଛୋଟ ସହରର ପୁଅର ସ୍ବପ୍ନ’… ଜାତୀୟ ପୁରସ୍କାର ଜିତିବା ପରେ ଭାବବିହ୍ବଳ ହେଲେ କାର୍ତ୍ତିକ ଆର୍ଯ୍ୟନ; ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ

ମୁମ୍ବାଇ: ଗୁଜୁରାଟରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?