ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଘଟଣା : କମାଣ୍ଡାଣ୍ଟଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଦିଆଯାଉଥିବା ନେଇ ବୁଧବାର ଜଣେ ଟ୍ରେନି ଏସ୍‌ଆଇ ବିଶ୍ୱଜିତ୍‌ ବେହେରା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଏଥିସହ ଅନ୍ୟ କେତେଜଣ ମଧ୍ୟ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ। ତେବେ ଏସ୍‌ଓଜି କମାଣ୍ଡାଣ୍ଟ୍‌ ଅନିରୁଦ୍ଧ ସିଂଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛି ପୋଲିସ ବିଭାଗ। ପୋଲିସ ଡିଜି ଆର୍‌.ପି. ଶର୍ମା ଛୁଟିରେ ଥିବାରୁ ଗୁରୁବାର ଘଟଣା ସଂକ୍ରାନ୍ତରେ କମାଣ୍ଡାଣ୍ଟ୍‌ ସିଂଙ୍କୁ ରିପୋର୍ଟ ତଲବ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ। ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପାଧ୍ୟାୟ କହିଛନ୍ତି।
ଅନ୍ୟପକ୍ଷରେ ନିର୍ଯାତନା ଘଟଣାକୁ ନେଇ ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ବିଭାଗର ଭିତିରି ଗୁମର ପଦାକୁ ଆସିଛି। ଟ୍ରେନିଂ ସେଣ୍ଟରର ସମସ୍ତ ପରିଚାଳନା, ବିଭିନ୍ନ କାର୍ଯ୍ୟକ୍ରମ ଓ ଆର୍ଥିକ କାରବାର ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ପଡିଛି। ମିଳିଥିବା ସୂଚନାନୁସାରେ, ଅଭିଯୋଗ ସଂକ୍ରାନ୍ତରେ ତନାଘନା ଆରମ୍ଭ ହୋଇଥିବାବେଳେ କମାଣ୍ଡାଣ୍ଟ୍‌ ସିଂ ମଧ୍ୟ ଏ ସଂକ୍ରାନ୍ତରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅଭିଯୋଗ ଆଣିଥିବା ଏସ୍‌ଆଇ ବେହେରାଙ୍କ ନାଁରେ ମଧ୍ୟ ମୌଖିକ ଭାବେ କେତେକ ଅଭିଯୋଗ କରିଛନ୍ତି। ଏସବୁ ଘଟଣାକୁ ନେଇ ଏସଆଇ ବେହେରା କହିଛନ୍ତି, ପୂର୍ବରୁ ଯେତେବେଳେ ଟ୍ରେନିଂ ପାଇଁ ଆସିଥିଲି ସେତେବେଳେ ମୋର ଲିଗାମେଣ୍ଟ ସମସ୍ୟା ରହିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେଠାରୁ ତାଙ୍କୁ ଟ୍ରେନିଂ ନେବାକୁ ମନା କରାଯାଇଥିଲା। ଟ୍ରେନିଂ ସେଣ୍ଟରରେ କୌଣସି ପ୍ରକାର ଠକି ନାହାନ୍ତି କି ଲୁଚିକରି ଯାଇନାହାନ୍ତି। ଟ୍ରେନିଂ ସମୟରେ ୨ଟି ପ୍ରୋସିଡିଂ ଥିବା ନେଇ ଯେଉଁ ଅଭିଯୋଗ ଅଣାଯାଉଛି ତାହାର ବାସ୍ତବତା ଉପସ୍ଥାପନ କରାଯାଉ। ଟ୍ରେନିଂ ସମୟରେ କମାଣ୍ଡାଣ୍ଟ ସିଂ ଯେଭଳି ଭାବେ ଖରାପ ବ୍ୟବହାର କରିବା ସହ ନିର୍ଯାତନା ଦେଇଛନ୍ତି ତାହା ଠିକ୍‌ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଦିଆଯାଉଥିବା ନେଇ କେନ୍ଦୁଝର ଜିଲା ଘଟଗାଁ ଥାନାର ଏସ୍‌ଆଇ ବେହେରା ମଧ୍ୟ କମାଣ୍ଟାଣ୍ଟ୍‌ ତଥା ଆଇପିଏସ୍‌ ଅଧିକାରୀ ଅନିରୁଦ୍ଧ ସିଂଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟକୁ ଅନ୍‌ଲାଇନ୍‌ରେ ଅଭିଯୋଗ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri