Posted inଖେଳ

ଓ୍ବାଲର୍‌ଡ ଲିଗ୍ସ ଫୋରମରେ ଆଇଏସଏଲ ସାମିଲ

ନୂଆଦିଲ୍ଲୀ, ୨୩।୭(ପି.ଟି.)-  ସମ୍ମାନଜନକ ଓ୍ବାଲର୍‌ଡ ଲିଗ୍ସ ଫୋରମ(ଡବ୍ଲ୍ୟୁଏଲଏଫ)ରେ ସାମିଲ ହୋଇଛି ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)। ପ୍ରିମିୟର ଲିଗ୍‌, ଲା ଲିଗା ଓ ବୁନ୍ଦେସଲିଗାପରି ପ୍ରଫେଶନାଲ ଫୁଟବଲ ଲିଗ୍‌ କ୍ଲବ ଗୁଡ଼ିକ ଏଥିରେ ପୂର୍ବରୁ ରହିଛନ୍ତି। ଦକ୍ଷିଣ ଏସିଆର ପ୍ରଥମ ଏବଂ ଏସିଆର ୭ମ ଲିଗ୍‌ଭାବେ ଆଇଏସଏଲ ଡବ୍ଲ୍ୟୁଏଲଏଫରେ ସାମିଲ ହୋଇଛି ବୋଲି ପ୍ରକାଶ କରାଯାଇଛି। ବର୍ତ୍ତମାନ ଡବ୍ଲ୍ୟୁଏଲଏଫରେ ୫ ମହାଦେଶର ପାଖାପାଖି ୧୨୦୦ କ୍ଲବ ସାମିଲ ଅଛନ୍ତି। ଏହା ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ସହିତ ମିଳିତଭାବେ ପ୍ରଫେଶନାଲ ଫୁଟବଲର ଉନ୍ନତି ପାଇଁ କାର୍ଯ୍ୟ କରୁଛି। ଓ୍ବାଲର୍‌ଡ ଲିଗ୍‌ ଫୋରମ ଟେବୁଲରେ ସ୍ଥାନ ପାଇବା ଏକ ବଡ଼ ସମ୍ମାନ ବୋଲି ଆଇଏସଏଲ ଆୟୋଜକ ଫୁଟବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡର ପ୍ରତିଷ୍ଠାତା ତଥା ଚେୟାରପର୍ଶନ ନୀତା ଅମ୍ବାନୀ ପ୍ରକାଶ କରିଛନ୍ତି। ”ଡବ୍ଲ୍ୟୁଏଲଏଫର ସ୍ବୀକୃତି ବିଶ୍ୱସ୍ତରରେ ଭାରତୀୟ ଫୁଟବଲର ଉତ୍‌ଥାନକୁ ସୂଚାଉଛି। ଏଥିରେ ଆଇଏସଏଲର ବଡ଼ ଭୂମିକା ରହିଛି। ଆମେ ଡବ୍ଲ୍ୟୁଏଲଏଫ ସହ ମିଳିତଭାବେ କାର୍ଯ୍ୟ କରି ବିଶ୍ୱରେ ଏହି କ୍ରୀଡ଼ାର ଉନ୍ନତି ପାଇଁ କାର୍ଯ୍ୟ କରିବୁ“ ବୋଲି ସେ କହିଛନ୍ତି। ”ପ୍ରଫେଶନାଲ ଫୁଟବଲ ପରିବାରକୁ ଆଇଏସଏଲକୁ ସ୍ବାଗତ କରି ଆମେ ଖୁବ୍‌ ଆନନ୍ଦିତ। ନିକଟ ଅତୀତରେ ଆଇଏସଏଲ ଅନେକ ସଫଳତା ପାଇଛି। ଏହା ଏବେ ସେହି ଅଞ୍ଚଳରେ ଏକ ବଡ଼ ଲିଗ୍‌ରେ ପରିଣତ ହୋଇଛି“ ବୋଲି ଓ୍ବାଲର୍‌ଡ ଲିଗ୍ସ ଫୋରମର ସାଧାରଣ ସମ୍ପାଦକ ଜେରୋମି ପେର୍ଲେମୁଟର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri