ଏଯାବତ୍‌ ୧୨ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ, ଆଗାମୀ ଦିନରେ ଅନ୍ୟ ରୋଗୀ ସୁସ୍ଥ ହେବା ଆଶା : ଶାଳିନୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଶନିବାର ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ପାଇଁ ଶୁଭ ସୂଚନା ହେଉଛି, ୧୦ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ମୋଟ ୧୨ଜଣ ସୁସ୍ଥ ହୋଇଛନ୍ତି। ୩୭ଟି ଆକ୍ଟିଭ କେସ୍‌ ରହିଛି, ଯେଉଁଥିରୁ ୨ଜଣଙ୍କୁ ଡାକ୍ତରୀ ଚିକିତ୍ସା ଆବଶ୍ୟକ। ବାକି ସମସ୍ତଙ୍କୁ ସାଧାରଣ ଲକ୍ଷଣ ତଥା ଜ୍ୱର, କାଶ, ଥଣ୍ଡାର ଲକ୍ଷଣ ନାହିଁ। ହେଲେ ସେମାନଙ୍କୁ କେବଳ ସୁରକ୍ଷା ଦୃଷ୍ଟିରୁ ରଖାଯାଇଛି। ଲକ୍ଷଣ ନ ଥିବା ସତ୍ତ୍ୱେ ସେମାନଙ୍କ କୋଭିଡ୍‌-୧୯ ଯାଞ୍ଚ ପଜିଟିଭ ଆସିବା ହେତୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ଓଡ଼ିଶାର ୫୦ଟି ଆକ୍ରାନ୍ତଙ୍କ ମଧ୍ୟରୁ ୮୦%ଙ୍କ କୌଣସି ଲକ୍ଷଣ ରହୁନାହିଁ। ଏଣୁ ବିନା ଲକ୍ଷଣରେ ମଧ୍ୟ ଦେହରେ କରୋନା ଭୂତାଣୁ ରହିପାରୁଛି। ସେଥିପାଇଁ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ହିଁ ଏକମାତ୍ର ଉପାୟ ପାଲଟିଛି।
ଧୀରେ ଧୀରେ ଟେଷ୍ଟିଂ ପ୍ରଣାଳୀକୁ ବୃଦ୍ଧି କରାଯାଇଛି। ଦିନକୁ ୩ରୁ ୪ଶହ ଟେଷ୍ଟ କରାଯାଇପାରୁଛି। ଆଗାମୀ ୧୦ ଦିନ ମଧ୍ୟରେ ଏହାର ଦୁଇଗୁଣା ଟେଷ୍ଟିଂ କରାଯାଇପାରିବ। ଫଳରେ କରୋନାକୁ ଶୀଘ୍ର ଧରିପାରିବାର କ୍ଷମତା ବଢ଼ିବ। ଟେଷ୍ଟିଂକୁ ତ୍ୱରାନ୍ବିତ କରିବାକୁ।
ମୋଟ ୫୦ କେସ୍‌ରୁ ୧/୪ ଅଂଶ ଅର୍ଥାତ ୧୨ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ଆଗାମୀ ଦିନରେ ଅନ୍ୟ ରୋଗୀ ମଧ୍ୟ ସୁସ୍ଥ ହୋଇ ଫେରିବେ ବୋଲି ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri