ଏସ୍‌ସିଏସ୍‌ କଲେଜ: ଏମ୍‌ଫିଲ୍‌ ପାଠ୍ୟକ୍ରମକୁ ମିଳୁନି ମଞ୍ଜୁରୀ: ଅନ୍ଧାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ପୁରୀ ଅଫିସ, ୨୪ା୭: ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ରେ ଏମ୍‌ଫିଲ୍‌ ପାଠ୍ୟକ୍ରମ ଖୋଲିବାର ଦୁଇବର୍ଷ ବିତିଗଲାଣି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମଞ୍ଜୁରୀ ମିଳିନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ପ୍ରକାଶ ପାଇପାରୁ ନାହିଁ। ସେହିପରି ଦ୍ୱିତୀୟ ବ୍ୟାଚ ପ୍ରବେଶିକା ପରୀକ୍ଷା ଓ ଚୟନ (ସିଲେକ୍ସନ) ସରିଛି। ତେବେ ପ୍ରଥମ ବ୍ୟାଚ ପରୀକ୍ଷାଫଳ ପ୍ରକାଶ ଓ ପାଠ୍ୟକ୍ରମ ମଞ୍ଜୁରୀ ପାଇବାରେ ବିଳମ୍ବ ଯୋଗୁ ଦ୍ୱିତୀୟ ବ୍ୟାଚ ପାଠପଢା ପ୍ରଭାବିତ ହେଉଛି। ଏଥିଯୋଗୁ ଏଠାକାର ଏମ୍‌ଫିଲ୍‌ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲିହୋଇଯାଉଛି।
ସୂଚନା ଅନୁଯାୟୀ, ୨୦୧୭ରେ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ୪ଟି ବିଭାଗରେ ଏମ୍‌ଫିଲ ପାଠ୍ୟକ୍ରମ ଖୋଲିବା ଲାଗି ରାଜ୍ୟ ସରକାର ସ୍ବୀକୃତି ଦେଇଥିଲେ। ଏଥିଯୋଗୁ କଲେଜ କର୍ତ୍ତୃପକ୍ଷ ସେହିବର୍ଷ ୪ଟି ବିଭାଗରେ ୮ଟି ଲେଖାଏ ସିଟ୍‌ ହିସାବରେ ୩୨ଜଣ ଛାତ୍ରୀଛାତ୍ରଙ୍କ ଆଡମିଶନ କରାଇଥିଲେ। ତେବେ ଏପର୍ଯ୍ୟନ୍ତ ପାଠ୍ୟକ୍ରମକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ମିଳିନାହିଁ। କଲେଜ କର୍ତ୍ତୃପକ୍ଷ ୨୦୧୮ରେ ଦ୍ୱିତୀୟ ବ୍ୟାଚ ଆଡ଼ମିଶନ ଲାଗି ପ୍ରବେଶିକା ପରୀକ୍ଷା, ଭାଇଭା ଟେଷ୍ଟ କରିଥିଲେ। ଅନ୍ୟପଟେ ପାଠ୍ୟକ୍ରମକୁ ମଞ୍ଜୁରୀ ପ୍ରଦାନରେ ବିଳମ୍ବ ଘଟୁଥିବାରୁ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ପୂର୍ବରୁ କେତେକ ଛାତ୍ର ସଂଗଠନ ଆନ୍ଦୋଳନ ପାଇଁ ଧମକ ଦେଇଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମକର୍ତ୍ତାମାନେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଏମ୍‌ଫିଲ୍‌ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦ୍ୱିତୀୟ ବ୍ୟାଚ (୨୦୧୮) ଛାତ୍ରୀଛାତ୍ର ତତ୍କାଳୀନ ରାଜସ୍ବ ମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେଇଥିଲେ। ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସୂତା ଖିଅରେ ଝୁଲୁଥିବା ବେଳେ ଦ୍ୱିତୀୟ ବ୍ୟାଚ ଛାତ୍ରୀଛାତ୍ରଙ୍କ ଭାଗ୍ୟ ମଧ୍ୟ ଅନ୍ଧକାର ଆଡକୁ ଠେଲି ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ସୁଜାତା ମିଶ୍ର କହିଛନ୍ତି, ମଞ୍ଜୁରୀ ପାଇବା ଲାଗି ଚେଷ୍ଟା ଚାଲିଛି। ଏଥିପାଇଁ ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ବିଶ୍ୱବିଦ୍ୟାଳୟକୁ ଦିଆଯାଇଛି। ପ୍ରଥମ ବ୍ୟାଚକୁ ମଞ୍ଜୁରୀ ମିଳିବା ପରେ ଦ୍ୱିତୀୟ ବ୍ୟାଚ ଛାତ୍ରୀଛାତ୍ରଙ୍କ ଆଡ଼ମିଶନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri