ଏସ୍‌ସିବି ମେଡିକାଲ: ୭ମାସରେ ଆସିଲେଣି ୨୮ ଜିଲାର ଡେଙ୍ଗୁ ରୋଗୀ

କଟକ ଅଫିସ,୨୩।୭: ଏସ୍‌ସିବି ମେଡିକାଲକୁ ଗତ ଜାନୁୟାରୀରୁ ଜୁଲାଇ ୨୨ ମଧ୍ୟରେ ୨୮ଟି ଜିଲାରୁ ଡେଙ୍ଗୁ ରୋଗୀ ଚିକିତ୍ସା ନିମନ୍ତେ ଆସିଛନ୍ତି। ଏହି ସମୟ ମଧ୍ୟରେ ମୋଟ୍‌ ୨୯୦୭ ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯୯ ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜିଟିଭ ଚିହ୍ନଟ କରାଯାଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରେ ଭଦ୍ରକରୁ ସର୍ବାଧିକ ୨୧ ଜଣ ଥିବାବେଳେ ଯାଜପୁର, କଟକ, ଜଗତ୍‌ସିଂହପୁରରୁ ୧୮ ଜଣ ଲେଖାଏ ପଜିଟିଭ ରୋଗୀ ରହିଛନ୍ତି। ସେହିପରି ବାଲେଶ୍ୱରରୁ ୧୩ ଜଣ ପଜିଟିଭ ରୋଗୀ ଥିବାବେଳେ ବାକି ଜିଲାଗୁଡ଼ିକରୁ ୨ରୁ ୫ ଜଣ ମଧ୍ୟରେ ରୋଗୀ ରହିଛନ୍ତି। ରାଜ୍ୟର ମାଲକାନଗିରି ଓ ନବରଙ୍ଗପୁରକୁ ଛାଡ଼ିଦେଲେ ବାକି ସମସ୍ତ ଜିଲାରୁ ଏସ୍‌ସିବି ମେଡିକାଲକୁ ଡେଙ୍ଗୁ ରୋଗୀ ଆସିଥିବା ସହକାରୀ ଡେଙ୍ଗୁ ନୋଡାଲ ଅଫିସର ଡା. ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି। ତେବେ ଜୁଲାଇରୁ ରୋଗୀସଂଖ୍ୟା ବଢିବାରେ ଲାଗିଛି। ମୋଟାମୋଟି ଭାବେ କଟକ ଜିଲା ଓ ସହର ଡେଙ୍ଗୁ ପ୍ରବଣ ଭାବେ ଜଣାଶୁଣା। ପ୍ରତିବର୍ଷ କଟକ ସହରରେ ଡେଙ୍ଗୁ ଉଗ୍ରରୂପ ଧାରଣ କରିଥାଏ। ଚଳିତବର୍ଷ ଜିଲାରେ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି। ସହରରେ ଥିବା ସମସ୍ତ ଶିଳ୍ପସଂସ୍ଥାଗୁଡ଼ିକର ପାରିପାର୍ଶ୍ୱିକ ପରିବେଶ ସଫା ନ ରହୁଥିବାରୁ ଡେଙ୍ଗୁଜ୍ୱର ଦେଖାଦେଇଛି। ଏଡିସ୍‌ ମଶା ଏହି ଜ୍ୱରର କାରଣ। ଶିଳ୍ପାଞ୍ଚଳ ମଧ୍ୟରେ ଏହି ମଶା ବଂଶ ବୃଦ୍ଧିର ଉତ୍ସ ଓ ଅଣ୍ଡାଦାନ ସ୍ଥାନକୁ ସମୂଳେ ନିପାତ କରିବାକୁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଗୁରୁତ୍ୱ ଦେଇଛନ୍ତି। ସେହିପରି ସିଏମ୍‌ସି ପକ୍ଷରୁ ସଫେଇ ଓ ମଶାଧୂଅଁା ସ୍ପ୍ରେ, ମଶାତେଲ ପକାଇବା କାର୍ଯ୍ୟ ଜାରି ରହିଥିବାବେଳେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ଏକ ମନିଟରିଂ ସେଲ୍‌ ରଖିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଆୟୁଷ ଡାକ୍ତରମାନେ ଜିଲାର ବିଭିନ୍ନ ସ୍କୁଲକୁ ଯାଇ ଛାତ୍ରୀଛାତ୍ରମାନଙ୍କୁ ଡେଙ୍ଗୁରୋଗର କାରଣ ଓ ତାହାର ପ୍ରତିକାର ସମ୍ପର୍କରେ ସଚେତନ କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରର ସମସ୍ତ ସଙ୍ଗଠନ ଏବଂ ଅନୁଷ୍ଠାନ ନିଜ ଅଞ୍ଚଳରେ ଏଡିସ୍‌ ମଶା ଡିମ୍ବ ଦେଇପାରିବା ସ୍ଥାନଗୁଡ଼ିକୁ ନଷ୍ଟ କରିବା ପାଇଁ ପଦକ୍ଷେପ ନେବା ଜରୁରୀ। ପରିବାର ଓ ଗୋଷ୍ଠୀର ସଦସ୍ୟମାନେ ଘରେ, ସାହିରେ, ଗଁାରେ ତଥା ୱାର୍ଡଗୁଡିକରେ ପରିଷ୍କାର ପାଇଁ ସାମୂହିକ ଉଦ୍ୟମ ଜାରି ରଖିଲେ ଡେଙ୍ଗୁର ପ୍ରତିରୋଧ କରିବା ସମ୍ଭବ ହୋଇପାରିବ ବୋଲି ଜିଲାପାଳ ଚୟନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?