କଂଗ୍ରେସ ଗଢ଼ିବ କ୍ୟାଡର ବେସ୍‌ ସଙ୍ଗଠନ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ସମାନଭାବେ ରାଜ୍ୟରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଲା। ଦଳକୁ ରାଜ୍ୟ ରାଜନୀତିରେ ଦ୍ୱିତୀୟ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ରହିବାକୁ ପଡିଛି। ତଥାପି ମଧ୍ୟ ଏ ପର୍ଯ୍ୟନ୍ତ ଦଳ ଦୁର୍ବଳ ସ୍ଥିତିରୁ ନିଜକୁ କାଢି ଉପରକୁ ନେବାକୁ ପ୍ରୟାସ ଆରମ୍ଭ କରିପାରିନାହିଁ। ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସମସ୍ତ ନିର୍ବାଚନ କମିଟିକୁ ଭାଙ୍ଗି ଦିଆଯାଇଥିବା ବେଳେ ସଭାପତି ଏବଂ କାର୍ଯ୍ୟକାରୀ ସଭାପତିଙ୍କ ସମେତ ରାଜ୍ୟ ପ୍ରଭାରୀ ପଦରେ ପରିବର୍ତ୍ତନ କରାଯାଇନାହିଁ। ହେଲେ ଦଳର ଉପରସ୍ତରରୁ ବର୍ତ୍ତମାନ ଏକ ବଡ ଧରଣର ସାଙ୍ଗଠନିକ ନିଷ୍ପତ୍ତି ନିଆଯାଉଥିବା ଜଣାପଡିଛି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ଭଳି କଂଗ୍ରେସ ମଧ୍ୟ ଏକ ସମାନ୍ତରାଳ ସଙ୍ଗଠନ କରିବାକୁ ଯୋଜନା କରୁଥିବା ଜଣାପଡିଛି। କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ, ଅନ୍ୟ କ୍ୟାଡର ବେସ୍‌ ଦଳର ନକାରାତ୍ମକ ଚିନ୍ତାଧାରାର ସମ୍ମୁଖୀନ ହେବା ପାଇଁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ପ୍ରକ୍ରିୟା ଆରମ୍ଭ କରାଯିବ। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ଆଦର୍ଶଗତ ଚିନ୍ତାଧାରା ସୃଷ୍ଟି କରିବା ଏବଂ ସଚେତନ କରିବା ଲାଗି ଚିନ୍ତା କରାଯାଉଛି। ଆର୍‌ଏସ୍‌ଏସ୍‌ ସମେତ ସମସ୍ତ ବିରୋଧୀ କ୍ୟାଡର ଯେଉଁମାନେ ନକାରାତ୍ମକ ପ୍ରଚାର କରୁଛନ୍ତି ସେମାନଙ୍କୁ ସମ୍ମୁଖୀନ କରିବା ପାଇଁ ଏକ ସଙ୍ଗଠନ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦେଖିବାକୁ ଗଲେ ବିଜେଡି ମଧ୍ୟ ବିଜୁ ଯୁବ ବାହିନୀ ନାମରେ ଏକ ସଙ୍ଗଠନ ସରକାରୀ ଅର୍ଥରେ ତିଆରି କରି କାର୍ଯ୍ୟକ୍ରମ ଜାରି ରଖିଛି। ମାତ୍ର କଂଗ୍ରେସ ପକ୍ଷରୁ ଏଭଳି ଏକ ଚିନ୍ତା କରାଯିବା ପରେ ରାଜ୍ୟର ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଏହାକୁ ସମାଲୋଚନା କରିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଆଜି ନିଶ୍ଚିତଭାବେ ଖୁସିର କଥା, ଆମ ଦଳର ଯେଉଁ ସାଙ୍ଗଠନିକ ବ୍ୟବସ୍ଥା ରହିଛି ତାକୁ ଅନ୍ୟ ରାଜନୈତିକ ଦଳଗୁଡିକ ଶିଖୁଛନ୍ତି। କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳଗୁଡିକ ଶିଖୁଛନ୍ତି ଠିକ୍‌ ଅଛି ହେଲେ ବିନା କୌଣସି ନୀତି, ଚିନ୍ତାଧାରାରେ ନିଜର ରାଜନୈତିକ ସଙ୍ଗଠନ ତିଆରି କଲେ ମଧ୍ୟ ଏହା ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବନାହିଁ ବୋଲି ପୃଥ୍ବୀରାଜ କହିଛନ୍ତି। ବିଜେଡି ନେତା ପ୍ରତାପ ଦେବ କହିଛନ୍ତି, ସେମାନଙ୍କ କ୍ୟାଡର ଯାହା ଥିଲା ତାକୁ ଦୀର୍ଘ ୪ ଦଶନ୍ଧି ଧରି ସେମାନେ ସରକାର କରୁଥିଲେ। ଏହା ସେମାନେ ସ୍ବୀକାର କରିଛନ୍ତି ଯେ, ସେମାନଙ୍କ ସାଙ୍ଗଠନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଏବେ ସେମାନେ କିଛି ନୂଆ ଚିନ୍ତା କରିଛନ୍ତି, ସେମାନଙ୍କ ଚ୍ୟାଲେଞ୍ଜକୁ ଆମେ ନିହାତି ସ୍ବୀକାର କରିବୁ ବୋଲି ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?