ଏହିସବୁ ଖାଦ୍ୟ ସଜ ଅପେକ୍ଷା ବାସି ହୋଇଥାଏ ଅଧିକ ସ୍ବାଦିଷ୍ଠ

ପ୍ରାୟ ସମସ୍ତଙ୍କୁ ଗରମ ଖାଦ୍ୟ ପସନ୍ଦ। ଏହା ସ୍ବାଦିଷ୍ଠ ହେବା ସହ ସ୍ବାସ୍ଥପକ୍ଷେ ହିତକର ମଧ୍ୟ। ଅପରପକ୍ଷେ ଶୀତଦିନେ ଥଣ୍ଡା ଖାଦ୍ୟ କଥା ଭାବିଲେ ମନ ପାଣିଚିଆ ହୋଇଯାଏ। ହେଲେ କ’ଣ ଆପଣ ଜାଣନ୍ତି, ଏପରି କିଛି ଖାଦ୍ୟ ରହିଛି ଯାହାକୁ ଶୀତଦିନେ ସଜ ଅପେକ୍ଷା ବାସି ଖାଇଲେ ବେଶି ସ୍ବାଦିଷ୍ଠ ଲାଗିଥାଏ।
ଅନେକ ସମୟରେ ଶୀତଦିନେ ରୋଷେଇ କରିବାକୁ ଇଚ୍ଛା ହୋଇ ନ ଥାଏ। ଏହି ଦିନଗୁଡିକରେ ନିମ୍ନରେ ଦିଆଯାଇଥିବା ଖାଦ୍ୟର ମଜା ନେଇପାରିବେ। ତେବେ ଜାଣନ୍ତୁ ସେ ସମ୍ପର୍କରେ….

ଶାଗ:
ଶୀତଦିନେ ପାଳଙ୍ଗ, ମେଥି ଓ ସୋରିଷ ପତ୍ରରେ ପ୍ରସ୍ତୁତ ଶାଗ ଜାତୀୟ ଖାଦ୍ୟ ଭାରତୀୟଙ୍କର ଖୁବ୍‌ ପସନ୍ଦ ହୋଇଥାଏ। ରାତିରେ ଏହାକୁ ପ୍ରସ୍ତୁତ କରି ଫ୍ରିଜ୍‌ରେ ରଖି ସକାଳେ ଗରମ କରି ଦେଶୀ ଘିଅ ପକାଇ ମକା ରୁଟି ସହ ଖାଇଲେ
ଏହା ସଜ ଅପେକ୍ଷା ଅଧିକ ସ୍ବାଦିଷ୍ଠ ଲାଗିଥାଏ।

ସାହି ପନିର:
ଟମାଟୋ, କାଜୁ ଓ ବିଭିନ୍ନ ମସଲାରେ ପ୍ରସ୍ତୁତ ସାହି ପନିର ଖାଇବାକୁ ଅଧିକ ସ୍ବାଦିଷ୍ଠ ଲାଗିଥାଏ। ମାତ୍ର ରାତିରେ ବଳି ଯାଇଥିବା ଏହି ଖାଦ୍ୟକୁ ସକାଳେ ପରଟାରେ ଖାଇଲେ ମଧ୍ୟ ଅଧିକ ସୁସ୍ବାଦୁ ଲାଗିଥାଏ।

ରାଜମା:
ଭାରତର ଅଧିକାଂଶ ଲୋକ ରାଜମାକୁ ପସନ୍ଦ କରିଥାନ୍ତି। ଏହାକୁ ଖାଲି ଖାଇବା ଅପେକ୍ଷା ଜିରା ରାଇସ୍‌ରେ ଖାଇବାକୁ ଭଲ ଲାଗିଥାଏ। ଏହାର ସଜ ଅପେକ୍ଷା ବାସି ଅଧିକ ଭଲ ଲାଗିଥାଏ।

ଗାଜର ହାଲୁଆ:
ଶୀତଦିନେ ଗାଜର ହାଲୁଆର ମଜା ନେବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଗରମ ଗରମ ଅବସ୍ଥାରେ ଏହାକୁ ଖାଇଲେ ସୁଆଦିଆ ଲାଗିଥାଏ। ରାତିରେ ରଖି ସକାଳେ ଥଣ୍ଡାଥଣ୍ଡା ଖାଇଲେ ଭଲ ଲାଗିଥାଏ।

କଡି: ଭାରତୀୟ ଦହି କଡିକୁ ଅଧିକ ପସନ୍ଦ କରିଥାନ୍ତି। ମାତ୍ର ଏହାକୁ ସଜ ଅପେକ୍ଷା ବାସି ଖାଇଲେ ରୁଚିକର ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri