ଏବେବି କ୍ଷତିପୂରଣ ପାଇନାହାନ୍ତି ହୀରାକୁଦ ବିସ୍ଥାପିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣ ହେବାର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଏଯାଏ କ୍ଷତିପୂରଣ ମିଳିନାହିଁ। ସେମାନେ ରହୁଥିବା ପଡ଼ା ଗ୍ରାମକୁ ଏ ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ଏଥିଯୋଗୁ ସେହି ଲୋକମାନେ କୌଣସି ସୁବିଧା ସୁଯୋଗ ପାଇପାରୁ ନାହାନ୍ତି। ଏପରିକି ଜମି ପଟ୍ଟା ମଧ୍ୟ ସେମାନଙ୍କୁ ମିଳୁନାହିଁ। ସରକାର ତୁରନ୍ତ ବିସ୍ଥାପିତଙ୍କୁ ରାଜସ୍ବ ଗ୍ରାମର ମାନ୍ୟତା ଦିଅନ୍ତୁ ବୋଲି ପଶ୍ଚିମ ଓଡ଼ିଶାର ନେତାମାନେ ଦାବି କରିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ତଥା ବିଜେଡି ସଭ୍ୟ ଈଶ୍ୱର କୁମାର ମହାନ୍ତି ବିସ୍ଥାପିତଙ୍କୁ ରାଜସ୍ବ ଗ୍ରାମର ମାନ୍ୟତା କାହିଁକି ଦିଆଯାଉ ନାହିଁ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଦେବେଶ ଆଚାର୍ଯ୍ୟ ବରଗଡ଼, ଅତାବିରା, ଭଟ୍‌ଲୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉ ନାହିଁ ବା ସେମାନଙ୍କ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନାହିଁ। ତୁରନ୍ତ ଏକ କମିଟି ଗଠନ କରି ଏହି ସମସ୍ୟାର ସମାଧାନ କରାଯାଉ ବୋଲି ଆଚାର୍ଯ୍ୟ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେଡି ସଭ୍ୟ ରୋହିତ ପୂଜାରୀ ହୀରାକୁଦ ଓ ରେଙ୍ଗାଲିଠାରେ ବସବାସ କରୁଥିବା ବିସ୍ଥାପିତଙ୍କୁ କୌଣସି ସହାୟତା ମିଳୁନାହିଁ ବୋଲି କହିଥିଲେ। ରାଜସ୍ବ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଥିଲେ ଯେ, ହୀରାକୁଦ ନଦୀବନ୍ଧ ହେବା ବେଳେ ୪୬ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସଂପୃକ୍ତ ବାସିନ୍ଦାଙ୍କୁ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା। ସେହି ଗ୍ରାମଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇଛି। ଝାରସୁଗୁଡ଼ା ଜିଲାର ୧୯ ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ବିସ୍ଥାପିତଙ୍କୁ ୧୯ଟି ବସତିରେ ଥଇଥାନ କରାଯାଇଛି। ସେଥିରୁ ଝାରସୁଗୁଡ଼ା ତହସିଲର ଭୁରଶୁଣ୍ଡ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଅବଶିଷ୍ଟ ଗ୍ରାମ ରାଜସ୍ବ ଆଇନରେ ଆସୁ ନ ଥିବାରୁ ସେଗୁଡ଼ିକୁ ରାଜସ୍ବ ଗ୍ରାମ ଘୋଷଣା କରାଯାଇ ପାରିନାହିଁ। ଏ ସମ୍ବନ୍ଧରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ। ପଶ୍ଚିମ ଓଡ଼ିଶା ବିଧାୟକମାନଙ୍କ ଉଦ୍ୟୋଗକୁ ଦେଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ହୀରାକୁଦ ବନ୍ଧ ଚାରିପଟେ ରହିଥିବା ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଫିସରମାନଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ରାଜସ୍ବ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri