ଓୟୁଏଟିରେ ର଼୍ୟାଗିଂ ଅଭିଯୋଗ

ଭୁବନେଶ୍ୱର,୧ା୫ (ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ହଷ୍ଟେଲରେ ର଼୍ୟାଗିଂ। ସିନିୟରଙ୍କ ର଼୍ୟାଗିଂର ଶିକାର ହୋଇଛନ୍ତି ଯୁକ୍ତ୩ ଏଗ୍ରୀକଲଚର ବିଭାଗର ପ୍ରଥମ ବର୍ଷର ଛାତ୍ର। ତେବେ ର଼୍ୟାଗିଂ ଭୟରେ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ିଥିବାବେଳେ ମଙ୍ଗଳବାର ୪ଜଣଙ୍କୁ ବିଶ୍ୱବିଦ୍ୟାଳୟ ପରିସରରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣରେ ଦୁଇ ଛାତ୍ର ସତ୍ୟସ୍ବରୂପ ନାୟକ ଓ ସୌଭାଗ୍ୟ ନାୟକ ଗୁରୁତର ଆହତ ହୋଇଥିବାବେଳେ ଆଦର୍ଶ ମିଶ୍ର ଓ ଅନୁପ ନାରାୟଣ ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି। ଏପରିକି ର଼୍ୟାଗିଂ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ବୈଠକ ବସିଥିବାବେଳେ ମଧ୍ୟ ଅଭିଯୁକ୍ତମାନେ ସେଠାରେ ପହଞ୍ଚତ୍ ହୋହଲ୍ଲା କରିବା ସହ ଧମକ ଦେଇଛନ୍ତି। ଏନେଇ ଖଣ୍ଡଗିରି ଥାନା ଅଧୀନ ଶିରିପୁର ଫାଣ୍ଡିରେ ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ସିନିୟର ଛାତ୍ରମାନେ ବର୍ଷ ଆରମ୍ଭରୁ ଜୁନିୟରଙ୍କୁ ର଼୍ୟାଗିଂ କରୁଥିଲେ। ବିଶେଷକରି ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାତିରେ ଖାଇବା ଓ ମଦ ଆଣିବାକୁ ପଠାଉଥିଲେ। ହଷ୍ଟେଲ ଓ କଲେଜ ପରିସରରେ ସିନିୟରମାନଙ୍କୁ ଦେଖିଲେ ମୁହଁ ତଳକୁ କରି ଯିବା ସହ ସର୍ବଦା ଶୁଭେଚ୍ଛା ଜଣାଇବାକୁ କହୁଥିଲେ। ଏହାକୁ ଯେଉଁମାନେ ମାନୁ ନ ଥିଲେ ସେମାନଙ୍କୁ ସିନିୟର ଛାତ୍ରମାନେ ରାତିରେ ରୁମ୍‌କୁ ଡକାଇ ନାନା ଅତ୍ୟାଚାର କରୁଥିଲେ। ଫଳରେ ର଼୍ୟାଗିଂର ଶିକାର କେତେଜଣ ଛାତ୍ର ହଷ୍ଟେଲ ଛାଡ଼ି ଦେଇଥିଲେ। ସତ୍ୟସ୍ବରୂପ, ସୌଭାଗ୍ୟ, ଆଦର୍ଶ ଓ ଅନୁପ ତିନିମାସ ହେବ ହଷ୍ଟେଲ ଛାଡି ବାହାରେ ରହୁଥିଲେ। ସୋମବାର ସିନିୟର ଛାତ୍ରମାନେ ତାଙ୍କୁ କ୍ୟାମ୍ପସରେ ଘେରିବାକୁ ଉଦ୍ୟମ କରୁଥିବାବେଳେ ଜଣେ ପ୍ରଫେସରଙ୍କ ହସ୍ତକ୍ଷେପ ପରେ ସେମାନେ ଚାଲିଯାଇଥିଲେ। ମଙ୍ଗଳବାର ସାଢେ ୧୧ଟାରେ ସେମାନେ କ୍ଲାସ ସାରି ବାହାରୁଥିବାବେଳେ ୨୦ରୁ ଊର୍ଦ୍ଧ୍ୱ ସିନିୟର ଛାତ୍ର ଓ ଅଣଛାତ୍ର ସେମାନଙ୍କୁ ଘେରିଯାଇଥିଲେ।  ଗାଳିଗୁଲଜ  ଓ ଟଣାଓଟରା କରିବା ସହ ରାସ୍ତାରେ ଆଣ୍ଠୋଇବାକୁ କହିଥିଲେ। ଏଥିରେ ଛାତ୍ରମାନେ ରାଜି ହୋଇ ନ ଥିଲେ। ଏହି ସମୟରେ  ଦୁଇ ଛାତ୍ର ସତ୍ୟସ୍ବରୂପ ଓ ସୌଭାଗ୍ୟ ମୋବାଇଲ କାଢି ରେକର୍ଡିଂ କରିବାରୁ ସିନିୟରମାନେ ମୋବାଇଲକୁ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ। ପରେ ଲୁହା ପାଇପରେ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ। ଫଳରେ ଦୁଇ ଛାତ୍ରଙ୍କ ଶାର୍ଟ ଚିରିଯାଇଥିବାବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଅନ୍ୟ ଦୁଇ ଛାତ୍ର  ଆଦର୍ଶ ଓ ଅନୁପଙ୍କୁ ମାଡ଼ ମାରିବାରୁ ସେମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ। ଖବରପାଇ ପରିବାର ଲୋକେ ପହଞ୍ଚତ୍ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ଶିରିପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅପରାହ୍ନ ୪ଟାରେ ବିଶ୍ୱବିଦ୍ୟାଳୟରେ ଶାନ୍ତି ଫେରାଇ ଆଣିବାକୁ ଡିନ୍‌ କେ.କେ. ରାଉତ ଓ ଆକ୍ରମଣର ଶିକାର ଛାତ୍ରଙ୍କ ଅଭିଭାବକଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ସେଠାରେ ଥାନା ଅଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।  ସାଢେ ୪ଟାରେ ସମ୍ପୃକ୍ତ ସିନିୟର ଛାତ୍ରଙ୍କ ସମର୍ଥକମାନେ ପହଞ୍ଚତ୍ ସେଠାରେ ହୋହଲ୍ଲା କରିଥିଲେ। କ୍ୟାମ୍ପସ ବାହାରକୁ ଆସିଲେ ଦେଖିଦେବୁ ବୋଲି ଧମକ ଦେଇ ଚାଲିଯାଇଥିଲେ। ଏପରିସ୍ଥଳେ ଅଭିଭାବକମାନେ ଅତ୍ୟନ୍ତ ଭୟଭୀତ ହୋଇପଡିବା ସହ ସେମାନଙ୍କ ପିଲାଙ୍କୁ ନେଇ ବେଶ୍‌ ଚିନ୍ତିତ ହୋଇପଡିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଯୁକ୍ତମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିବା ସହ ପୋଲିସ ଆବଶ୍ୟକ ସୁରକ୍ଷା ଯୋଗାଇ ଦେଉ ବୋଲି କହିଛନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ଓ ସୁରକ୍ଷା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ  ଲିଖିତ ପ୍ରତିଶ୍ରୁତି ନ ଦେବାରୁ ଅଭିଭାବକମାନେ ସନ୍ଧ୍ୟାରେ ଖଣ୍ଡଗିରି ଥାନାରେ ପହଞ୍ଚତ୍ ଆଲୋଚନା କରିଥିବା ଜଣାପଡ଼ିଛି।

ଖଣ୍ଡଗିରି ଥାନାଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, ର଼୍ୟାଗିଂ ଅଭିଯୋଗ ହେବା ପରେ  ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିଲା। ତେବେ ସିସିଟିଭି ଫୁଟେଜକୁ ନେଇ ତଦନ୍ତ ଚାଲିଛି। ସମ୍ପୃକ୍ତ ଛାତ୍ରମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri