ଏପ୍ରିଲ ୮ରୁ ଓଡ଼ିଶା ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଓଡ଼ିଶା ଜୁଏଲରୀ ଆସୋସିଏଶନ୍‌ (ଓଜେଏ) ଓ କେଏନ୍‌ସି ସର୍ଭିସ୍‌ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ଓଡ଼ିଶା ଅଳଙ୍କାର ପ୍ରଦର୍ଶନୀ ଆୟୋଜିତ ହେବ। ଏପ୍ରିଲ ୮ ଓ ୯ରେ ଏହା ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଠିତ ହେବ। ଦେଶର ସମସ୍ତ ଅଳଙ୍କାର ନିର୍ମାତା ଓ ରିଟେଲରମାନେ ନିଜର ଉତ୍କୃଷ୍ଟ କଳାକୃତି ପ୍ରଦର୍ଶନ କରିବେ। ଏ ନେଇ ଆୟୋଜକଙ୍କ ପକ୍ଷରୁ ଶୁକ୍ରବାର ପ୍ରେସ୍‌ କ୍ଲବ୍‌ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଜେଏ, କଟକ ସାଧାରଣ ସମ୍ପାଦକ ମହେଶ ବର୍ମା କହିଛନ୍ତି ଯେ, ଏହା ଓଡ଼ିଶା ଇତିହାସରେ ପ୍ରଥମ ଥର ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ଅଳଙ୍କାର ବେପାରୀଙ୍କ ସହ ରାଷ୍ଟ୍ରର ଅନ୍ୟ ରାଜ୍ୟରେ ବ୍ୟବସାୟିକ ସର୍ମ୍ପକ ବଢ଼ାଇବା ପାଇଁ ସୁଯୋଗ ଦିଆଯିବା। ଏହି କାର୍ଯ୍ୟକ୍ରମରେ ନିର୍ମାତା ଓ କ୍ଷୁଦ୍ର ବିକ୍ରେତା ବ୍ୟବସାୟ ଉପରେ ଆଲୋଚନା କରିପାରିବେ। ଭାରତର ୫୦ରୁ ଅଧିକ ପ୍ରସିଦ୍ଧ ଡିଜାଇନର ନିଜ ଅଳଙ୍କାର ପ୍ରଦର୍ଶନ କରିବେ। କେଏସି ସର୍ଭିସ୍‌ ପରିଚାଳନା ନିର୍ଦ୍ଦେଶିକା କ୍ରାନ୍ତି ନାଗଭେକର କହିଥିଲେ ଯେ, ଏହି ଅଳଙ୍କାର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଓଡ଼ିଶାର ପ୍ରଥମ ବିଟୁବି କାର୍ଯ୍ୟକ୍ରମ ଅଟେ। ଏହି କାର୍ଯ୍ୟକ୍ରମରେ ବଜାର ଓ ଉପଭୋକ୍ତାଙ୍କୁ ଅପରମ୍ପରାଗତ ଡିଜାଇନର ଓ ମୂଲ୍ୟ ମିଳିବ। ଅନ୍ୟମାନଙ୍କ ମଧ୍ୟରେ ଓଜେଏ ସଭାପତି ସଞ୍ଜୟ ସାହୁ, ସହସମ୍ପାଦକ ହିତେଶ ସେଠ, ଯୁଗ୍ମ ସଚିବ ସତ୍ୟଜିତ ମହାରଣା ପ୍ରମୁଖ ଉପସ୍ଥିତ ରହି ପ୍ରଦର୍ଶନୀ ବିଷୟରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?