Posted inଫୁରସତ

ଏମିତି ବି ଆସେ ବିପଦ, ସାମାନ୍ୟ ଅବହେଳାରୁ ହରାଇ ଦେଲେ ଗୋଡ଼ 

ସମୟ କେବେ କେବେ  ଏମିତି ଆସେ ଯାହା  ଖୁସିକୁ  ଦୁଃଖରେ ପରିଣତ କରିଦିଏ। କିଛି  ଗୋଟିଏ ଅବହେଳା ପାଇଁ ଅନେକ ମୂଲ୍ୟ ଦେବାକୁ ପଡେ।  ଏଭଳି ଏକ ଘଟଣା ଘଟିଛି ସ୍କଟ୍‌ଲାଣ୍ଡରରେ।  ସମୁଦ୍ରକୁ ଗାଧୋଇବାକୁ ଯାଇ  ଯେ ସେ ନିଜ ଗୋଡ଼ ହରାଇ ବସିବେ ତାହା ସେ କେବେ ଭାବି ନ ଥିବେ।
ସୂଚନାଯୋଗ୍ୟ, ସ୍କଟ୍‌ଲାଣ୍ଡର ବାସିନ୍ଦା ଭିକି ପେରିସ ନାମ୍ନୀ ଜଣେ ମହିଳା ୨୦୧୮ରେ ଛୁଟି କଟାଇବାକୁ ଯାଇଥିଲେ। ଛୁଟି ସମୟରେ ସେ ଅନେକ ମଜାମସ୍ତି କରିଥିଲେ। ତେବେ  ସେ ସମୁଦ୍ରରେ ଗାଧୋଉଥିବା ବେଳେ  ସେଠାରେ ତାଙ୍କୁ ପାଦରେ  କିଛି ପଶିଯିବା ପରି ଅନୁଭବ  ହୋଇଥିଲା।  ପରେ ସେ ତାଙ୍କ ପାଦରେ ଛୋଟିଆ ଖଣ୍ଡିଆ ହୋଇଥିବା ଦେଖିବାକୁ ପାଇଥିଲେ। ହେଲେ ସେ  ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ। ପାଦ ଦରଜ ହେଲେ ସେ ସେଥିପାଇଁ ଔଷଧ ଖାଇ ଦେଉଥିଲେ।  ତେବେ ୯ ବର୍ଷ ବୟସରୁ ଭିକିଙ୍କୁ ମଧୁମେହ ହୋଇଥିଲା। ଫଳରେ ଏହି ଖଣ୍ଡିଆ ନ ଶୁଖି ଅଧିକ ବ୍ୟାପି ଯାଇଥିଲା। ଏହାର ୪ର୍ଥ ସପ୍ତାହ ବେଳକୁ ଯନ୍ତ୍ରଣା ହେବାରୁ ସେ  ହସ୍ପିଟାଲକୁ ଚେକ୍‌ଅପ୍‌ ପାଇଁ ଯାଇଥିଲେ । ସେଠାରେ  ତାଙ୍କ ଗୋଡ଼ କଟା ଯିବାକୁ ଡାକ୍ତର କହିଲେ।
ପରେ ସର୍ଜରି ହୋଇ ଆଣ୍ଠୁ ତଳୁ ଗୋଡ଼ କଟା ଯାଇଥିଲା।  ସର୍ଜରିର କିଛି ମାସ ପରେ ତାଙ୍କୁ ହୁଇଲଚେୟାରରେ ବସିବାକୁ ପଡ଼ିଛି। ବର୍ତ୍ତମାନ  ସେ କୃତ୍ରିମ ଗୋଡ଼ ସାହାଯ୍ୟରେ ଚାଲିବାକୁ ଚେଷ୍ଟା କଲେ।

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri