ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ରେକର୍ଡ

ଢେଙ୍କାନାଳ ଅଫିସ, ୩୦ା୫

କରୋନା ସଙ୍କଟ ସମୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)କୁ ସଫଳତାର ସହ କାର୍ଯ୍ୟକାରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି ଢେଙ୍କାନାଳ ଜିଲା। କେବଳ ମେ’ ମାସରେ ଏହି ଯୋଜନାରେ ୪ଲକ୍ଷ ୫୬ହଜାର ୩୩୦ ଶ୍ରମ ଦିବସ ସୃଷ୍ଟି ହୋଇଛି, ଯାହା ସର୍ବକାଳୀନ ରେକର୍ଡ। ଏମ୍‌ଜିଏନ୍‌ଆରଇଜିଏସ୍‌ କାର୍ଯ୍ୟକାରିତାରେ ରାଜ୍ୟର ଅନ୍ୟ ସମସ୍ତ ଜିଲାକୁ ପଛରେ ପକାଇ ଢେଙ୍କାନାଳ ଶୀର୍ଷସ୍ଥାନ ହାସଲ କରିଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ସମସ୍ୟା ଭିତରେ ଜିଲାର ଶ୍ରମଜୀବୀଙ୍କୁ ରୋଜଗାରକ୍ଷମ କରିବାକୁ ଏପ୍ରିଲ୍‌ ୫ରୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍‌ ପ୍ରତିବନ୍ଧକ ଯୋଗୁ ପାଖାପାଖି ମାସେ କାମ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କଠାରୁ ଅନୁମତି ମିଳିବା ପରେ ଗ୍ରାମାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଏହାର ମଙ୍ଗ ସମ୍ଭାଳିଥିଲେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଯୋଜନାରେ ଜଳଅମଳ ପ୍ରକଳ୍ପ, ପୋଖରୀ ଖନନ, ପୋଖରୀ ପୁନରୁଦ୍ଧାର, କୂପଖନନ, ଜମି ଉନ୍ନତୀକରଣ, ଗଁା ରାସ୍ତା ସଂଯୋଗୀକରଣ, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଯୋଜନାରେ ୯୪୬୦.୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମୋଟ ୩୫ଲକ୍ଷ ୩୦ହଜାର ୪୯୭ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ଚଳିତ ଆର୍ଥତ୍କ ବର୍ଷରେ ବର୍ତ୍ତମାନ ସୁଦ୍ଧା ୪,୩୪୧ ପ୍ରକଳ୍ପ ଅନୁମୋଦିତ ହୋଇଛି। ମେ ୨୮ ସୁଦ୍ଧା ଜିଲାରେ ୧୪କୋଟି ୮୭ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମୋଟ ୫ଲକ୍ଷ ୧୩ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି। ୩୪,୮୯୦ ପରିବାରର ୬୨,୩୬୩ ଲୋକଙ୍କୁ କାମ ଯୋଗାଇ ଦିଆଯାଇଛି ା ୧ଲକ୍ଷ ୯୪ହଜାର ୭୫୭ ପରିବାରକୁ ଜବକାର୍ଡ ମିଳିଛି। ଲକ୍‌ଡାଉନ ସମୟରେ ଜିଲାକୁ ଆସିଥିବା ୫୦୦ ପ୍ରବାସୀ ଓଡ଼ିଆ ପରିବାରକୁ ଜବକାର୍ଡ ଦିଆଯାଇଛି। ସପ୍ତଶଯ୍ୟା ପଞ୍ଚାୟତ ପଦ୍ମନାଭପୁର ଗ୍ରାମ ପଧାନି ନାଳ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଶ୍ରମିକ ଅରକ୍ଷିତ ପ୍ରଧାନ (୨୫), ଲମ୍ବୋଦର ପ୍ରଧାନ (୨୪) କୁହନ୍ତି, ବାହାର ରାଜ୍ୟରେ କାମ କରୁଥିଲୁ। ଲକ୍‌ଡାଉନ୍‌ ସମୟରେ କାମ ନ ମିଳିବାରୁ ପେଟ ପୋଷିବା କଷ୍ଟକର ହୋଇପଡ଼ିଥିଲା। ସରକାର ଭିଟାମାଟିକୁ ଫେରାଇ ଆଣିବା ପରେ କାମ କରୁଛୁ। ନିଜ ଅଞ୍ଚଳରେ କାମ ମିଳିଲେ କାହିଁକି ବାହାରକୁ ଯିବୁ ବୋଲି ଉଭୟେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

ବାହୁଡ଼ା ଯାତ୍ରା ସମୟରେ ଅଘଟଣ: ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ, ମିଳିଛି ପରିଚୟ

ପୁରୀ,୨୪।୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀକ୍ଷେତ୍ରରେ ଏକ ଦୁଃଖଦ ଘଟଣା ଘଟିଛି। ଅଧିକ ଭିଡ଼ ଓ ଅଣନିଶ୍ବାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି।…

ବାହୁଡ଼ିଲେ ମହାବାହୁ : ଭକ୍ତିମୟ ଭବାନୀପାଟଣା ସହର

ଭବାନୀପାଟଣା,୨୪।୭:(ଉତ୍ତମ କୁମାର ଦାଶ)- ନବ ଦିନ ଯାତ୍ରା ସାରି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କୁ ସାଥିରେ…

ଗନ୍ଧର୍ବ କଳା ସମ୍ମାନ ପାଇଲେ ଗୌରୀ ଶଙ୍କର ଦୁର୍ଗା: କଳାହାଣ୍ଡି ପାଇଁ ପୁଣି ଆଣିଲେ ଗୌରବ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ମାଟିର ଜଣାଶୁଣା ଲୋକ ବାଦ୍ୟ କଳାକାର ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ପ୍ରତିଭା ଗୌରୀ ଶଙ୍କର…

ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା: ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ…

ଦିଗପହଣ୍ଡି,୨୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ନିଆରା ବାହୁଡ଼ା ଯାତ୍ରା ପରମ୍ପରା କେଉଁ ଆବହମାନ କାଳରୁ ଚଳିଆସିଛି। ପୁରୀ ବାହୁଡ଼ା ଯାତ୍ରାର ଦିନକ ପରେ ପବିତ୍ର…

ତିଲୋରୀରେ ନିଆରା ଢଙ୍ଗରେ ପାଳିତ ହେଲା ବାହୁଡ଼ା ଯାତ୍ରା: ଖଟୁଲିରେ ବିଜେ କଲେ…

ଦାରିଙ୍ଗବାଡି, ୨୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି।…

ଜମି ଦେବାକୁ କହି ୯୨ ଲକ୍ଷ ଟଙ୍କାର ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୪।୭: ଜମି ବିକ୍ରି ନାଁରେ ୯୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭୁବନେଶ୍ୱରର ମେହେରପଲ୍ଲୀ ଓ ମେଣ୍ଢାଶାଳ…

ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ: କାଲିଠୁ ୨୭ ଯାଏଁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୨୪।୭ ବଙ୍ଗୋପସାଗରରେ ପାଣିପାଗ ପରିସ୍ଥିତି ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri