କଥାବାର୍ତ୍ତା ବେଳେ ଜଳକଣା ଦ୍ୱାରା ବ୍ୟାପିଥାଏ କରୋନା

ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହାର ଚିକିତ୍ସା ପାଇଁ ଦିନରାତି ଚାଲିଛି ଗବେଷଣା। ଏପରି କି ଏହାର ସଂକ୍ରମଣକୁ ନେଇ ମଧ୍ୟ ଗବେଷଣା ଚାଲିଛି। ଆଉ ପ୍ରାୟ ପ୍ରତିଦିନ କରୋନା ସମ୍ପର୍କିତ କିଛି ନା କିଛି ନୂଆ କଥା ଜାଣିବାକୁ ମିଳୁଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କଥାବାର୍ତ୍ତା ସମୟରେ ନିଃଶ୍ୱାସ ସହ ବାହାରୁଥିବା ଛୋଟ ଛୋଟ ଜଳକଣା (ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ) ବାୟୁରେ ୧୪ ମିନିଟ ବା ତଦୂର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ରହିପାରେ। ଏହା ଦ୍ୱାରା ସଂକ୍ରମଣ ଆଶଙ୍କା ଅଧିକ ଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆମେରିକାର ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡାଇବେଟିଜ୍‌ ଆଣ୍ଡ କିଡ୍‌ନୀ ଡିଜିଜ’ ଓ ପେନସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମିଶି ଏହି ଅଧ୍ୟୟନ କରିଛନ୍ତି। ଏ ସମ୍ପର୍କରେ ‘ପ୍ରୋସିଡିଙ୍ଗସ୍‌ ଅଫ୍‌ ଦ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍‌ସେସ୍‌’ରେ ପ୍ରକାଶ ପାଇଛି। କାର୍ଯ୍ୟାଳୟ, ହସ୍ପିଟାଲ, ଘର, କ୍ରୁଜ୍‌ ଭଳି କମ୍‌ ବାୟୁ ଚଳାଚଳ ସ୍ଥାନରେ କାହିଁକି କରୋନା ସଂକ୍ରମଣ ଦ୍ରୁତ ଗତିରେ ହେଲା ସେ ସମ୍ପର୍କରେ ଜାଣିବା ଲାଗି ଏହି ଅଧ୍ୟୟନ କରାଯାଇଥିଲା। ତେବେ କଥାବାର୍ତ୍ତା ସମୟରେ ବାହାରୁଥିବା ଜଳକଣା ଉପରେ ଲେଜର ଲାଇଟ ପ୍ରୟୋଗ କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା ଯେ, କଥାବର୍ତ୍ତା ସମୟରେ ହଜାର ହଜାର ଜଳକଣା ପାଟିରୁ ବାହାରି ବାୟୁରେ ମିଶିଥାଏ। ଫଳରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ। ଏହା ପୂର୍ବରୁ ଦକ୍ଷିଣ କୋରିଆରେ ଏକ କଲ୍‌ ସେଣ୍ଟରରେ ବହୁ ପରିମାଣରେ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିଥିଲା। ଏହା ମଧ୍ୟ ଜଳକଣା କାରଣରୁ ହୋଇଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ଜନଗହଳି ସ୍ଥାନ ବା ରେସ୍ତୋରାଁରେ ମଧ୍ୟ କରୋନା ସଂକ୍ରମଣ ପଛର କାରଣ ଏହି ଜଳକଣା ବୋଲି କୁହାଯାଉଛି। କାରଣ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପାଟିରୁ ବାହାରୁଥିବା ଜଳକଣା ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ। ତେବେ କରୋନା ସଂକ୍ରମଣ ଲାଗି ଏହି ଜଳକଣାକୁ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ କରାଯାଇ ନ ପାରେ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।
ସେମାନେ କହିଛନ୍ତି ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସେଣ୍ଟର୍ସ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ କହିଛି, ଜଣେ ବ୍ୟକ୍ତି ଅନ୍ୟ ଜଣଙ୍କଠାରୁ ଅତି କମ୍‌ରେ ୬ ଫୁଟ୍‌ ଦୂରତ୍ୱରେ ରହିଲେ ଏହି ଜଳକଣା ଦ୍ୱାରା ହେଉଥିବା ସଂକ୍ରମଣକୁ ଅନେକାଂଶରେ ଏଡ଼ାଇ ଦିଆଯାଇ ପାରେ। ହେଲେ ଏହାକୁ ନେଇ କେତେଜଣ ବୈଜ୍ଞାନିକ କହିଛନ୍ତି, ରେସ୍ପିରେଟୋରି ଡ୍ରପ୍‌ଲେଟ୍ସ ୬ଫୁଟ୍‌ରୁ ଅଧିକ ଦୂରତା ପର୍ଯ୍ୟନ୍ତ ଗତିକରି ପାରେ। ଫିଜିକାଲ ଡିଷ୍ଟାନି୍ସଂ ବା ଶାରୀରିକ ଦୂରତ୍ୱ ରକ୍ଷାକଲେ ମଧ୍ୟ କରୋନା ସଂକ୍ରମଣର ଆଶଙ୍କାକୁ କମ୍‌ କରାଯାଇ ପାରେ ବୋଲି କହିଛନ୍ତି ଭର୍ଜିନିଆ ଟେକର ସିଭିଲ ଆଣ୍ଡ ଏନଭାଇରନ୍‌ମେଣ୍ଟାଲ ଇଞ୍ଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଲିସନେ ମାର୍‌। ଅବଶ୍ୟ ସେ ଏହି ଅଧ୍ୟୟନରେ ସାମିଲ ନାହାନ୍ତି। କିନ୍ତୁ ସେ ତାଙ୍କର ନିଜସ୍ବ ମତ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri