ଏସ୍‌ସିଏସ୍‌ଟି ଯୁଗ୍ମ ସଚିବଙ୍କ ପାଲଲହଡ଼ା ଗସ୍ତ

ପାଲଲହଡ଼ା,୨୬ା୧(ଡି.ଏନ.ଏ.) – ଏସ୍‌ସିଏସଟି ବିଭାଗ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମିଶ୍ର ଶନିବାର ପାଲଲହଡା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ପ୍ରଥମେ ସଚିବ ମାଲ୍ୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଜମରଡ଼ିହ ଗ୍ରାମରେ ଥିବା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା (ପିବିଡିଏ) କାର୍ଯ୍ୟାଳୟକୁ ଯାଇ (ଓପିଲିପି) ଯୋଜନାର ସମୀକ୍ଷା କରିଥିଲେ। ସେଠାରୁ ଜମରଡ଼ିହଠାରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରୀମାନେ ବିଦ୍ୟାଳୟରେ ଦୀର୍ଘଦିନରୁ ପାଣି ସମସ୍ୟା ଲାଗି ରହିଥିବା ପ୍ରକାଶ କରିଥିଲେ। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ପିବିଡିଏ ସ୍ବତନ୍ତ୍ର ଅଧିକାରୀଙ୍କୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ପରେ ନାଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷାନିକେତନକୁ ଯାଇ ସେଠାରେ ଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଓପିଲିପି ପ୍ରକଳ୍ପ ଅଧୀନରେ ଚାଲିଥିବା ଆଳୁ ଚାଷ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ। ସେହିପରି କୁର୍ତ୍ତିବାସପୁର ଗ୍ରାମକୁ ଯାଇ ସେଠାରେ ପିବିଡିଏ ପକ୍ଷରୁ ହିତାଧିକାରୀଙ୍କୁ ଚାଷ ପାଇଁ ଯୋଗାଇ ଦିଆଯାଇଥିବା ଛେଳି ଏବଂ ଗୁହାଳ ବୁଲି ଦେଖିଥିଲେ। ଶେଷରେ ନାଇଁକାଣୀପାଲି ଗ୍ରାମରେ ଥିବା ଆଶ୍ରମ ସ୍କୁଲକୁ ଯାଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହ ଛାତ୍ରୀଛାତ୍ରଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରିଥିଲେ। ବିଦ୍ୟାଳୟର ଡାଇନିଂ ହଲ ନ ଥିବାରୁ ଛାତ୍ରୀଛାତ୍ରମାନେ ବାହାରେ ବସି ଭୋଜନ କରୁଥିବା ଦେଖି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ସଚିବ ନିଦ୍ଦେର୍ର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପିବିଡିଏ ସ୍ବତନ୍ତ୍ର ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁମନ ମିଞ୍ଜ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମନୋରଞ୍ଜନ ରାଉତ, ପିବିଡିଏ କନିଷ୍ଠ କୃଷି ଅଧିକାରୀ ଅବିନାଶ ଦାସଙ୍କ ସହ ବହୁ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri