ଓଳିଏ ଖାଇଲେ ଓଳିଏ ଉପାସ

ନୀଳଗିରି, ୧୩।୩(ଡି.ଏନ.ଏ.)-ସର୍ବହରା ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଥିଲେ ହେଁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଜଣାପଡିଛି। ନୀଳଗିରି ଏନଏସିର କେ.ସି. ହାଇସ୍କୁଲ ପଡ଼ିଆ ସଂଲଗ୍ନ ଖୋଲା ପେଣ୍ଡାଲରେ ଜୀବନ ବିତାଉଥିବା ବୃଦ୍ଧ ଦମ୍ପତି ଏହାର ଉଦାହରଣ। ଉଭୟେ ଗୁରୁଣ୍ଡି ଗୁରୁଣ୍ଡି ଭିକ୍ଷାବୃତ୍ତି କରି ଯାହା ମିଳୁଛି ସେଥିରେ ଓଳିଏ ଖାଇଲେ ଅନ୍ୟ ବେଳାକୁ ନିଅଣ୍ଟ। ଭୋକ ଉପାସରେ ସେମାନଙ୍କ ଜୀବନ ବିତୁଛି। ଏମାନଙ୍କୁ ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା, ନା ମିଳିଛି ରାଶନକାର୍ଡ଼। ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ନାହିଁ। ଏହି ଦମ୍ପତି ହେଲେ ସୁବାସ ଜେନା (୭୫) ଓ ତାଙ୍କ ସ୍ତ୍ରୀ ମମତା।
ବାଲେଶ୍ୱର ନୂଆବଜାରରେ ସୁବାସଙ୍କ ଜନ୍ମ। ଛୋଟ ବେଳୁ ସେ ମା’ଙ୍କୁ ହରାଇଥିଲେ। ୧୨ବର୍ଷ ବୟସ ହେବା ବେଳକୁ ସେ ବାପଛେଉଣ୍ଡ ହୋଇଗଲେ। ନାବାଳକ ଅବସ୍ଥାରେ ଖନ୍ତାପଡ଼ା ବଜାରରେ ଜଣଙ୍କ ଘରେ ରହି କାମ କରି ପେଟ ପୋଷୁଥିଲେ। ପରେ ରେମୁଣା ବ୍ଲକ ଅଧୀନ ବରୁଣସିଂ ପଞ୍ଚାୟତ ରାଜସ୍ବ ଗାଁରେ ଥିବା ଏକ ଗୋଚର ଜମିରେ କଚାଘର ତିଆରି କରି ସେ ରହିଆସୁଥିଲେ। ପ୍ରଥମ ପନତ୍ୀ ଦୁଇ ଝିଅଙ୍କୁ ଜନ୍ମ ଦେଇ ମୃତ୍ୟୁବରଣ କରିବା ପରେ ମମତାଙ୍କୁ ସୁବାସ ଦ୍ୱିତୀୟ ବିବାହ କରିଥିଲେ। ଦୁଇ ଝିଅଙ୍କୁ ମଧ୍ୟ ବିବାହ କରିଦେଇଥିଲେ। ବରୁଣସିଂ ପଞ୍ଚାୟତରେ ଥିବାବେଳେ ତାଙ୍କୁ ରାଶନ କାର୍ଡ଼ ମିଳିଥିଲା। ସେହି କାର୍ଡ଼ରେ ସେ ୫ କିଲୋ ଚାଉଳ ପାଉଥିଲେ। ପରଘରେ ସେ କାମ କରି ଚଳି ଯାଉଥିଲେ। କିଛି ଦିନ ଚାଉଳ ପାଇବା ପରେ ରାଶନ କାର୍ଡ଼ରେ ଆଉ ଚାଉଳ ମିଳି ନ ଥିଲା। ସରକାରୀ ଯୋଜନାରେ ସହାୟତା ପାଇବା ପାଇଁ ସେ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ପ୍ରଶାସନଙ୍କ ନିକଟରେ ଗୁହାରି କରି ମଧ୍ୟ କିଛି ସୁଫଳ ପାଇ ନ ଥିଲେ। ଗତ ୩ବର୍ଷ ତଳେ ସୁବାସ ବାଲେଶ୍ୱର ସହରକୁ ରାବଣ ପୋଡ଼ି ଦେଖିବାକୁ ଯାଇଥିଲେ। ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗିଯିବାରୁ ଆଉ କାମ ଧନ୍ଦା କରି ପାରି ନ ଥିଲେ। ଗୋଚର ଜମିରେ ଘର କରିଥିବାରୁ ବରୁଣସିଂ ଗାଁ ଲୋକ ସେଠାରେ ରହିବାକୁ ଦେଇ ନ ଥିଲେ। ବାସହରା ହୋଇ ସୁବାସ ବାଲେଶ୍ୱର ରେଲୱେ ଷ୍ଟେଶନରେ ଯାଇ ଆଶ୍ରୟ ନେଇ ଭିକ୍ଷାବୃତ୍ତି କରି ପେଟ ପୋଷୁଥିଲେ। ସେଠାରେ ୨ରୁ ୩ବର୍ଷ ରହିବା ପରେ ଜିଆରପି ପୋଲିସ ରହିବାକୁ ନ ଦେବାରୁ ନୀଳଗିରି ରୋଡ଼ ରେଲୱେ ଷ୍ଟେଶନରେ ଆସି ଆଶ୍ରୟ ନେଇଥିଲେ। ୬ମାସ ପରେ ପୁନଃ ରେଲୱେ କର୍ମଚାରୀ ଅନୁରୂପ ଭାବେ କରିବାରୁ ଶେରଗଡ଼ ବଜାର ଦୋକାନୀଙ୍କ ଗୁମୁଟି ତଳେ ସେ ଭୋକ ଉପାସରେ ରାତି ବିତାଉଥିଲେ। ୬ମାସ ହେବ ନୀଳଗିରି ସହରରେ ରହି ଆସୁଛନ୍ତି। ଚାଲି ପାରୁ ନ ଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଭିକ୍ଷାବୃତ୍ତି କରୁଛନ୍ତି। ଖରା, ବର୍ଷା, ଶୀତ କାକରରେ ସେ ପଡି ରହିଛନ୍ତି। କିଛି ଦିନ ହେବ ସ୍ତ୍ରୀ ମମତା ରୋଗରେ ପୀଡ଼ିତ ଥିଲେ ମଧ୍ୟ ଚିକିତ୍ସା କରାଯାଇପାରୁନାହିଁ। ଏ ସମ୍ପର୍କରେ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରତନ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ଆମ ଅଫିସ ତରଫରୁ ସେମିତି ବ୍ୟବସ୍ଥା ନାହିଁ। ହେଲେ ବୃଦ୍ଧାଶ୍ରମରେ ରହିବା ନିମନ୍ତେ ପ୍ରୟାସ କରିବୁ ବୋଲି କହିଥିଲେ। ଉପଜିଲାପାଳ ହରିଚନ୍ଦ୍ର ଜେନାଙ୍କୁ ପଚାରିବାରେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?