ଏଣିକି ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର, ୨ା୧(ବ୍ୟୁରୋ): ଡ୍ରାଇଭିଂ ଲାଇସେନ୍ସ ଆବେଦନ କରିବାକୁ ଆଗକୁ ଆଉ ଘଣ୍ଟାଘଣ୍ଟା ଧରି ଧାଡ଼ିରେ ଆର୍‌ଟିଓ କାର୍ଯ୍ୟାଳୟରେ ଠିଆ ହେବାକୁ ପଡ଼ିବ ନାହିଁ। ଏଣିକି ଅନ୍‌ଲାଇନରେ ଆବେଦନ କରି ତତ୍‌କ୍ଷଣାତ୍‌ ଟେଷ୍ଟ ଦେଇ ଲର୍ନିଂ ଲାଇସେନ୍ସ ହାସଲ କରିହେବ। ଲାଇସେନ୍ସ ଆବେଦନକାରୀଙ୍କୁ ଅନୁମୋଦନ ନେବା ପାଇଁ ଥିବା ଜରୁରୀ ବ୍ୟବସ୍ଥାକୁ ବୁଧବାରଠାରୁ ରାଜ୍ୟ ସରକାର ଉଚ୍ଛେଦ କରିଦେଇଛନ୍ତି। ରାଜ୍ୟ ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା କହିଛନ୍ତି ଯେ, ଆବେଦନକାରୀଙ୍କୁ ଏଣିକି ଲର୍ନିଂ ଲାଇସେନ୍ସ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)କୁ ଯିବାକୁ ପଡିବ ନାହିଁ। ସେମାନେ ଅନ୍‌ଲାଇନରେ ନିଜର ଆବଶ୍ୟକ ଦସ୍ତାବିଜ ସହ ଆବେଦନ କରିବେ। ଏହାପରେ ଟ୍ରାଫିକ ନିୟମ ଉପରେ ୧୦ଟି ପ୍ରଶ୍ନର ଉତ୍ତର ଦେବେ। ସେଥିରୁ ୬ଟି ପ୍ରଶ୍ନର ଠିକ୍‌ ଉତ୍ତର ଦେବାପରେ ତତ୍‌କ୍ଷଣାତ ଲର୍ନିଂ ଲାଇସେନ୍ସ ପାଇଯିବେ। ଆବେଦନକାରୀ ସଙ୍ଗେ ସଙ୍ଗେ ଏହାକୁ ଡାଉନଲୋଡ କରିପାରିବେ। ପୂର୍ବରୁ ଲାଇସେନ୍ସ ପାଇବା ପାଇଁ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ଯାଇ ଫଟୋ ଉଠାଇବା ଓ ଅନୁମୋଦନ ନେବାକୁ ପଡୁଥିଲା। ରାଜ୍ୟ ସରକାରଙ୍କ ୫-ଟି ଅନ୍ତର୍ଗତ ପରିବହନ ବିଭାଗ ପକ୍ଷରୁ ତ୍ୱରିତ ସେବା ଦିଆଯାଉଛି। ଖୁବ୍‌ଶୀଘ୍ର ସରକାର ଆବେଦନକାରୀଙ୍କ ସୁବିଧା ଲାଗି ଟଚସ୍କ୍ରିନ ସୁବିଧା ଥିବା କମ୍ପ୍ୟୁଟର କେତୋଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବସାଇବା ପାଇଁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ବ୍ୟବସ୍ଥାରେ ସରଳୀକରଣ କରିବାକୁ ରାଜ୍ୟ ସରକାର ଯେକୌଣସି ଆର୍‌ଟିଓରେ ଲର୍ନିଂ ଲାଇସେନ୍ସ, ଚୂଡାନ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେଶନ ପ୍ରକ୍ରିୟାର ସୁବିଧା ଉପଲବ୍ଧ କରାଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri