ଏ ସବୁ ସମସ୍ୟାରୁ ମୁକ୍ତିଦିଏ କର୍ପୂରତେଲ

ଘରେ ବିଭିନ୍ନ ପୂଜାପାର୍ବଣ ବା ଆଳତି ସମୟରେ କର୍ପୂରର ବ୍ୟବହାର କରାଯାଇଥାଏ। ଏହା ପରେ ମଧ୍ୟ କର୍ପୂରକୁ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ। ଏଥିରୁ ଆଣ୍ଟିବାୟୋଟିକ୍‌ ଓ ଆଣ୍ଟି ଫଙ୍ଗାଲ ଗୁଣ ମିଳିଥାଏ। ଏହା ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ବ୍ୟବହାର କରାଯାଏ। ତେବେ ଉଭୟ କର୍ପୂର ଓ କର୍ପୂରତେଲ ଅନେକ କାର୍ଯ୍ୟରେ ଲାଗିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ।

-କର୍ପୂରତେଲକୁ ମୁହଁରେ ଲଗାଇଲେ ବ୍ରଣ ସହ କଳାଦାଗ ସମସ୍ୟା ଦୂରହୋଇଥାଏ। ଏହାକୁ କପାଳରେ ଲଗାଇ ମାଲିସ କଲେ ଚିନ୍ତାରୁ ମୁକ୍ତି ମିଳିଥାଏ।

– ଏହି ତେଲକୁ କେଶରେ ଲଗାଇବା ଫଳରେ କେଶ ଝଡ଼ିବା, ରୁପି ଓ ଚନ୍ଦାପଣ ସମସ୍ୟା ଦୂରହୋଇଥାଏ। ମୁହଁ ସଫା କରିବାର ଏକଘଣ୍ଟା ପୂର୍ବରୁ ଏହାକୁ ଦହିରେ ମିଶାଇ ଲଗାଇ ଧୋଇଦିଅନ୍ତୁ। କେଶ ସମସ୍ୟା ଦୂରହେବ।

– ଗରମପାଣିରେ ଅଳ୍ପ କର୍ପୂରତେଲ ମିଶାଇ ସେଥିରେ ପାଦ ବୁଡ଼ାଇଲେ ଗୋଡ଼ ଫଟା ସମସ୍ୟାରୁ ମୁକ୍ତି ମିଳିଥାଏ।

-ଶରୀରରେ କଟାଦାଗ କି କଳାଦାଗ ଯଦି ରହିଥାଏ ତେବେ କର୍ପୂରତେଲ ଲଗାଇବା ଫଳରେ ତାହା ଦୂରହୋଇଥାଏ।

-ଏହାକୁ ଶରୀରରେ ମାଲିସ କରିବା ଫଳରେ ଦରଜ କମିଥାଏ।

ଏହି ତେଲ ବଜାରରେ ଉପଲବ୍ଧ ହେଉଥିଲେ ମଧ୍ୟ ଏହାକୁ ଘରେ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଅଳ୍ପ ନଡ଼ିଆ ତେଲରେ କର୍ପୂରଗୁଣ୍ଡ ମିଶାଇ ଏକ ବନ୍ଦ ପାତ୍ରରେ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri