ଏସ୍‌ସିବି କାଜୁଆଲ୍‌ଟିରେ ନାହିଁ ପ୍ଲାଷ୍ଟର

କଟକ ଅଫିସ, ୧୧।୬: ଯେତେ ବ୍ୟବସ୍ଥା କଲେ ମଧ୍ୟ ଏସ୍‌ସିବି ମେଡ଼ିକାଲ କାଜୁଆଲ୍‌ଟି ଅବସ୍ଥା ସୁଧୁରୁନାହିଁ। ମେଡିକାଲର ମୁଖଶାଳା କୁହାଯାଉଥିବା କାଜୁଆଲ୍‌ଟିକୁ ନେଇ ଆଉ ଏକ ବଡ଼ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଯାହାକୁ ନେଇ ରବିବାର ରାତିରେ ରୋଗୀ ସମ୍ପର୍କୀୟମାନେ ହୋହଲ୍ଲା କରିବାରୁ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ସମସ୍ୟାଟି ହେଉଛି କାଜୁଆଲ୍‌ଟିରେ ପ୍ଲାଷ୍ଟରର ଘୋର ଅଭାବ।
ବିଭିନ୍ନ ସମୟରେ କାଜୁଆଲ୍‌ଟିକୁ ହାଡ଼ଭଙ୍ଗା ରୋଗୀ ଆସିଥାନ୍ତି। ସେମାନଙ୍କୁ ପ୍ରାଥମିକ ଭାବେ ଏଠାରେ ପ୍ଲାଷ୍ଟର କରାଯାଇ ନିର୍ଦ୍ଦିଷ୍ଟ ବିଭାଗକୁ ପଠାଯାଇଥାଏ। ମାତ୍ର ପାଖାପାଖି ୧ ମାସ ହେବ ପ୍ଲାଷ୍ଟରର ଅଭାବ ଦେଖାଦେଇଥିବା ନେଇ କାଜୁଆଲ୍‌ଟି ମେଡିକାଲ ଅଫିସର ଡା. ଜେ.ପି. ବିଶ୍ୱାଳ ସୋମବାର ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତିଙ୍କୁ ଜଣାଇଥିଲେ। ପ୍ଲାଷ୍ଟର ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ଏକ ଘରୋଇ ସଂସ୍ଥା ପକ୍ଷରୁ ଯୋଗାଣ କରା ନ ଯିବାରୁ ଏଭଳି ଅବସ୍ଥା ଉପୁଜିଛି। ଟେଣ୍ଡର ନେଇଥିବା ସଂସ୍ଥା ପ୍ଲାଷ୍ଟର ଯୋଗାଣରେ ବିଳମ୍ବ କରିବାରୁ ମେଡିକାଲ ପକ୍ଷରୁ ଲୋକାଲ ପର୍ଚେଜ୍‌ ମାଧ୍ୟମରେ ଏହାକୁ କିଣାଯାଉଥିଲା। ମାତ୍ର ଶନିବାର ଓ ରବିବାର ୨ ଦିନ ଛୁଟି ପଡ଼ିଯିବାରୁ ଲୋକାଲ ପର୍ଚେଜ୍‌ ହୋଇପାରି ନ ଥିଲା। ଫଳରେ ୨ ଦିନ ଧରି ରୋଗୀମାନଙ୍କୁ ପ୍ଲାଷ୍ଟର ବାହାରୁ କିଣିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଗତ ରବିବାର ରାତିରେ ପ୍ଲାଷ୍ଟରକୁ ନେଇ ରୋଗୀ ସମ୍ପର୍କୀୟମାନେ ଏସ୍‌ସିବିରେ ହୋହଲ୍ଲା କରିଥିଲେ। ରାଜ୍ୟରେ ମାଗଣା ସ୍ବାସ୍ଥ୍ୟସେବା ମିଳୁଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠାରେ ପ୍ଲାଷ୍ଟର ପାଇଁ ଡାକ୍ତରମାନେ କାହିଁକି ବାହାରକୁ ପଠାଉଛନ୍ତି ବୋଲି କହି ରୋଗୀ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ।
ରବିବାର ଘଟଣାକୁ ନେଇ ସୋମବାର କାଜୁଆଲ୍‌ଟି ମେଡିକାଲ ଅଫିସର ଡା. ଜେ.ପି. ବିଶ୍ୱାଳ ଅଧୀକ୍ଷକଙ୍କ ଚାମ୍ବରକୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି ତୁରନ୍ତ ମେଡିକାଲ ଷ୍ଟୋର ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଡକାଇଥିଲେ। ଟେଣ୍ଡର ନେଇଥିବା ସଂସ୍ଥା ପ୍ଲାଷ୍ଟର ଯୋଗାଣରେ ବିଳମ୍ବ କରୁଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ଷ୍ଟୋର କର୍ମଚାରୀମାନେ କହିଥିଲେ। ୨୪ ଘଣ୍ଟା ମଧ୍ୟରେ ଯଦି ସମ୍ପୃକ୍ତ ସଂସ୍ଥା କାଜୁଆଲ୍‌ଟିକୁ ପ୍ଲାଷ୍ଟର ଯୋଗାଣ ନ କରେ ତେବେ ଉକ୍ତ ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ପାଇଁ ଅଧୀକ୍ଷକ ମହାନ୍ତି ଷ୍ଟୋର ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ପ୍ଲାଷ୍ଟର ନୁହେଁ ସାମାନ୍ୟ ବ୍ଲେଡ୍‌ ମଧ୍ୟ କାଜୁଆଲ୍‌ଟିରେ ଉପଲବ୍ଧ ନାହିଁ। ରାତିଅଧରେ ରୋଗୀ ସମ୍ପର୍କୀୟମାନଙ୍କୁ ବ୍ଲେଡ୍‌ ପାଇଁ ପଠାଇବାକୁ ପଡୁଛି। ମାତ୍ର ରାତିରେ ଦୋକାନଗୁଡ଼ିକ ବନ୍ଦ ହୋଇଯାଉଥିବାରୁ ସେମାନେ ବ୍ଲେଡ୍‌ ନ ପାଇ ଖାଲିହାତରେ ଫେରି ଅସନ୍ତୋଷ ବ୍ୟକ୍ତ କରୁଥିବା କାଜୁଆଲ୍‌ଟି ମେଡିକାଲ ଅଫିସର ଡା. ବିଶ୍ୱାଳ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି କାଜୁଆଲ୍‌ଟିରେ ରୋଗୀଙ୍କ ଭାର ଦିନକୁ ଦିନ ବଢିବାରେ ଲାଗିଛି। ମାତ୍ର କାଜୁଆଲ୍‌ଟିର ଓଟି ଟେବୁଲ ଭାଙ୍ଗି ଯାଇଥିବାବେଳେ ଓଟି ଲାଇଟ୍‌ କାମ କରୁ ନ ଥିବା ଡା. ବିଶ୍ୱାଳ କହିଥିଲେ। ଯାହାଫଳରେ ଜରୁରିକାଳୀନ ସ୍ଥିତିରେ ପ୍ରାଥମିକ ଅପରେଶନ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଉକ୍ତ ଟେବୁଲ ଓ ଲାଇଟ୍‌ ମାଧ୍ୟମରେ ଅପରେଶନ କରିବା ଅସମ୍ଭବ ହୋଇପଡ଼ୁଛି ବୋଲି ଡା. ବିଶ୍ୱାଳ ଅଧୀକ୍ଷକଙ୍କୁ ଅବଗତ କରାଇଥିଲେ। କାଜୁଆଲ୍‌ଟିରେ ଏଭଳି ପରିସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି। କାଜୁଆଲ୍‌ଟିରେ କ’ଣ ଅସୁବିଧା ରହିଛି ଏବଂ କ’ଣ କରାଗଲେ ରୋଗୀ ସେବାକୁ ସୁଦୃଢ କରିହେବ ସେ ନେଇ କାଜୁଆଲ୍‌ଟିର ଡାକ୍ତର ଓ ନୋଡାଲ ଅଫିସରଙ୍କ ପରାମର୍ଶକ୍ରମେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧୀକ୍ଷକ ମହାନ୍ତି କହିଛନ୍ତି।
ସୂଚନାଥାଉ କି, କାଜୁଆଲ୍‌ଟିକୁ ସୁଦୃଢ କରିବା ପାଇଁ ବାରମ୍ବାର ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଗୁରୁତ୍ୱ ଦେଇଥାନ୍ତି। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଜେନା ଅଚାନକ କାଜୁଆଲ୍‌ଟି ଗସ୍ତ କରି ଏଠାକାର ଅସୁବିଧାକୁ ଆଖିରେ ଦେଖିବା ପରେ ଲମ୍ବା ପ୍ଲାନ ପ୍ରସ୍ତୁତ କରିଥିଲେ। ମାତ୍ର ତାହା ଆଜିପର୍ଯ୍ୟନ୍ତ ଫଳବତୀ ହୋଇପାରିଲାନାହିଁ। କାଜୁଆଲ୍‌ଟିକୁ ଦିନକୁ ୫୦୦ରୁ ୬୦୦ ରୋଗୀ ଆସୁଥିବାବେଳେ ଏଠାରେ ଜଣେ ମାତ୍ର ଡ୍ରେସର ରହିଛନ୍ତି। ସେହିପରି ନର୍ସମାନଙ୍କର ଘୋର ଅଭାବ ଥିବାବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରୁଛି। ତେବେ ୫୦ ଜଣ ଡ୍ରେସରଙ୍କୁ ନିଯୁକ୍ତି ଦେବା ପାଇଁ ନିକଟରେ ହୋଇଥିବା ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ନିଷ୍ପତ୍ତି ହୋଇଥିବା ଅଧୀକ୍ଷକ ମହାନ୍ତି କହିଛନ୍ତି। ଅଧିକ ନର୍ସ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri