କତାଶିଳ୍ପକୁ ଅଣଦେଖା

ପୁରୀ ଅଫିସ, ୩୧।୫: ବାତ୍ୟା ଫନୀ ସମଗ୍ର ପୁରୀ ଜିଲାକୁ ଧ୍ୱଂସବିଧ୍ୱଂସ୍ତ କରିଦେଇଛି। ଭାଙ୍ଗି ପକାଇଛି ଅନେକ ଘରଦ୍ୱାର, ବିଦ୍ୟୁତ୍‌ ଖୁଣ୍ଟ ଏବଂ ଟାୱାର। ଧରାଶାୟୀ ହୋଇଛି ଲକ୍ଷ ଲକ୍ଷ ଗଛ। ସରକାର ଘର, ଗୃହପାଳିତ ପଶୁ ପ୍ରଭୃତିଙ୍କ କ୍ଷୟକ୍ଷତି ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ହେଲେ କତାଶିଳ୍ପ ପ୍ରତି ଅଣଦେଖା କରିଛନ୍ତି। ଏହାର କ୍ଷୟକ୍ଷତି ଆକଳନ କରାଯାଇନାହିଁ। କତାଶିଳ୍ପକୁ ଆଦରି ଗୁଜୁରାଣ ମେଣ୍ଟାଉଥିବା ଅନେକ ପରିବାର ଏଥିଯୋଗୁ ହତୋତ୍ସାହିତ ହୋଇପଡ଼ିିଛନ୍ତି। କାହିଁକି କତାଶିଳ୍ପ ପ୍ରତି ସରକାର ବିମୁଖ ବୋଲି ପ୍ରଶ୍ନ ଉଠାଇବା ସହ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ, କୟର ବୋର୍ଡ ଅଧ୍ୟକ୍ଷ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କୟର ବୋର୍ଡକୁ ଚିଠି ଲେଖିଛନ୍ତି। ହେଲେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସେମାନେ ମାନସିକ ଚାପରେ ରହିଛନ୍ତି। ଓଡ଼ିଶା ଷ୍ଟେଟ୍‌ କୟର ଇଣ୍ଡଷ୍ଟ୍ରିଜ ଆଣ୍ଡ୍‌ ମ୍ୟାନୁଫ୍ୟାକ୍ଚର୍ସ ଆସୋସିଏଶନ ପକ୍ଷରୁ ଦର୍ଶାଯାଇଛି ଯେ, ଓଡ଼ିଶା କତାଶିଳ୍ପକୁ ସମ୍ପୂର୍ଣ୍ଣ ଭବେ ଉଜାଡ଼ି ଦେଇଛି ଫନୀ। ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ଏହାର ଆଖପାଖ ଜିଲାର କତାଶିଳ୍ପ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଛି। ଏହିସବୁ ଜିଲାରେ ଲକ୍ଷାଧିକ ଲୋକ କତାଶିଳ୍ପ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। କତାରେ ବିଭିନ୍ନ ପ୍ରକାର ସାମଗ୍ରୀ, ଘରକରଣା ଜିନିଷ, ଖେଳନା ଆଦି ତିଆରି କରି ଦି’ ପଇସା ରୋଜଗାର କରିଥାନ୍ତି। ବିଶେଷକରି ପୁରୀ ଜିଲାରେ ବହୁ ସଂଖ୍ୟାରେ ନଡ଼ିଆ ଗଛ ଥିବାରୁ ଅନେକ ପରିବାର କତାଶିଳ୍ପକୁ ଆଦରି ନେଇଥିଲେ। ପୁରୀର ଏହା ଏକ ପାରମ୍ପରିକ କୁଟୀର ଶିଳ୍ପ ବୋଲି ଧରାଯାଇଥାଏ। ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରାୟ ୧ ଲକ୍ଷ ଲୋକ ଏହାଦ୍ୱାରା ନିଯୁକ୍ତି ପାଇଥିଲେ। ଏଥିରେ ୮୫ପ୍ରତିଶତ ମହିଳା ସାମିଲ ରହି ପରିବାର ପ୍ରତିପୋଷଣରେ ନିଜର ସହଭାଗିତା ଦେଇପାରୁଥିଲେ । ଏହାକୁ ନଜରରେ ରଖି ଜିଲାରେ ପ୍ରାୟ ୯,୯୮୬ ହେକ୍ଟର ନଡ଼ିଆ ଚାଷ କରାଯାଇଥିଲା। ଅନେକ ଲୋକ ବ୍ୟାଙ୍କରୁ ଋଣ ଆଣି ଯନ୍ତ୍ରପାତି କିଣିଥିଲେ । ନଡ଼ିଆ କତାରୁ ପାପୋଛ, ମ୍ୟାଟ୍‌ ସମେତ ବିଭିନ୍ନ ପ୍ରକାର ହସ୍ତତନ୍ତ ସାମଗ୍ରୀ, ଖେଳଣା ପ୍ରସ୍ତୁତ କରୁଥିଲେ। ପୁରୀ ଜିଲାର କତାଶିଳ୍ପର ଚାହିଦା ବାହାରେ ରହିଥିବାରୁ ଏହାକୁ ଆପଣାଇଥିବା ଲୋକେ ଭଲ ରୋଜଗାର ମଧ୍ୟ କରୁଥିଲେ। ହେଲେ ବାତ୍ୟା ସବୁକିଛି ଉଜାଡ଼ି ଦେଇଛି। କତାଶିଳ୍ପର ଶେଡ୍‌, ଯନ୍ତ୍ରପାତି ସବୁ ନଷ୍ଟ ହୋଇଯାଇଛି। ସେହିପରି ଜିଲାର ପ୍ରାୟ ୯୦ ପ୍ରତିଶତ ନଡ଼ିଆ ଗଛ ଭାଙ୍ଗିଯାଇଛି। ତେଣୁ କତାଶିଳ୍ପକୁ ଆଶ୍ରା କରିଥିବା ଲୋକଙ୍କ ମେରୁଦଣ୍ଡ ଏକପ୍ରକାର ଦୋହଲିଯାଇଛି। ଏହି ସମୟରେ ସରକାରଙ୍କ ଅଣଦେଖା ସେମାନଙ୍କୁ ଅଧିକ କଷ୍ଟ ଦେଇଛି। ଜଣେ ଜଣେ ଲୋକଙ୍କର ୨ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇଥିଲେ ମଧ୍ୟ କ୍ଷୟକ୍ଷତିର ଆକଳନ କରାଯାଉନାହିଁ। ସରକାରଙ୍କ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯିବାକୁ ସଂଘ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ଦିଆଯାଇଛି। ଭାଙ୍ଗିଯାଇଥିବା ଶେଡ୍‌ର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ଦେବା, ଯନ୍ତ୍ରପାତି ମରାମତି, ଅନ୍ୟ ରାଜ୍ୟରୁ ଅନୁନ୍ୟ ୫ବର୍ଷ ପର୍ଯ୍ୟନ୍ତ କଞ୍ଚାମାଲ ଯୋଗାଇଦେବାର ବ୍ୟବସ୍ଥା, ସବୁ କତାଶିଳ୍ପକୁ ୫ ବର୍ଷ ପର୍ଯ୍ୟନ୍ତ ସବ୍‌ସିଡିରେ ବିଦ୍ୟୁତ୍‌ ଯୋଗାଇଦେବା ପ୍ରମୁଖ ଦାବି କରାଯାଇଛି। ସରକାର ତୁରନ୍ତ ପଦକ୍ଷେପ ନେବାକୁ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri