ଏସ୍‌ସିବି କାଜୁଆଲ୍‌ଟିରେ ନାହିଁ ପ୍ଲାଷ୍ଟର

କଟକ ଅଫିସ, ୧୧।୬: ଯେତେ ବ୍ୟବସ୍ଥା କଲେ ମଧ୍ୟ ଏସ୍‌ସିବି ମେଡ଼ିକାଲ କାଜୁଆଲ୍‌ଟି ଅବସ୍ଥା ସୁଧୁରୁନାହିଁ। ମେଡିକାଲର ମୁଖଶାଳା କୁହାଯାଉଥିବା କାଜୁଆଲ୍‌ଟିକୁ ନେଇ ଆଉ ଏକ ବଡ଼ଧରଣର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଯାହାକୁ ନେଇ ରବିବାର ରାତିରେ ରୋଗୀ ସମ୍ପର୍କୀୟମାନେ ହୋହଲ୍ଲା କରିବାରୁ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ସମସ୍ୟାଟି ହେଉଛି କାଜୁଆଲ୍‌ଟିରେ ପ୍ଲାଷ୍ଟରର ଘୋର ଅଭାବ।
ବିଭିନ୍ନ ସମୟରେ କାଜୁଆଲ୍‌ଟିକୁ ହାଡ଼ଭଙ୍ଗା ରୋଗୀ ଆସିଥାନ୍ତି। ସେମାନଙ୍କୁ ପ୍ରାଥମିକ ଭାବେ ଏଠାରେ ପ୍ଲାଷ୍ଟର କରାଯାଇ ନିର୍ଦ୍ଦିଷ୍ଟ ବିଭାଗକୁ ପଠାଯାଇଥାଏ। ମାତ୍ର ପାଖାପାଖି ୧ ମାସ ହେବ ପ୍ଲାଷ୍ଟରର ଅଭାବ ଦେଖାଦେଇଥିବା ନେଇ କାଜୁଆଲ୍‌ଟି ମେଡିକାଲ ଅଫିସର ଡା. ଜେ.ପି. ବିଶ୍ୱାଳ ସୋମବାର ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତିଙ୍କୁ ଜଣାଇଥିଲେ। ପ୍ଲାଷ୍ଟର ଯୋଗାଇବା ପାଇଁ ଟେଣ୍ଡର ନେଇଥିବା ଏକ ଘରୋଇ ସଂସ୍ଥା ପକ୍ଷରୁ ଯୋଗାଣ କରା ନ ଯିବାରୁ ଏଭଳି ଅବସ୍ଥା ଉପୁଜିଛି। ଟେଣ୍ଡର ନେଇଥିବା ସଂସ୍ଥା ପ୍ଲାଷ୍ଟର ଯୋଗାଣରେ ବିଳମ୍ବ କରିବାରୁ ମେଡିକାଲ ପକ୍ଷରୁ ଲୋକାଲ ପର୍ଚେଜ୍‌ ମାଧ୍ୟମରେ ଏହାକୁ କିଣାଯାଉଥିଲା। ମାତ୍ର ଶନିବାର ଓ ରବିବାର ୨ ଦିନ ଛୁଟି ପଡ଼ିଯିବାରୁ ଲୋକାଲ ପର୍ଚେଜ୍‌ ହୋଇପାରି ନ ଥିଲା। ଫଳରେ ୨ ଦିନ ଧରି ରୋଗୀମାନଙ୍କୁ ପ୍ଲାଷ୍ଟର ବାହାରୁ କିଣିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ଗତ ରବିବାର ରାତିରେ ପ୍ଲାଷ୍ଟରକୁ ନେଇ ରୋଗୀ ସମ୍ପର୍କୀୟମାନେ ଏସ୍‌ସିବିରେ ହୋହଲ୍ଲା କରିଥିଲେ। ରାଜ୍ୟରେ ମାଗଣା ସ୍ବାସ୍ଥ୍ୟସେବା ମିଳୁଥିବା ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏଠାରେ ପ୍ଲାଷ୍ଟର ପାଇଁ ଡାକ୍ତରମାନେ କାହିଁକି ବାହାରକୁ ପଠାଉଛନ୍ତି ବୋଲି କହି ରୋଗୀ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ।
ରବିବାର ଘଟଣାକୁ ନେଇ ସୋମବାର କାଜୁଆଲ୍‌ଟି ମେଡିକାଲ ଅଫିସର ଡା. ଜେ.ପି. ବିଶ୍ୱାଳ ଅଧୀକ୍ଷକଙ୍କ ଚାମ୍ବରକୁ ଆସି ଘଟଣା ସମ୍ପର୍କରେ କହିଥିଲେ। ଅଧୀକ୍ଷକ ପ୍ରଫେସର ଡା. ସିବିକେ ମହାନ୍ତି ତୁରନ୍ତ ମେଡିକାଲ ଷ୍ଟୋର ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ଡକାଇଥିଲେ। ଟେଣ୍ଡର ନେଇଥିବା ସଂସ୍ଥା ପ୍ଲାଷ୍ଟର ଯୋଗାଣରେ ବିଳମ୍ବ କରୁଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ଷ୍ଟୋର କର୍ମଚାରୀମାନେ କହିଥିଲେ। ୨୪ ଘଣ୍ଟା ମଧ୍ୟରେ ଯଦି ସମ୍ପୃକ୍ତ ସଂସ୍ଥା କାଜୁଆଲ୍‌ଟିକୁ ପ୍ଲାଷ୍ଟର ଯୋଗାଣ ନ କରେ ତେବେ ଉକ୍ତ ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ପାଇଁ ଅଧୀକ୍ଷକ ମହାନ୍ତି ଷ୍ଟୋର ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ପ୍ଲାଷ୍ଟର ନୁହେଁ ସାମାନ୍ୟ ବ୍ଲେଡ୍‌ ମଧ୍ୟ କାଜୁଆଲ୍‌ଟିରେ ଉପଲବ୍ଧ ନାହିଁ। ରାତିଅଧରେ ରୋଗୀ ସମ୍ପର୍କୀୟମାନଙ୍କୁ ବ୍ଲେଡ୍‌ ପାଇଁ ପଠାଇବାକୁ ପଡୁଛି। ମାତ୍ର ରାତିରେ ଦୋକାନଗୁଡ଼ିକ ବନ୍ଦ ହୋଇଯାଉଥିବାରୁ ସେମାନେ ବ୍ଲେଡ୍‌ ନ ପାଇ ଖାଲିହାତରେ ଫେରି ଅସନ୍ତୋଷ ବ୍ୟକ୍ତ କରୁଥିବା କାଜୁଆଲ୍‌ଟି ମେଡିକାଲ ଅଫିସର ଡା. ବିଶ୍ୱାଳ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି କାଜୁଆଲ୍‌ଟିରେ ରୋଗୀଙ୍କ ଭାର ଦିନକୁ ଦିନ ବଢିବାରେ ଲାଗିଛି। ମାତ୍ର କାଜୁଆଲ୍‌ଟିର ଓଟି ଟେବୁଲ ଭାଙ୍ଗି ଯାଇଥିବାବେଳେ ଓଟି ଲାଇଟ୍‌ କାମ କରୁ ନ ଥିବା ଡା. ବିଶ୍ୱାଳ କହିଥିଲେ। ଯାହାଫଳରେ ଜରୁରିକାଳୀନ ସ୍ଥିତିରେ ପ୍ରାଥମିକ ଅପରେଶନ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଉକ୍ତ ଟେବୁଲ ଓ ଲାଇଟ୍‌ ମାଧ୍ୟମରେ ଅପରେଶନ କରିବା ଅସମ୍ଭବ ହୋଇପଡ଼ୁଛି ବୋଲି ଡା. ବିଶ୍ୱାଳ ଅଧୀକ୍ଷକଙ୍କୁ ଅବଗତ କରାଇଥିଲେ। କାଜୁଆଲ୍‌ଟିରେ ଏଭଳି ପରିସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ପ୍ରଫେସର ମହାନ୍ତି କହିଛନ୍ତି। କାଜୁଆଲ୍‌ଟିରେ କ’ଣ ଅସୁବିଧା ରହିଛି ଏବଂ କ’ଣ କରାଗଲେ ରୋଗୀ ସେବାକୁ ସୁଦୃଢ କରିହେବ ସେ ନେଇ କାଜୁଆଲ୍‌ଟିର ଡାକ୍ତର ଓ ନୋଡାଲ ଅଫିସରଙ୍କ ପରାମର୍ଶକ୍ରମେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧୀକ୍ଷକ ମହାନ୍ତି କହିଛନ୍ତି।
ସୂଚନାଥାଉ କି, କାଜୁଆଲ୍‌ଟିକୁ ସୁଦୃଢ କରିବା ପାଇଁ ବାରମ୍ବାର ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନେ ଗୁରୁତ୍ୱ ଦେଇଥାନ୍ତି। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଜେନା ଅଚାନକ କାଜୁଆଲ୍‌ଟି ଗସ୍ତ କରି ଏଠାକାର ଅସୁବିଧାକୁ ଆଖିରେ ଦେଖିବା ପରେ ଲମ୍ବା ପ୍ଲାନ ପ୍ରସ୍ତୁତ କରିଥିଲେ। ମାତ୍ର ତାହା ଆଜିପର୍ଯ୍ୟନ୍ତ ଫଳବତୀ ହୋଇପାରିଲାନାହିଁ। କାଜୁଆଲ୍‌ଟିକୁ ଦିନକୁ ୫୦୦ରୁ ୬୦୦ ରୋଗୀ ଆସୁଥିବାବେଳେ ଏଠାରେ ଜଣେ ମାତ୍ର ଡ୍ରେସର ରହିଛନ୍ତି। ସେହିପରି ନର୍ସମାନଙ୍କର ଘୋର ଅଭାବ ଥିବାବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ ପରିସ୍ଥିତିକୁ ଅଧିକ ଜଟିଳ କରୁଛି। ତେବେ ୫୦ ଜଣ ଡ୍ରେସରଙ୍କୁ ନିଯୁକ୍ତି ଦେବା ପାଇଁ ନିକଟରେ ହୋଇଥିବା ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ନିଷ୍ପତ୍ତି ହୋଇଥିବା ଅଧୀକ୍ଷକ ମହାନ୍ତି କହିଛନ୍ତି। ଅଧିକ ନର୍ସ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri