Posted inଖେଳ

ଓ୍ବାଲର୍‌ଡ ଲିଗ୍ସ ଫୋରମରେ ଆଇଏସଏଲ ସାମିଲ

ନୂଆଦିଲ୍ଲୀ, ୨୩।୭(ପି.ଟି.)-  ସମ୍ମାନଜନକ ଓ୍ବାଲର୍‌ଡ ଲିଗ୍ସ ଫୋରମ(ଡବ୍ଲ୍ୟୁଏଲଏଫ)ରେ ସାମିଲ ହୋଇଛି ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)। ପ୍ରିମିୟର ଲିଗ୍‌, ଲା ଲିଗା ଓ ବୁନ୍ଦେସଲିଗାପରି ପ୍ରଫେଶନାଲ ଫୁଟବଲ ଲିଗ୍‌ କ୍ଲବ ଗୁଡ଼ିକ ଏଥିରେ ପୂର୍ବରୁ ରହିଛନ୍ତି। ଦକ୍ଷିଣ ଏସିଆର ପ୍ରଥମ ଏବଂ ଏସିଆର ୭ମ ଲିଗ୍‌ଭାବେ ଆଇଏସଏଲ ଡବ୍ଲ୍ୟୁଏଲଏଫରେ ସାମିଲ ହୋଇଛି ବୋଲି ପ୍ରକାଶ କରାଯାଇଛି। ବର୍ତ୍ତମାନ ଡବ୍ଲ୍ୟୁଏଲଏଫରେ ୫ ମହାଦେଶର ପାଖାପାଖି ୧୨୦୦ କ୍ଲବ ସାମିଲ ଅଛନ୍ତି। ଏହା ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ସହିତ ମିଳିତଭାବେ ପ୍ରଫେଶନାଲ ଫୁଟବଲର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଓ୍ବାଲର୍‌ଡ ଲିଗ୍‌ ଫୋରମ ଟେବୁଲରେ ସ୍ଥାନ ପାଇବା ଏକ ବଡ଼ ସମ୍ମାନ ବୋଲି ଆଇଏସଏଲ ଆୟୋଜକ ଫୁଟବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡର ପ୍ରତିଷ୍ଠାତା ତଥା ଚେୟାରପର୍ଶନ ନୀତା ଅମ୍ବାନୀ ପ୍ରକାଶ କରିଛନ୍ତି। ”ଡବ୍ଲ୍ୟୁଏଲଏଫର ସ୍ବୀକୃତି ବିଶ୍ୱସ୍ତରରେ ଭାରତୀୟ ଫୁଟବଲର ଉତ୍‌ଥାନକୁ ସୂଚାଉଛି। ଏଥିରେ ଆଇଏସଏଲର ବଡ଼ ଭୂମିକା ରହିଛି। ଆମେ ଡବ୍ଲ୍ୟୁଏଲଏଫ ସହ ମିଳିତଭାବେ କାର୍ଯ୍ୟ କରି ବିଶ୍ୱରେ ଏହି କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରିବୁ“ ବୋଲି ସେ କହିଛନ୍ତି। ”ପ୍ରଫେଶନାଲ ଫୁଟବଲ ପରିବାରକୁ ଆଇଏସଏଲକୁ ସ୍ବାଗତ କରି ଆମେ ଖୁବ୍‌ ଆନନ୍ଦିତ। ନିକଟ ଅତୀତରେ ଆଇଏସଏଲ ଅନେକ ସଫଳତା ପାଇଛି। ଏହା ଏବେ ସେହି ଅଞ୍ଚଳରେ ଏକ ବଡ଼ ଲିଗ୍‌ରେ ପରିଣତ ହୋଇଛି“ ବୋଲି ଓ୍ବାଲର୍‌ଡ ଲିଗ୍ସ ଫୋରମର ସାଧାରଣ ସମ୍ପାଦକ ଜେରୋମି ପେର୍ଲେମୁଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ମହିଳା ଏସିଆ କପ୍ ୨୦୨୬: ଇତିହାସ ରଚିଲେ ସ୍ମୃତି ମନ୍ଧାନା, ୨ୟ ସର୍ବାଧିକ…

ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍‌ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍‌ରେ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri