କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର ସଂକ୍ରମଣକୁ ନେଇ ମଧ୍ୟ ଗବେଷଣା ଚାଲିଛି। ଆଉ ପ୍ରାୟ ପ୍ରତିଦିନ କରୋନା ସମ୍ପର୍କିତ କିଛି ନା କିଛି ନୂଆ କଥା ଜାଣିବାକୁ ମିଳୁଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କଥାବାର୍ତ୍ତା ସମୟରେ ନିଃଶ୍ୱାସ ସହ ବାହାରୁଥିବା ଛୋଟ ଛୋଟ ଜଳକଣା (ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ) ବାୟୁରେ ୧୪ ମିନିଟ ବା ତଦୂର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ରହିପାରେ। ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡାଇବେଟିଜ୍‌ ଆଣ୍ଡ କିଡ୍‌ନୀ ଡିଜିଜ’ ଓ ପେନସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମିଶି ଏହି ଅଧ୍ୟୟନ କରିଛନ୍ତି। ଏ ସମ୍ପର୍କରେ ‘ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌’ରେ ପ୍ରକାଶ ପାଇଛି। କାର୍ଯ୍ୟାଳୟ, ହସ୍ପିଟାଲ, ଘର, କ୍ରୁଜ୍‌ ଭଳି କମ୍‌ ବାୟୁ ଚଳାଚଳ ସ୍ଥାନରେ କାହିଁକି କରୋନା ସଂକ୍ରମଣ ଦ୍ରୁତ ଗତିରେ ହେଲା ସେ ସମ୍ପର୍କରେ ଜାଣିବା ଲାଗି ଏହି ଅଧ୍ୟୟନ କରାଯାଇଥିଲା। ତେବେ କଥାବାର୍ତ୍ତା ସମୟରେ ବାହାରୁଥିବା ଜଳକଣା ଉପରେ ଲେଜର ଲାଇଟ ପ୍ରୟୋଗ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ଯେ, କଥାବର୍ତ୍ତା ସମୟରେ ହଜାର ହଜାର ଜଳକଣା ପାଟିରୁ ବାହାରି ବାୟୁରେ ମିଶିଥାଏ। ଫଳରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ। ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଏକ କଲ୍‌ ସେଣ୍ଟରରେ ବହୁ ପରିମାଣରେ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଜଳକଣା କାରଣରୁ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ଜନଗହଳି ସ୍ଥାନ ବା ରେସ୍ତୋରାଁରେ ମଧ୍ୟ କରୋନା ସଂକ୍ରମଣ ପଛର କାରଣ ଏହି ଜଳକଣା ବୋଲି କୁହାଯାଉଛି। କାରଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପାଟିରୁ ବାହାରୁଥିବା ଜଳକଣା ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେବେ କରୋନା ସଂକ୍ରମଣ ଲାଗି ଏହି ଜଳକଣାକୁ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ କରାଯାଇ ନ ପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।
ସେମାନେ କହିଛନ୍ତି ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ କହିଛି, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଅତି କମ୍‌ରେ ୬ ଫୁଟ୍‌ ଦୂରତ୍ୱରେ ରହିଲେ ଏହି ଜଳକଣା ଦ୍ୱାରା ହେଉଥିବା ସଂକ୍ରମଣକୁ ଅନେକାଂଶରେ ଏଡ଼ାଇ ଦିଆଯାଇ ପାରେ। ହେଲେ ଏହାକୁ ନେଇ କେତେଜଣ ବୈଜ୍ଞାନିକ କହିଛନ୍ତି, ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ ୬ଫୁଟ୍‌ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଗତିକରି ପାରେ। ଫିଜିକାଲ ଡିଷ୍ଟାନି୍ସଂ ବା ଶାରୀରିକ ଦୂରତ୍ୱ ରକ୍ଷାକଲେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କାକୁ କମ୍‌ କରାଯାଇ ପାରେ ବୋଲି କହିଛନ୍ତି ଭର୍ଜିନିଆ ଟେକର ସିଭିଲ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଲିସନେ ମାର୍‌। ଅବଶ୍ୟ ସେ ଏହି ଅଧ୍ୟୟନରେ ସାମିଲ ନାହାନ୍ତି। କିନ୍ତୁ ସେ ତାଙ୍କର ନିଜସ୍ବ ମତ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri