କ’ଣ ହେବ କୋଟିଏ

ଢେଙ୍କାନାଳ ଅଫିସ, ୩।୩ ରାଜସ୍ବ ଆଦାୟର ଅନ୍ୟତମ ପନ୍ଥା ପର୍ଯ୍ୟଟନ ଶିଳ୍ପ। ବିଳମ୍ବରେ ହେଲେ ମଧ୍ୟ ଏ କଥାକୁ ହୃଦୟଙ୍ଗମ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ନିଜର ପଞ୍ଚମ ପାଳି ଶାସନରେ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ଫୋକସ୍‌ କରିଛନ୍ତି ନବୀନ ସରକାର। ନିକଟରେ ୨୩ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ମଞ୍ଜୁର କରାଯାଇଛି ଅନୁଦାନ। ଏହି କ୍ରମରେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସକୁ ମିଳିଛି ୧ କୋଟି ଟଙ୍କା। ଦ୍ୱାଦଶ ଶତାବ୍ଦୀର ଏହି ପ୍ରାଚୀନ ପୀଠକୁ ମିଳିଥିବା ଅନୁଦାନ ଅର୍ଥ ଯଦିଓ ସମୁଦ୍ରକୁ ଶଙ୍ଖେ, ତଥାପି ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି ଟଙ୍କା ଖର୍ଚ୍ଚ ହେବ କେମିତି। କାରଣ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ) ହାତକୁ ଯିବା ପରେ ଏଠାରେ ଜାରି ହୋଇଛି କଟକଣା। ଏଏସ୍‌ଆଇର ବିନା ଅନୁମତିରେ ପୀଠରେ ଅନ୍ୟ ବିଭାଗର ଟଙ୍କାଟିଏ ଖର୍ଚ୍ଚ ହୋଇପାରିବ ନାହିଁ। ଏପରି କି ବିକାଶମୂଳକ କାର୍ଯ୍ୟ କରିବା ମଧ୍ୟ ବେଆଇନ। ଅନ୍ୟପଟେ ଜଟିଳ ଜଙ୍ଗଲ ଆଇନରେ ଛନ୍ଦି ହୋଇ ରହିଛି ମନ୍ଦିର ପାରିପାର୍ଶ୍ୱିକ ଅଞ୍ଚଳ। ଫଳରେ ଅନୁଦାନ ଟଙ୍କା ମିଳିବା ଆଗରୁ ଏହାକୁ କିପରି ବିନିଯୋଗ କରାଯିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି ଦେବୋତ୍ତର ବିଭାଗ।
ଆଧ୍ୟାତ୍ମିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଯୁଗଳବନ୍ଦୀ ହେଉଛି କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ପୀଠ କପିଳାସ। ଏହି ପବିତ୍ର କ୍ଷେତ୍ରରେ ବର୍ଷତମାମ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେବେ ପାନୀୟଜଳ ସମସ୍ୟା, ଆଲୋକୀକରଣ, ବିଶ୍ରାମାଗାର ନିର୍ମାଣ ହେଉ ନ ଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକ ଅନେକ ସମୟରେ ତିକ୍ତ ଅନୁଭୂତି ନେଇ ଫେରିଥାନ୍ତି। ଏପରି ସ୍ଥିତିରେ ୨୦୦୭ରୁ ଏଏସ୍‌ଆଇ ହାତରେ ନ୍ୟସ୍ତ କରାଯାଇଛି ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱ। ଦୀର୍ଘ ୧୩ ବର୍ଷ ମଧ୍ୟରେ ମନ୍ଦିର ସମେତ ଏହାର ଆଖପାଖ ଅଞ୍ଚଳରେ ସେଭଳି ଆଖିଦୃଶିଆ ବିକାଶ ହୋଇନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ଥିବାରୁ ଏଠାରେ ଅନ୍ୟ ବିଭାଗର ଅନୁଦାନ ଖର୍ଚ୍ଚ ହୋଇପାରିବ ନାହିଁ ବୋଲି କଟକଣା ରହିଛି। ସେହିପରି ପୀଠକୁ ଲାଗି ରହିଥିବା କପିଳାସ ସଂରକ୍ଷିତ ଜଙ୍ଗଲ ଅନ୍ୟ ଏକ ପ୍ରତିବନ୍ଧକ। ଏସବୁ ଭିତରେ ନିକଟରେ ଜିଲା ପ୍ରଶାସନ ପକ୍ଷରୁ ପୀଠକୁ ଅଧିକ ଆକର୍ଷଣୀୟ କରିବା ଲାଗି ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରାଯାଇଛି। ଆବଶ୍ୟକ ଆଲୋଚନା ପରେ ଏହା ସରକାରଙ୍କ ନିକଟକୁ ପଠାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ମନ୍ଦିର ପାଦଦେଶରେ ଶ୍ରଦ୍ଧାଳୁଙ୍କ ରହିବା ଏବଂ ବିଶ୍ରାମ ପାଇଁ ଭକ୍ତନିବାସ ପ୍ରତିଷ୍ଠା କରିବାକୁ ଯୋଜନା କରୁଛି ଦେବୋତ୍ତର ବିଭାଗ। ହେଲେ ପରିବେଶ ଆଇନ ଭଳି ଗୋଲକଧନ୍ଦାରୁ ମୁକୁଳି ନ ପାରିବା ଏବଂ ଅନ୍ୟ ବିଭାଗର ଅର୍ଥ ଖର୍ଚ୍ଚ ଲାଗି ରହିଥିବା ଜଟିଳ ପ୍ରକ୍ରିୟା ହିଁ ମନ୍ଦିର ବିକାଶରେ ପ୍ରମୁଖ ପ୍ରତିବନ୍ଧକ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ଏ ନେଇ ଜିଲା ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ଜଙ୍ଗଲ ଆଇନ ମୁତାବକ କାର୍ଯ୍ୟ ହେଲେ ସବୁକିଛି ସମ୍ଭବ ହୋଇପାରିବ। ଜଙ୍ଗଲ ଜମିକୁ ଉପଯୋଗ କରି ଶିଳ୍ପ ପ୍ରତିଷ୍ଠା ହୋଇପାରୁଛି ା କପିଳାସ ଭଳି ପ୍ରାଚୀନ ଶୈବପୀଠର ମଧ୍ୟ ବିକାଶ ହୋଇପାରିବ। ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ କୁହନ୍ତି, ଅନୁଦାନ ଆସିବା ପରେ ମନ୍ଦିରର ଉନ୍ନତୀକରଣ କଥା ଚିନ୍ତା କରାଯିବ। ମନ୍ଦିର ଦାୟିତ୍ୱରେ ପ୍ରତ୍ନତତ୍ତ୍ୱ ବିଭାଗ ରହିଛି। ପ୍ରଶାସନ ପକ୍ଷରୁ ମନ୍ଦିର ବାହାର ଅଞ୍ଚଳରେ ଆବଶ୍ୟକ ବିକାଶମୂଳକ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, କପିଳାସର ଉନ୍ନତୀକରଣ ଲାଗି ଯୋଜନା ପ୍ରସ୍ତୁତ କରି ପଠାଇବାକୁ ସରକାରୀ ନିର୍ଦ୍ଦେଶ ଆସିଥିଲା। ତଦନୁଯାୟୀ ଯୋଜନା ପ୍ରସ୍ତୁତ କରି ପଠାଯାଇଥିଲା। ନିକଟରେ ରାଜ୍ୟ ସରକାର ଅନୁଦାନ ମଞ୍ଜୁର କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ବିକାଶ କାର୍ଯ୍ୟ ସମ୍ପର୍କିତ ଡିପିଆର ପ୍ରସ୍ତୁତ କରି ରଖାଯାଇଛି। ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲେ ଏହାକୁ ପଠାଯିବ। ସମସ୍ତଙ୍କ ସହଯୋଗ ମିଳିଲେ କପିଳାସ ପୀଠର ବିକାଶ ହୋଇପାରିବ ବୋଲି ଜିଲାପାଳ ନିଜ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri