Posted inଜାତୀୟ

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ସହ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ କଂଗ୍ରେସ ମେଣ୍ଟ କରିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି। ଦିଲ୍ଲୀରେ ପ୍ରସ୍ତାବିତ ୪:୩ ଫର୍ମୁଲା ଉପରେ ପ୍ରଶ୍ନ ହେବାରୁ ସିସୋଦିଆ କହିଥିଲେ, କଂଗ୍ରେସକୁ ୩ଟି ଆସନ ଛାଡିବା ଅର୍ଥ ଏହାକୁ ଭାଜପାକୁ ଛାଡିଦେବା ସହ ସମାନ। ଦିଲ୍ଲୀରେ କଂଗ୍ରେସର ସ୍ଥିତି ନ ଥିବାବେଳେ ସେମାନେ ପାଖାପାଖି ଅଧା ଆସନ ଦାବି କରିବା ଅବାସ୍ତବ ବୋଲି ସିସୋଦିଆ କହିଛନ୍ତି। ହରିୟାଣାରେ କଂଗ୍ରେସ ଏଏପିକୁ ୬:୩:୧ ଆସନ ବୁଝାମଣା ଫର୍ମୁଲା ପ୍ରସ୍ତାବ ଦେଇଥିଲା। ଅର୍ଥାତ ସେଠାରେ କଂଗ୍ରେସ ୬ଟି ଆସନରେ ଲଢ଼ିଥାନ୍ତା ଓ ଜନନାୟକ ଜନତା ପାର୍ଟିକୁ ୩ଟି ଏବଂ ଏଏପିକୁ ଗୋଟିଏ ଆସନ ଛାଡିଥାନ୍ତା। ସେହିପରି ପଞ୍ଜାବରେ ଆସନ ବୁଝାମଣା ଲାଗି କଂଗ୍ରେସ ପ୍ରସ୍ତାବରେ ଏଏପି ରାଜି ହୋଇଥିଲେ ମଧ୍ୟ ଏହା ପଛଘୁଞ୍ଚା ଦେଇଥିଲା ବୋଲି ବରିଷ୍ଠ ନେତା ସଞ୍ଜୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଚାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri