ଓଭରବ୍ରିଜ୍‌ ଉପରେ ଧକ୍କା ଦେଲା ଟ୍ରକ ୩୦ ଫୁଟ ତଳକୁ ଖସି ବାପ, ପୁଅ ମୃତ

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ଓଭରବ୍ରିଜ୍‌ ପାଲଟିଛି ଡେଥ୍‌ ଜୋନ୍‌। ଦୁର୍ଘଟଣା ନେଉଛି ବହୁ ଜୀବନ। ସୋମବାର ସକାଳେ ଶହୀଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାର ଛକ ନିକଟ ଓଭରବ୍ରିଜ ଉପରେ ଆଉ ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଧକ୍କାରେ ସ୍କୁଟିରେ ଯାଉଥିବା ବାପା ଓ ପୁଅ ଓଭରବ୍ରିଜର ୩୦ଫୁଟ ତଳକୁ ଖସିପଡ଼ିବାରୁ ସେମାନଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ୍‌ ମଦନପୁର ଗ୍ରାମର ଗଙ୍ଗାଧର ମହାରଣା(୫୫) ଓ ପୁଅ ଲକ୍ଷ୍ମଣ ମହାରଣା(୨୫)। ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରି କେସ୍‌ ନଂ.୨୩୫/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ବାପା ଗଙ୍ଗାଧରଙ୍କ ଦେହ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ପୁଅ ଲକ୍ଷ୍ମଣ ଏକ ସ୍କୁଟି(ଓଡି-୨୫ଏଚ୍‌-୬୪୬୦)ରେ ବସାଇ ନୟାଗଡରୁ ସକାଳୁ ବାହାରିଥିଲେ। ସେମାନେ କଟକ ବଡ଼ ମେଡିକାଲକୁ ଯାଇଥାନ୍ତେ। ସକାଳ ପ୍ରାୟ ୯ଟାରେ ସେମାନେ ଆଚାର୍ଯ୍ୟ ବିହାର ଛକ ଉପର ଓଭରବ୍ରିଜ୍‌ ଦେଇ ଯାଉଥିବାବେଳେ ପଛରୁ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇ ପଳାଇଥିବା କୁହାଯାଉଛି। ଫଳରେ ଉଭୟ ଗଙ୍ଗାଧର ଓ ଲକ୍ଷ୍ମଣ ସ୍କୁଟିରୁ ଛିଟିକି ଓଭରବ୍ରିଜ୍‌ରୁ ତଳକୁ ଖସି ପଡିଥିଲେ। ଘଟଣାସ୍ଥଳରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ। ପୋଲିସ ଲକ୍ଷ୍ମଣଙ୍କୁ ପିସିଆର ଭ୍ୟାନରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଜଟିଳହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସପ୍ତାହ ମଧ୍ୟରେ ଓଭରବ୍ରିଜ୍‌ରେ ଗଲାଣି ୫ ଜୀବନ
ହଂସପାଳ ଛକରୁ ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଗତ ସପ୍ତାହ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟି ୫ଜଣଙ୍କ ମୃତ୍ୟୁ ଘଟିଛି। ଇସ୍କନ ମନ୍ଦିର ସମ୍ମୁଖ ଓଭରବ୍ରିଜରେ ବାଉଁଶ ବୋଝେଇ ଟ୍ରକ୍‌ ପଛରେ ଏକ ଟ୍ୟାଙ୍କର ପିଟି ହୋଇ ଜଣଙ୍କର ମୃତୁ ଘଟିଥିଲା। ଟ୍ୟାଙ୍କର ଡ୍ରାଇଭର ପେଟରେ ବାଉଁଶ ପଶି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଯାଇଥିଲା। ବରମୁଣ୍ଡା କାଳୀ ମନ୍ଦିର ନିକଟ ଜାତୀୟ ରାଜପଥରେ ସ୍କୁଟିରେ ଯାଉଥିବା ୩ ଛାତ୍ରଙ୍କ ଉପରେ ଟ୍ରକ୍‌ ଚଢ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓଭରବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏବେ ଲୋକେ ଏହା ଉପର ଦେଇ ଯାତାୟାତ କରିବାକୁ ଭୟ କଲେଣି।
ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ ପାଇଁ କମିଶନରଙ୍କ ନିର୍ଦ୍ଦେଶ
ଟୁଇନ ସିଟି ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ବଢିବା ସହ ଅକାଳରେ ଅନେକ ଜୀବନ ଚାଲିଯାଉଛି। ସପ୍ତାହକ ଭିତରେ ଭୁବନେଶ୍ୱରରେ ୫ଜଣଙ୍କ ଜୀବନ ଯିବା ପରେ କମିଶନରେଟ ପୋଲିସର ଚେତା ପଶିଛି। ଦୁର୍ଘଟଣା ରୋକିବା ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, କଟକ ଭୁବନେଶ୍ୱରର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନକୁ ‘ବ୍ଲାକ୍‌ ସ୍ପଟ’ ଭାବେ ଚିହ୍ନଟ କରାଯିବ। ତୁରନ୍ତ ସେଠାରେ ସ୍ପିଡ୍‌ ବ୍ରେକର ଓ ବ୍ୟାରିକେଡ୍‌ ବ୍ୟବସ୍ଥା କରିବା ପାଇଁ ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାସ୍ତାରେ ଗାଡିମୋଟରର ବେଗ କମାଇବା ପାଇଁ ସ୍ପିଡ୍‌ ଇଣ୍ଟରସେପ୍ଟର ଭ୍ୟାନ ପ୍ୟାଟ୍ରୋଲିଂ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri