Posted inଖେଳ

ଏହି ଭାରତୀୟ ଖେଳାଳିଙ୍କୁ ‘ଗୋରା’ କରି ଇଂରେଜମାନେ ନିଜ ଦଳରେ ଖେଳାଇବାକୁ ଚାହୁଁଥିଲେ

ମୁମ୍ବାଇର ଏକ ଧନୀ ପରିବାରରେ ୧୨ ଅକ୍ଟୋବର ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କ୍ରିକେଟର ବିଜୟ ମର୍ଚ୍ଚାଣ୍ଟ। ପିଲାଦିନେ ତାଙ୍କ ଘରେ ନାଁ ଦେଇଥିଲେ ବିଜୟ ଠାକ୍‌ରେ। କିନ୍ତୁ ସ୍କୁଲରେ ପଢ଼ିବାବେଳେ ତାଙ୍କ ନାଁ ଠାକ୍‌ରେରୁ ମର୍ଚ୍ଚାଣ୍ଟ କରାଯାଇଥିଲା। ତାଙ୍କୁ ଭାରତ ବ୍ରାଡ୍‌ମ୍ୟାନ୍‌ କୁହାଯାଉଥିଲା। ବୋଲର୍‌ମାନେ ତାଙ୍କୁ ବୋଲିଂ କରିବାକୁ ଭୟ କରୁଥିଲେ। ଇଂଲଣ୍ଡ ବିପକ୍ଷରେ ସେ ନିଜ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଆରମ୍ଭ କରିଥିଲେ। ମର୍ଚ୍ଚାଣ୍ଟ ଭାରତ ପାଇଁ ମାତ୍ର ୧୦ଟି ଟେଷ୍ଟ ଖେଳି ୪୭.୭୨ ହାରରେ ମୋଟ ୮୫୯ ରନ୍‌ କରିଥିଲେ। ସେଥିରେ ୩ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ଥିଲା। ଇଂଲଣ୍ଡ ଦଳ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଥିବାବେଳେ ମର୍ଚ୍ଚାଣ୍ଟଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ସେତେବେଳେ ସ୍ବାଧୀନତା ପାଇଁ ଲଢୁଥିବା ମହାତ୍ମା ଗାନ୍ଧୀଙ୍କ ସମେତ ଅନେକ ସଂଗ୍ରାମୀଙ୍କୁ ଇଂରେଜମାନେ ଜେଲରେ ଭର୍ତ୍ତି କରିଦେଇଥିଲେ। ଏହାକୁ ବିରୋଧ କରି ବିଜୟ ମର୍ଚ୍ଚାଣ୍ଟ ଇଂଲଣ୍ଡ ଦଳ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲେ। ଏହାର ୪ ବର୍ଷ ପରେ ଅର୍ଥାତ୍‌ ୧୯୩୩-୩୪ରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇଥିବାବେଳେ ମର୍ଚ୍ଚାଣ୍ଟ ଟିମ୍‌ ସହ ଯାଇଥିଲେ। ମାତ୍ର ୨୨ ବର୍ଷ ବୟସରେ ସେ ଦଳ ପାଇଁ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଜୀବନର ଦ୍ୱିତୀୟ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରରେ ଶତକ ଅର୍ଜନ କରିଥିଲେ। ବିଜୟଙ୍କ ଏହି ବିଜୟ ଦେଖି ଇଂଲଣ୍ଡ କ୍ରିକେଟର ସିବି ଫ୍ରାଇ କହିଥିଲେ, ଚାଲ ବିଜୟଙ୍କ ରଙ୍ଗ ବଦଳାଇ ତାଙ୍କୁ ଇଂଲଣ୍ଡ ଦଳକୁ ନେଇଆସିବା।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ସୁନାମି ଆସିବା ୪୫ ମିନିଟ୍‌ ପୂର୍ବରୁ ମିଳିବ ସତର୍କ ସୂଚନା, ମହାକାଳପଡ଼ାର ୧୮ ଗାଁରେ ଆଲର୍ଟ ଟାୱାର

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ୧୮ ଗାଁରେ ସ୍ଥାପନ ହୋଇଛି ସୁନାମି ଆଲର୍ଟ ଟାୱାର । ବ୍ଲକର ତନ୍ତିଆପାଳ, ଶାସନ,…

ପାକିସ୍ତାନକୁ ବହୁ ପଛରେ ପକାଇଲା ଭାରତ, ରଖିଛି ଏତିକିଟିି ଏସିଆ କପ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୧୫।୯: ଏସିଆ କପରେ ଭାରତର ଆଧିପତ୍ୟ କେବଳ ପୁରୁଷ ଦଳ ମଧ୍ୟରେ ସୀମିତ ନୁହେଁ। ମହିଳା ଦଳ ମଧ୍ୟ କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ କରି ୨୦୨୬…

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?