Posted inଜାତୀୟ

‘କଂଗ୍ରେସ ଯୋଗୁ ଡେମ୍‌ଚୋକ୍‌ ଯାଏ ମାଡ଼ିଆସିଥିଲା ଚାଇନା’

ଲେହ,୧୯ା୮(ପି.ଟି.): କଂଗ୍ରେସ ଶାସନ ଅମଳରେ ପ୍ରତିରକ୍ଷା ନୀତିରେ ଲଦାଖକୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଇ ନ ଥିବାରୁ ଚାଇନା ଡେମ୍‌ଚୋକ୍‌ ସେକ୍ଟର ପର୍ଯ୍ୟନ୍ତ ମାଡ଼ିଆସିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରରୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ନେଇ ପାର୍ଲାମେଣ୍ଟରେ ବିଲ୍‌ ଆଗତ ବେଳେ ନିମ୍ନ ସଦନରେ ସାରଗର୍ଭକ ଭାଷଣ ଦେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଭାଜପା ସଦସ୍ୟ ଜାମ୍‌ୟାଙ୍ଗ୍‌ ସେରିଙ୍ଗ୍‌ ନାମଗ୍ୟାଲ ରବିବାର ଏହି ମନ୍ତବ୍ୟ ଦେଇଛନ୍ତି।
ପ୍ରଥମଥର ପାଇଁ ପ୍ରତିନିଧିତ୍ୱ କରୁଥିବା ୩୪ ବର୍ଷୀୟ ଏମ୍‌ପି ନାମ୍‌ଗ୍ୟାଲ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ତୁଷ୍ଟୀକରଣ ନୀତି ଆପଣାଇ କଂଗ୍ରେସ ସରକାର କଶ୍ମୀରକୁ ବରବାଦ କରିଦେଇଥିଲା। ଏଥିଯୋଗୁ ଲଦାଖ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ୱାରା ପ୍ରଣୀତ ‘ଫରଓ୍ବାର୍ଡ ପଲିସି’ ଚାଇନା ଆଡ଼କୁ ଆମେ ଧୀରେ ଧୀରେ ଅଗ୍ରସର ହେବା ସପକ୍ଷରେ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଏ। କାର୍ଯ୍ୟକାରୀ କରିବା ସମୟରେ ଏହି ନୀତି ‘ବ୍ୟାକ୍‌ଓ୍ବାର୍ଡ ପଲିସି’ରେ ପରିଣତ ହୋଇଥିଲା। ଫଳରେ ଚାଇନା ସୈନ୍ୟ ଆମ ଭୂଖଣ୍ଡରେ ଅନୁପ୍ରବେଶ କରିଆସିଥିଲା ବୋଲି ସେ ଦୋଷ ଦେଇଛନ୍ତି। ଏହି କାରଣରୁ ଅକ୍ସାଇ ଚୀନ୍‌ ସମ୍ପୂର୍ଣ୍ଣ ଭାବେ ଚାଇନା ଅଧୀନକୁ ଚାଲିଯାଇଛି। ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ଡେମ୍‌ଚୋକ୍‌ର ନାଲ୍ଲା ପର୍ଯ୍ୟନ୍ତ ଅଗ୍ରସର ହୋଇଛି। କାରଣ ଲଦାଖବାସୀଙ୍କୁ କଂଗ୍ରେସର ୫୫ ବର୍ଷ ଶାସନରେ ଗୁରୁତ୍ୱ ଦିଆଯାଇ ନ ଥିଲା। କିନ୍ତୁ ଏବେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହି କ୍ଷେତ୍ରକୁ ଉପଯୁକ୍ତ ପ୍ରାଧାନ୍ୟ ମିଳିବ ବୋଲି ନାମ୍‌ଗ୍ୟାଲ ଦୃଢ଼ୋକ୍ତି ବାଢ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri