Posted inଫୁରସତ

ଏଠି ମହିଳା ନିଜ ଇଚ୍ଛାରେ ବାହାର କରି ଦେଉଛନ୍ତି ଗର୍ଭାଶୟ

ଜଣେ ମହିଳା ପାଇଁ ଗର୍ଭାଶୟ କେତେ ଜରୁରୀ ତାହା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ହେଲେ ମହାରାଷ୍ଟ୍ରର ବିଡ ଜିଲାରେ ଆଖୁ ଫସଲ କାଟୁଥିବା ମହିଳାମାନେ ଏମିତି ଭାବେ ସେମାନଙ୍କ ଗର୍ଭଶୟକୁ ବାହାର କରି ଦେଉଛନ୍ତି ଯେମିତି ପୋଷାକ ବଦଳାଇବା ପରି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ସୂଚନା ମୁତାବକ ଏଠାକାର ମହିଳା କ୍ଷେତରେ ସବୁଦିନ କାମ କରିବା ପାଇଁ ଏଭଳି କରୁଛନ୍ତି। ସେମାନଙ୍କ ମତରେ ଋତୁସ୍ରାବ ସମୟରେ ଜଣେ ମହିଳା କ୍ଷେତରେ କାମ କରିପାରି ନ ଥାଏ। ତେଣୁ ସବୁଦିନ କାମ କରିବାକୁ ସେମାନେ ନିଜର ଗର୍ଭାଶୟକୁ ଅପରେଶନ କରି ବାହାର କରିଦେଉଥିବା କୁହନ୍ତି। ଆର୍ଥିକ ସ୍ଥିତି ଭଲ ନ ଥିବା ଏହି ମହିଳାମାନେ କୁହନ୍ତି ଋତୁସ୍ରାବ ସମୟରେ କ୍ଷେତକୁ ନ ଆସିଲେ ଠିକାଦାର ସେମାନଙ୍କର ଦରମା କାଟି ଦେଇଥାଏ। ତେଣୁ ସେମାନେ ଟଙ୍କା ରୋଜଗାର କରିବା ପାଇଁ ଗର୍ଭାଶୟକୁ ବାହାର କରି ଦେଉଛନ୍ତି। ପୁଣି ଋତୁସ୍ରାବ ଯୋଗୁ ଏମାନେ ବିଭିନ୍ନ ରୋଗରେ ପୀଡିତ ହେଉଥିବାରୁ ଗର୍ଭାଶୟକୁ ବାହାର କରି ଦେଉଛନ୍ତି। ଏଠାକାର ଡାକ୍ତରଙ୍କ କହିବା କଥା ହେଲା ଋତୁସ୍ରାବ ସମୟରେ ଏମାନେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେଇ ନ ଥାଆନ୍ତି ତେଣୁ ବିଭିନ୍ନ ରୋଗର ଶିକାର ହୋଇଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ଏଠାକାର ମହିଳାମାନେ ଗର୍ଭାଶୟ ବାହାର କରି ଦେଉଛନ୍ତି ବୋଲି ଡାକ୍ତର କହିଛନ୍ତି। ସ୍ଥାନୀୟ ଲୋକଙ୍କ ମତରେ ଏହା କେଉଁ କାଳରୁ ଚାଲି ଆସୁଛି। ସ୍ଥାନୀୟ ସ୍ବେଚ୍ଛାସେବୀ ମନିଷା ତୋକଲେଙ୍କ ମତ ହେଉଛି ଏଠାରେ ମହିଳାଙ୍କର ଗର୍ଭାଶୟ ଜନିତ କିଛି ବି ସମସ୍ୟା ଦେଖାଦେଲେ ଏହା ଭବିଷ୍ୟତରେ କ୍ୟାନସରର ରୂପ ନେବ ବୋଲି ଡାକ୍ତମାନେ କହିବା ପରେ ମହିଳାମାନେ ଡରି ଯାଇ ଗର୍ଭାଶୟକୁ ବାହାର କରି ଦେଉଛନ୍ତି। ଏହା ଜଣାପଡିବା ପରେ ରାଜ୍ୟ ଘଟଣାର ଯାଞ୍ଚ ଆରମ୍ଭ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗାଡ଼ି

ବ୍ରହ୍ମପୁର,୨୯ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପକଣ୍ଠ ହଳଦିଆ ପଦର ବସ୍‌ ଟର୍ମିନାଲ୍‌ସ ନିକଟରେ ଥିବା ଏକ କାର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଶୋ’ରୁମ୍‌ ଭିତରେ…

ସରକାରୀ ନିର୍ଦ୍ଦେଶ ପରେ ବି ହେଉନି ପଦବୀ ପୂରଣ: ୧୨ ସ୍କୁଲରେ ଜଣେ ଲେଖାଏ ଶିକ୍ଷକ, ତୁରନ୍ତ ନିଯୁକ୍ତି ଦାବି କରି…

ଅମରପାଲି,୨୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୧୨ଟି ପ୍ରାଥମିକ ବିଦ୍ୟାଳୟରେ ଏବେ ବି ଜଣେ ଲେଖାଏ ଶିକ୍ଷକ ବାଲ୍‌ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬ଟି ଶ୍ରେଣୀର…

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବନ୍ୟା ପରେ ନେପାଳକୁ ମାଡିଆସୁଛି ଆଉ ଏକ ବଡ଼ ବିପଦ! ଚାଇନା ଦେଲା ଭୟଙ୍କର ଚେତାବନୀ, ଯେକୌଣସି ସମୟରେ…

କାଠମାଣ୍ଡୁ, ୨୯।୮: ନେପାଳରେ ଭୟଙ୍କର ବନ୍ୟା ଏବଂ ଫ୍ଲାସ ଫ୍ଲଡ ଯୋଗୁ ବିପୁଳ କ୍ଷୟକ୍ଷତି ମଧ୍ୟରେ ଏବେ ଆଉ ଏକ ବଡ଼ ବିପଦର ଆଶଙ୍କା ଦେଖାଦେଇଛି। ଚାଇନା…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ,୨୯।୮(ପ୍ରଭୁକଲ୍ୟାଣ ପାଲ): ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ। ପାର୍କର ବିଭିନ୍ନ କାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri