ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଏହି ଉତ୍ସବ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର ରତ୍ନ ସିଂହାସନରେ ଶ୍ରୀରାମଙ୍କ ଧନୁ ଭଗ୍ନ ସହିତ ଜାନକୀ ବେନି ହସ୍ତରେ ବରଣମାଳା ଧରି ଦଣ୍ଡାୟମାନ ହୋଇଥିବା କମନୀୟ ଓ ଭାବଭରା ଦୃଶ୍ୟ ଭକ୍ତଙ୍କୁ ବିଭୋର କରିଥିଲା । ସନ୍ଧ୍ୟା ଆଳତି ଅବସରରେ ମନ୍ଦିର ଦୁଆର ଖୋଲିବା ପରେ ଜନକ ଦରବାରରେ ଧନୁଭଗ୍ନ ବେଶରେ ପ୍ରଭୁ ଶ୍ରୀରାମ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଦକ୍ଷିଣ ଦ୍ୱାରସ୍ଥିତ ଝୁଲଣ ମଣ୍ଡପରେ ଶ୍ରୀଜୀଉଙ୍କ ରାଜକୀୟ ଢଙ୍ଗରେ ବୈଦିକ ରୀତିରେ ବିବାହ ଉତ୍ସବ ନିମନ୍ତେ ପ୍ରସ୍ତୁତି ଚାଲିଥିଲା । ମହାରାଜା ଜନକଙ୍କ ଦରବାରରେ ଧନୁ ଭଗ୍ନ ପରେ ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ସର୍ବ ଦେବଦେବୀ, ବିଜେ ରାଧାକାନ୍ତଜୀଉଙ୍କ ସମେତ ପ୍ରଶାସନିକ ଅଧିକାରୀ, ପୂଜକ ପରିଷଦ ଓ ସେବାୟତଙ୍କ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ମନ୍ଦିର ସିଂହଦ୍ୱାର ଦେଇ ପଟୁଆରରେ ବାହାରିଥିଲେ ା ବରଯାତ୍ରୀ ବାଣ, ରୋଶଣୀ, ନୃତ୍ୟସଙ୍ଗୀତ ସହିତ ଗ୍ରାମ ପରିକ୍ରମ କରି ସୁସଜ୍ଜିତ ବିବାହ ମଣ୍ଡପ ନିକଟରେ ପହଞ୍ଚତ୍ଥିଲେ । ସେଠାରେ ଶ୍ରୀଜୀଉଙ୍କ ବରଯାତ୍ରୀଙ୍କୁ ଅପେକ୍ଷା କରିଥିବା ଜନକନନ୍ଦିନୀ ଜାନକୀଙ୍କ କନ୍ୟାଯାତ୍ରୀ ଦଳରେ ବିଜେ ପ୍ରଭୁ ରାମେଶ୍ୱର, ବେଦଜ୍ଞ ପଣ୍ଡିତ, ପୂଜକ, ସେବାୟତ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସମ୍ମାନର ସହିତ ଜ୍ୱାଇଁପୁଅ ଶ୍ରୀରାମଙ୍କୁ ବାଟବରଣ କରି ବିବାହମଣ୍ଡପକୁ ପାଛୋଟି ନେଇଥିଲେ । ବେଦଜ୍ଞ ପଣ୍ଡିତଙ୍କ ଦ୍ୱାରା ମନ୍ତ୍ର ପାଠ ସହ ବୈଦିକ ରୀତିରେ ଶ୍ରୀରାମଚନ୍ଦ୍ର ଓ ସୀତାଦେବୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା । ବରଯାତ୍ରୀ ଓ କନ୍ୟାଯାତ୍ରାରେ ସାମିଲ ଥିବା ସମସ୍ତ ଅତିଥିଙ୍କୁ ପ୍ରଶାସନ ତରଫରୁ ପ୍ରସାଦ ଆଦି ଆତିଥେୟତା ପ୍ରଦାନ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବ ଦର୍ଶନ କରିବା ନିମନ୍ତେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଷଷ୍ଠ ଦିବସ ଅବସରରେ ପିତୃସତ୍ୟ ପାଳନ ଉଦ୍ଦେଶ୍ୟରେ ବନଗମନ କରୁଥିବା ଦୃଶ୍ୟରେ ଭଗବାନ ଶ୍ରୀରାମଙ୍କୁ ଭକ୍ତମାନେ ଶୁକ୍ରବାର ଦର୍ଶନ କରିବେ । ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହିତ ପୂଜକ ପରିଷଦର କର୍ମକର୍ତ୍ତା ଓ ମନ୍ଦିର ପରିଚ୍ଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?