ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି..

”ଏ ତ ଟ୍ରେଲର, ପୂରା ଫିଲ୍ମ ତ ବାକି ଅଛି। ନା ମୁଁ ତୋତେ କେବେ ମା’ ବନିବାର ସୁଯୋଗ ଦେବି ନା କେବେ ଭଲ ସ୍ତ୍ରୀର ମାନ୍ୟତା ଦେବି। ତୁ ଭଲ ବୋହୂ ହୋଇପାରିବୁନି କି କେବେ କାହାର ଭଲ ଭଉଣୀ ହୋଇପାରିବୁନି। ନାରୀ ଜନ୍ମର ସାର୍ଥକତା ହେବ ତୋ ପାଇଁ ସାତ ସପନ। ପ୍ରତି ମୁହୂର୍ତ୍ତରେ ନିଜ ଭାଗ୍ୟକୁ ଘୃଣା କରିବୁ ଆଉ ଭାବିବୁ ତୁ ଏ ଧରାପୃଷ୍ଠରେ ଭଗବାନଙ୍କର ଗୋଟିଏ ଅଭିଶାପ।“ ଏପରି ଏକ ଛାତିଥରା ଡାଏଲଗ୍‌ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ଅପେରା ଜଗତରେ ସେ ଚଳିତ ସିଜନରେ ପାଦ ଦେଇଛନ୍ତି। ହେଲେ ପ୍ରଥମ ନାଟକରୁ ହିଁ ସେ ନିଜର ଦମ୍‌ ଦେଖାଇ ସାଉଁଟି ଚାଲିଛନ୍ତି ଯାତ୍ରାପ୍ରେମୀଙ୍କ ପ୍ରଶଂସା। ଏହି ଅଭିନେତା ଜଣକ ହେଲେ ସନ୍ଦୀପ କୁମାର ଦାସ ଏବଂ ନାଟକଟି ହେଲା ଅନ୍ୟତମ ଅଗ୍ରଣୀ ଅପେରା ପାର୍ଟି ବାଘାଯତୀନ ଲୋକନାଟ୍ୟ ଦ୍ୱାରା ଚଳିତ ଯାତ୍ରା ସିଜନରେ ପରିବେଷିତ ତଥା ଅରୁଣ ନାୟକଙ୍କ ରଚିତ ଏବଂ ମହେଶ ହାଜରାଙ୍କ ନିର୍ଦ୍ଦେଶିତ ‘ସୀତାର ଜଳୁଛି ଚିତା’। ଏହି ନାଟକରେ ସନ୍ଦୀପ ଏକ ଦମଦାର ନେଗେଟିଭ ଚରିତ୍ର (ମୃଗେଶ ମାନସିଂ)ରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଅପେରା ପାର୍ଟିରେ ଏଣ୍ଟ୍ରି କରିବା ପଛରେ ନିର୍ଦ୍ଦେଶକ ମହେଶଙ୍କ ଭୂମିକାକୁ ସର୍ବାଗ୍ରେ ସ୍ମରଣ କରନ୍ତି ସେ। ‘ଅପେରା ଜଗତର ଆଗଧାଡିର ସ୍ବରକାର ତାପସ ଦାସ (ଟିଟନ)ଙ୍କ ଆକ୍ଟିଂ ଇନଷ୍ଟିଚ୍ୟୁଟ୍‌ ‘ତପସ୍ୟା’ରୁ ପାସ୍‌ କରିବା ପରେ ମୋତେ ସିଧାସଳଖ ଏହି ସୁଯୋଗ ମିଳିଛି। ଏଥିପାଇଁ ଟିଟନ ସାର୍‌, ମହେଶ ସାର୍‌, ନିର୍ଦ୍ଦେଶକ ଆଶୁତୋଷ ସାର୍‌ (ମହାପାତ୍ର) ଏବଂ ଗୁରୁ ପ୍ରଣୟ ସାହୁଙ୍କ ପ୍ରେରଣାକୁ ମୁଁ କଦାପି ଭୁଲି ପାରିବି ନାହିଁ। ଆଉ ଏକ ସଂଯୋଗ-ମୁଁ ବାଘାଯତୀନ ଲୋକନାଟ୍ୟର ଅନେକ ନାଟକ ଦେଖିଛି। ପୁଣି ସେହି ପାର୍ଟିରୁ ମୁଁ ମୋର ଅପେରା କ୍ୟାରିୟର ଆରମ୍ଭ କରୁଛି। ’ ବାଲେଶ୍ୱର ଜିଲା ଖନ୍ତାପଡା ଅନ୍ତର୍ଗତ ପଦାଗଁା ଗ୍ରାମରେ ଜନ୍ମିତ (ମା-ଗୀତାଞ୍ଜଳି ଦାସ, ବାପା-କ୍ଷିତିଶ କୁମାର ଦାସ) ତଥା ଏମବିଏ ଡିଗ୍ରୀ ହାସଲ କରିଥିବା ସନ୍ଦୀପଙ୍କ ଆଗରେ ଲମ୍ବା ଆକ୍ଟିଂ କ୍ୟାରିୟର। ନିଜ ଫିଗର ଅନୁସାରେ ନେଗେଟିଭ ରୋଲକୁ ପ୍ରାଥମିକତା ଦେବି ବୋଲି କହନ୍ତି ଅପେରା ଜଗତର ଏହି ଲମ୍ବା ରେସ୍‌ର ଘୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri